କନ୍ୟାବେଡ଼ାବାସୀ କଲବଲ

ବଅଁରପାଳ, ୧୬।୫(ଡି.ଏନ୍‌.ଏ.): ଗ୍ରାମବାସୀ ହାତପାଆନ୍ତାରେ ଯେପରି ପାନୀୟଜଳ ପାଇପାରିବେ ସେଥିଲାଗି ବିଛାଯାଇଛି ପାଇପ୍‌। ନିର୍ମାଣ ହୋଇଛି ଷ୍ଟାଣ୍ଡ୍‌ପୋଷ୍ଟ। ହେଲେ ନା ଆସୁଛି ପାଣି, ନା ମେଣ୍ଟୁଛି ଲୋକଙ୍କ ଶୋଷ। ଦିନେ ନୁହେଁ କି ଦୁଇଦିନ ଏହି ସମସ୍ୟା ଦୀର୍ଘ ୧୦ ବର୍ଷର। ଖାଲି ଏତିକି ନୁହେଁ, ଭୂତଳ ଜଳ ରସାତଳକୁ ଚାଲିଯାଇଥିବାରୁ ନଳକୂପଗୁଡ଼ିକ ଅଚଳପ୍ରାୟ। ପାଣି ସଂଗ୍ରହରେ ବିତିଯାଉଛି ଘଣ୍ଟା ଘଣ୍ଟା। ଫଳରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମୟରେ ପାଣି ମୁନ୍ଦାଏ ପାଇଁ କଲବଲ ହେଉଛନ୍ତି ଅନୁଗୋଳ ଜିଲା ବଅଁରପାଳ ବ୍ଲକ କନ୍ୟାବେଡା ଗ୍ରାମର ୪୦୦ରୁ ଊର୍ଦ୍ଧ୍ୱ ପରିବାରର ପ୍ରାୟ ୧୨୦୦ ଲୋକ।


ଡହ ଡହ ଖରା। ବାହାରକୁ ବାହାରିଲେ ପୋଡ଼ିଯାଉଛି ଦେହମୁଣ୍ଡ। ଝାଞ୍ଜି ଆଉ ତତଲା ପବନରେ ସନ୍ତୁଳି ହେଉଛନ୍ତି ସଭିଏଁ। ଚଳିତବର୍ଷ ତାପମାତ୍ରାରେ ଏଭଳି ଅସ୍ବାଭାବିକ ବୃଦ୍ଧି ସବୁ ରେକର୍ଡ ଭାଙ୍ଗିଦେଇଥିବାବେଳେ କନ୍ୟାବେଡ଼ା ଗ୍ରାମରେ ଜଳକଷ୍ଟ ଉତ୍କଟ ରୂପ ଧାରଣ କରିଛି। ଗ୍ରାମବାସୀଙ୍କ କହିବା କଥା, ସୁବିଧାରେ ପାନୀୟ ଜଳ ଯୋଗାଣ ପାଇଁ ୧୦ବର୍ଷ ତଳେ ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ ପାଇପ୍‌ ବିଛାଯିବା ସହିତ ପ୍ରମୁଖ ସ୍ଥାନରେ ନିର୍ମାଣ କରାଯାଇଥିଲା ୧୨ଟି ଷ୍ଟାଣ୍ଡ୍‌ପୋଷ୍ଟ। ଲୋକାର୍ପଣର କିଛିଦିନ ଯାଏ ସ୍ବାଭାବିକ ଭାବେ ପାଣି ଯୋଗାଣ ମଧ୍ୟ ହୋଇଥିଲା। ତେବେ ପରବର୍ତ୍ତୀ ସମୟରେ ଏହା ବନ୍ଦ ହୋଇଯାଇଛି। ଗ୍ରାମଠାରୁ ପ୍ରାୟ ଦେଢ଼ କିମି ଦୂର କୁରୁଡୁଲ ପ୍ରକଳ୍ପରୁ କନ୍ୟାବେଡାକୁ ଜଳଯୋଗାଣ ଲାଗି ବ୍ୟବସ୍ଥା କରାଯାଇଥିଲା। ତେବେ ବୈଷୟିକ ତ୍ରୁଟି ଯୋଗୁ ତଳମୁଣ୍ଡରେ ପାଣି ପହଞ୍ଚୁ ନ ଥିବା ଜଣାପଡ଼ିଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ବିଭାଗୀୟ ଅଧିକାରୀ ଏହାର ସମାଧାନ ଦିଗରେ ଦୃଷ୍ଟି ଦେଉନାହାନ୍ତି। ସେହିପରି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଭୂତଳ ଜଳସ୍ତର ହ୍ରାସ ପାଉଛି। ଫଳରେ ଗ୍ରାମରେ ଥିବା ୮ ନଳକୂପରୁ ଆବଶ୍ୟକତା ଅନୁଯାୟୀ ପାଣି ବାହାରୁନାହିଁ। କେତେକ ନଳକୂପରୁ ଲୁହା ଗୁଣ୍ଡମିଶା ପାଣି ବାହାରୁଥିବାବେଳେ ତାହା ବ୍ୟବହାର ଉପଯୋଗୀ ହେଉନାହିଁ। ଦୈନନ୍ଦିନ ଆବଶ୍ୟକତା ମେଣ୍ଟାଇବା ପାଇଁ ଗ୍ରାମବାସୀ ଦୀର୍ଘପଥ ଅତିକ୍ରମ କରି ପାଣି ସଂଗ୍ରହ କରୁଛନ୍ତି। ଖରାଦିନେ ଜଳକଷ୍ଟର ଶିକାର ଗ୍ରାମକୁ ଟ୍ୟାଙ୍କର ଯୋଗେ ପାଣି ପହଞ୍ଚାଇବା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ତାହାକୁ ପ୍ରଶାସନ ଅଣଦେଖା କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନ କରାଯିବ ବୋଲି ଜଳକଷ୍ଟର ସମ୍ମୁଖୀନ ହେଉଥିବା ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
ଏ ସଂକ୍ରାନ୍ତରେ ବିଡିଓ ଏଲିଜା ମିଶ୍ର କହିଛନ୍ତି, ଗ୍ରାମରେ ପାନୀୟ ଜଳସଙ୍କଟ ଲାଗି ରହିଥିବା ଅଭିଯୋଗ ହୋଇଛି। ଯେପରି ଲୋକଙ୍କ ପାନୀୟ ଜଳ ଆବଶ୍ୟକତା ମେଣ୍ଟିବ, ସେଥିଲାଗି ଉଦ୍ୟମ କରାଯାଉଛି। ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇ ସମସ୍ୟାର ତୁରନ୍ତ ସମାଧାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

ରାସ୍ତା ଉପରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ

ମାଧପୁର,୨୪।୨(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ଆଠମଲ୍ଲିକ – କିଆକଟା ରାଜ୍ୟ ରାଜପଥର କନ୍ଧପଡ଼ା ଗ୍ରାମ ନିକଟ ହାଟପଦା ଠାରେ ଆଜି ସକାଳେ ଜଣେ ଅଜଣା…

ଜଙ୍ଗଲରେ ଭୋଜି ମନା

ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri