Categories: ଫୁରସତ

ଚା’ର ଏଭଳି ମେନୁ: ‘ପ୍ରେମରେ ଧୋକା’କୁ ବି ପିଇପାରିବେ

ରାତିପାହିଲେ ସହରର ଗଳିକନ୍ଦିରେ ଥିବା ଚା’ ଦୋକାନରେ ଭିଡ ଜମେ। ସକାଳ ବୁଲାରେ ବାହାରିଥିବା ବାବୁମାନେ ହୁଅନ୍ତୁ ନଚେତ ନୂଆ ନୂଆ ପ୍ରେମରେ ପଡ଼ିଥିବା ଯୁବକଯୁବତୀମାନେ ସେଇଠି ଭେଟ ହୋଇଥାନ୍ତି। ଗ୍ରାହକଙ୍କ ମନ ମୁତାବକ ଚା’ ମଧ୍ୟ ଦୋକାନୀ ପରଷି ଦିଅନ୍ତି। ହେଲେ ସୋସିଆଲ ମିଡିଆରେ ଏଭଳି ଏକ ଚା’ ଦୋକାନ ଭାଇରାଲ ହେଉଛି ଯାହାର ମେନ୍ୟୁ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।

ଦୋକାନର ନାଁ ହେଉଛି ‘କାଳୁ ବଓ୍ବେଫା ଚାୟ ବାଲା’। ଏହାର ମାଲିକ କାଳୁ ପ୍ରେମରେ ଧୋକା ଚା’, ପ୍ରେମୀଯୁଗଳଙ୍କ ପାଇଁ ସ୍ପେଶାଲ ଚା’, ନୂଆ ପ୍ରେମୀଙ୍କ ପାଇଁ ଚା’, ମନ ମୁତାବକ ପ୍ରେମ ପାଇଁ ଚା, ଏକଲାପଣର ଚା’ ଆଦିର ମେନୁ ରଖିଛନ୍ତି। ଏହାଛଡ଼ା ସ୍ତ୍ରୀଙ୍କଠାରୁ ପ୍ରତାଡ଼ିତ ହୋଇଥିବା ଲୋକଙ୍କ ପାଇଁ ସେ ମାଗଣା ଚା’ର ବନ୍ଦୋବସ୍ତ ମଧ୍ୟ କରିଛନ୍ତି। ସାଧାରଣତଃ ଲୋକମାନେ ନିଜର ଦୋକାନକୁ ଆଖିଦୃଶିୟା କରିବା ଲାଗି ଭଲ ନାଁଟିଏ ବାଛିଥାନ୍ତି। ସେହିଭଳି କାଳୁଙ୍କ ଏଭଳି ଅଜବ ଖିଆଲକୁ ଲୋକେ ବାହାବାଃ କହୁଛନ୍ତି। ତେବେ ତାଙ୍କ ଦୋକାନରେ ପ୍ରେମରେ ଧୋକା ଚା’ର ଦାମ ସର୍ବନିମ୍ନ ୫ଟଙ୍କା ଥିବା ବେଳେ ମନ ମୁତାବକ ପ୍ରେମ ମିଳିବାର ଚା’ର ଦାମ ରହିଛି ସର୍ବାଧିକ ୪୯ଟଙ୍କା। ତାଙ୍କ ଦୋକାନର ଏକ ଫଟୋ ଭାଇରାଲ ହେବା ପରେ ଲୋକେ ଚା’ ନା ତାବିଜ ବୋଲି ପ୍ରତିକ୍ରିୟା ରଖୁଛନ୍ତି।

Share