କାଳୀପୂଜା ରକେଟ୍‌ ଓ ଚନ୍ଦ୍ର ଅଭିଯାନ

ରାମାୟଣ ଅନୁସାରେ, ରାବଣଙ୍କୁ ବଧ ସହ ୧୪ ବର୍ଷ ବନବାସ ଶେଷ କରି ଯେତେବେଳେ ପ୍ରଭୁ ଶ୍ରୀରାମଚନ୍ଦ୍ର ଦେବୀ ସୀତା ଓ ଭାଇ ଲକ୍ଷ୍ମଣଙ୍କୁ ଧରି ଅଯୋଧ୍ୟାକୁ ଫେରିଲେ, ରାଜ୍ୟବାସୀ ପ୍ରଦୀପ ଜାଳି ତାଙ୍କୁ ସ୍ବାଗତ କରିଥିଲେ। ବିଜୟୀଙ୍କୁ ପ୍ରଦୀପ ଜାଳି ସ୍ବାଗତ କରିବା ପ୍ରଥା ପରେ ପରେ ଆଲୋକର ପର୍ବ ହିସାବରେ ପାଳିତ ହେଲା। ଦୀପାବଳିରେ ପ୍ରଦୀପ ଜାଳି ବିଜୟ ପର୍ବ ପାଳନ କରାଯାଏ। ପ୍ରକୃତରେ ଏହା ହେଉଛି ଅନ୍ଧକାର ବିପକ୍ଷରେ ଆଲୋକର ବିଜୟ ଏବଂ ଅଜ୍ଞାନ ବିପକ୍ଷରେ ଜ୍ଞାନର ବିଜୟ। ପ୍ରଦୀପ ଜାଳିବା ପ୍ରଥାରୁ ଏହାର ନାମ ଦୀପାବଳି ରଖାଯାଇଛି। କିନ୍ତୁ ଆମ ପିଲାମାନେ ଆଜି ଦୀପ ଜାଳିବା ବଦଳରେ ବାଣ ଫୁଟେଇବାକୁ ଗୁରୁତ୍ୱ ଦେଉଛନ୍ତି। କାରଣ, ବାଣର ଶବ୍ଦ ଓ ରଙ୍ଗିନ ଆଲୋକ ସେମାନଙ୍କୁ ଆନନ୍ଦ ଦିଏ। କିନ୍ତୁ ଦୁଃଖର କଥା, ବାରୁଦ ତିଆରି କରିବାଠାରୁ ବାଣ ଫୁଟିଲା ପର୍ଯ୍ୟନ୍ତ ଜୀବନ ପ୍ରତି ବିପଦ ରହିଥାଏ। ନିକଟରେ ସାରା ଦେଶରେ ବାଣ ତିଆରି ବେଳେ ଅନେକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବାଣ ଫୁଟିଲା ପରେ ପରିବେଶ ଖରାପ ହୁଏ। ବାରୁଦରୁ ବାହାରୁଥିବା ରାସାୟନିକ ଧୂଆଁ ବାୟୁମଣ୍ଡଳରେ ବିଷ ଭରିଦିଏ।
ବାରୁଦ ଆଖିରେ ପଡିଲେ କିମ୍ବା ପେଟ ଭିତରକୁ ଗଲେ ରୋଗ ସୃଷ୍ଟି କରେ। ଅଧିକାଂଶ ରାସାୟନିକ ବାଣର ଧ୍ୱନିସ୍ତର ୧୪୦ ଡେସିବଲ୍‌ରୁ ଅଧିକ। ତେଣୁ ଶବ୍ଦ ପ୍ରଦୂଷଣ, ବାୟୁ ପ୍ରଦୂଷଣ ଓ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା କ୍ଷେତ୍ରରେ ରାସାୟନିକ ବାଣର ଅନେକ ଭୂମିକା ରହିଛି। ଅତଏବ, ବାଣ ବାବଦରେ ଆମେ ଖର୍ଚ୍ଚ କରୁଥିବା ଟଙ୍କା ଆମ ପାଇଁ ସମସ୍ୟା ସୃଷ୍ଟି କରେ। ପରିବେଶ କହିଲେ ଆମେ ବା-ପା-ମା-ଆ (ବାୟୁ-ପାଣି-ମାଟି-ଆକାଶ) ବୁଝୁ। ତେଣୁ ବାଣ ଫୁଟେଇ ବା-ପା-ମା-ଆ ପ୍ରତି ବିପଦ ସୃଷ୍ଟି କରିବା ଉଚିତ ନୁହେଁ।
ପ୍ରତିବର୍ଷ ଭାରତରେ ବାଣ ଫୁଟେଇବାରେ ଅନେକ ଟଙ୍କା ଖର୍ଚ୍ଚ ହୁଏ। ଗତ ୧୦ ବର୍ଷର ଖର୍ଚ୍ଚକୁ ଦେଖିଲେ ୨୦୧୫ ମସିହାରେ ପାଖାପାଖି ୪୦୦୦-୫୫୦୦ କୋଟି, ୨୦୧୬ରେ ୪୫୦୦-୬୦୦୦ କୋଟି, ୨୦୧୭ରେ ୪୫୦୦-୬୦୦ କୋଟି, ୨୦୧୮ରେ ୪୦୦୦-୭୦୦୦ କୋଟି ଓ ୨୦୧୯ରେ ୪୫୦୦-୬୦୦୦ କୋଟି ଟଙ୍କା ବାଣ ଫୁଟେଇବାରେ ଯାଇଛି। ୨୦୨୦ ଓ ୨୦୨୧ ମସିହାରେ କରୋନା ମହାମାରୀ ସକାଶେ ବେଶି ଖର୍ଚ୍ଚ ହୋଇ ନ ଥିଲା। ତଥାପି କରୋନା ସମୟରେ ଅତି କମ୍‌ରେ ୧୫୦୦କୋଟି ଟଙ୍କାର ବାଣ ଫୁଟିଥିଲା। ୨୦୨୨ରେ ଅନୂ୍ୟନ ପ୍ରାୟ ୬୦୦୦ କୋଟି, ୨୦୨୩ରେ ୮୦୦୦ କୋଟି ଓ ଗତବର୍ଷ ୫୦୦୦ କୋଟି ଟଙ୍କାର ବାଣ କାରବାର ହୋଇଛି। ଗୋଟିଏ ଭାରତୀୟ ପରିବାର ବାଣ ବାବଦରେ ହାରାହାରି ୫୦୦୦ ଟଙ୍କା ଖର୍ଚ୍ଚ କରିଥାଏ। କୋଟି କୋଟି ଟଙ୍କାର ବାଣ ଫୁଟିବା କଥା କହିଲେ, ଆମର ଚନ୍ଦ୍ରଯାନ କଥା ମନେପଡ଼େ। ମହାକାଶ ଗବେଷଣା ସଂସ୍ଥା ‘ଇସ୍ରୋ’ ସହାୟତାରେ ଭାରତ ୩ ଥର ଚନ୍ଦ୍ରକୁ ମହାକାଶଯାନ ପଠେଇ ସାରିଛି। ବୈଜ୍ଞାନିକମାନେ ପ୍ରଥମ ଅଭିଯାନରୁ ସଫଳତାର ସ୍ବାଦ ଚାଖିଥିଲେ ଓ ଦେଶର ଗୌରବ ବଢେଇଥିଲେ ଏବଂ ତୃତୀୟ ଅଭିଯାନର ସଫଳତା ଭାରତକୁ ଶ୍ରେଷ୍ଠ ଆସନରେ ବସେଇଥିଲା। କିନ୍ତୁ ଦିନେ ଭାରତକୁ ଗରିବ ବୋଲି କହି ଚନ୍ଦ୍ରଯାତ୍ରାକୁ ବିଭିନ୍ନ ମହଲରେ ଅଗ୍ରାହ୍ୟ କରାଯାଉଥିଲା। ହେଲେ ସେଇ ଦେଶରେ ଗୋଟିଏ ରାତିର ବାଣ ପୋଡିବା ବଜେଟ ଚନ୍ଦ୍ରଯାନ ପଠେଇବା ଖର୍ଚ୍ଚଠାରୁ ମଧ୍ୟ ଅଧିକ।
ଭାରତ ଅତି ଅଳ୍ପ ଖର୍ଚ୍ଚରେ ଚନ୍ଦ୍ରକୁ ମହାକାଶଯାନ ପଠେଇପାରେ। ୨୦୦୮ମସିହାରେ ଭାରତର ପ୍ରଥମ ଚନ୍ଦ୍ରଯାନ ସକାଶେ ଖର୍ଚ୍ଚ ହେଇଥିଲା ୩୮୬ କୋଟି ଟଙ୍କା।
ଏହା ଥିଲା ମୁଣ୍ଡପିଛା ୩ ଟଙ୍କା ୨୦ ପଇସା।  ୨୦୧୯ମସିହାରେ ଦ୍ୱିତୀୟ ଚନ୍ଦ୍ରଯାନ ପାଇଁ ଖର୍ଚ୍ଚ ଥିଲା ୯୭୮ କୋଟି ଟଙ୍କା, ଯାହାକି ମୁଣ୍ଡପିଛା ୭ ଟଙ୍କା ୧୦ ପଇସା। ୨୦୨୩ରେ ତୃତୀୟ ଚନ୍ଦ୍ରଯାନ ପାଇଁ ଖର୍ଚ୍ଚ ଥିଲା ୬୧୫ କୋଟି ଟଙ୍କା, ଯାହାକି ମୁଣ୍ଡପିଛା ୪ ଟଙ୍କା ୩୦ପଇସା। ଏତେ କମ୍‌ ଟଙ୍କାରେ ବି ଭାରତର ଚନ୍ଦ୍ରଯାତ୍ରା ମହାକାଶ ଗବେଷଣାରେ ବିପ୍ଳବ ସୃଷ୍ଟି କରିପାରିଛ। ଆଜି ଦେଶର ଅର୍ଥନୈତିକ ବିକାଶରେ ମହାକାଶ ଗବେଷଣା ସହାୟତା କରୁଛ। ଆମେ ମହାକାଶ ବିଜ୍ଞାନୀଙ୍କ ଉପରେ ବିଶ୍ୱାସ ନ କରିବା ପାଇଁ କେଇଟା ମାତ୍ର କାରଣ ଥାଇପାରେ, କିନ୍ତୁ ସେମାନଙ୍କ ଦକ୍ଷତା ଉପରେ ପୂରା ଭରସା କରିବା ପାଇଁ ଯଥେଷ୍ଟ କାରଣ ରହିଛି।
ଯଦି ଆମ ପିଲାମାନେ ରକେଟ୍‌ ବାଣ ଫୁଟେଇ ପରିବେଶକୁ ଦୂଷିତ ନ କରି ସେଇ ଟଙ୍କାରେ ବର୍ଷକୁ ଥରେ ମହାକାଶଯାନ ପଠେଇବା କାମରେ ସହାୟତା କରନ୍ତେ ତେବେ ଭାରତ ମହାକାଶ ଗବେଷଣାରେ ସାରା ପୃଥିବୀରେ ଅଧିକରୁ ଅଧିକ ଗୌରବ ଅର୍ଜନ କରିପାରନ୍ତା। ଏବେ ପିଲାମାନେ ଭାବନ୍ତୁ, ହାବେଳି ବାଣରେ ନିଆଁ ଲଗେଇ ପରିବେଶକୁ ନଷ୍ଟ କରିବେ ନା ଚନ୍ଦ୍ରକୁ ମହାକାଶଯାନ ପଠେଇବା ପାଇଁ ଅଗ୍ନି ସଂଯୋଗ କରିବେ।

ମୁଖ୍ୟ ପ୍ରାଧ୍ୟାପକ (ଫିଜିକ୍‌ସ୍‌), ବିଜ୍ଞାନ ଏକାଡେମୀ ସଦସ୍ୟ, ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ, ମୋ: ୯୪୩୯୫୦୧୬୫୧

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ବଡ଼ ବୟାନ, ଯଦି ଆମକୁ ହୃଦୟ ଭାଙ୍ଗିବାକୁ ପଡ଼େ…

ଅହମଦାବାଦ,୭।୩: ଟୁର୍ନାମେଣ୍ଟ ଜିତିବା ପାଇଁ ଆମେ ଫେଭରାଇଟ୍‌ ଦଳ ନୁହେଁ। କିନ୍ତୁ ଥରେ ଟ୍ରଫି ଉଠାଇବା ପାଇଁ ଯଦି ଆମକୁ କିଛି ହୃଦୟ ଭାଙ୍ଗିବାକୁ ପଡ଼େ, ତେବେ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri