Posted inଖେଳ

କଳିଙ୍ଗ ସୁପର୍‌ କପ୍‌: ଇଷ୍ଟ ବେଙ୍ଗଲ ଚାମ୍ପିୟନ୍‌

ଭୁବନେଶ୍ୱର, ୨୯।୧, (ସରୋଜ ଜେନା): ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଉଦ୍‌ଯାପିତ ହୋଇଯାଇଛି କଳିଙ୍ଗ ସୁପର କପ୍‌ ଫୁଟବଲ ଟୁର୍ନାମେଣ୍ଟ। ନିର୍ଦ୍ଧାରିତ ସମୟରେ ମ୍ୟାଚ ୨-୨ରେ ରହିବା ଫଳରେ ଅତିରିକ୍ତ ସମୟରେ କ୍ଲେଟନ୍‌ ସିଲ୍‌ଭାଙ୍କ ଗୋଲ ବଳରେ ଡିଫେଣ୍ଡିଂ ଚାମ୍ପିୟନ୍‌ ଓଡ଼ିଶା ଏଫ୍‌ସି (ଓଏଫ୍‌ସି)କୁ ୩-୨ଗୋଲରେ ପରାସ୍ତ କରିବାସହ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ଇଷ୍ଟବେଙ୍ଗଲ। ଇଷ୍ଟବେଙ୍ଗଲ ପକ୍ଷରୁ ନନ୍ଦ କୁମାର ଶେକର (୫୨ ମିନିଟ) ଓ କ୍ଲେଟନ୍‌ ସିଲ୍‌ଭା (୬୦ ଓ ୧୧୧ ମିନିଟ)ରେ ୨ଟି ଗୋଲ ଦେଇଥିବାବେଳେ ଓଏଫ୍‌ସି ପକ୍ଷରୁ ୩୭ତମ ମିନିଟରେ ଡିଏଗୋ ମରିସିଓ ଓ ଅହମଦ ଜାହୋହ (୯୦+୬ ମିନିଟରେ) ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଫାଇନାଲ ପୂର୍ବରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତିଥି ଭାବରେଯୋଗ ଦେଇଥିଲେ। ଉଭୟ ଦଳର ଖେଳାଳିଙ୍କୁ ଭେଟିବାସହ ପରିଚୟ ହୋଇଥିଲେ ମୁଖ୍ୟମନ୍ତ୍ରୀ। ସୁପର କପ୍‌ ଭଳି ଟୁର୍ନାମେଣ୍ଟ ଆୟୋଜନ କରିଥିବାରୁ ଓଡ଼ିଶା ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଟୁର୍ନାମେଣ୍ଟ ସହ ଜଡିତ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ। ଉଭୟ ଦଳ ପ୍ରାରମ୍ଭରୁ ଆକ୍ରଣାତ୍ମକ ରଣନୀତି ସହ ଓହ୍ଲାଇଥିଲେ। ଓଏଫ୍‌ସି ଓ ଇଷ୍ଟବେଙ୍ଗଲ୪-୩-୩-୧କମ୍ବିନେଶନ ସହ ଓହ୍ଲାଇଥିଲେ। ପ୍ରଥମ ୨୦ ମିନିଟର ଖେଳ ସାଧାରଣତଃ ମିଡଫିଲ୍ଡରେ ରହିଥିଲା। ଇଷ୍ଟବେଙ୍ଗଲ ଖେଳାଳିଙ୍କୁ ଫାଉଲ୍‌ ମାରିବା କାରଣରୁ ୩୦ ମିନିଟରେ ରୟ କ୍ରିଷ୍ଣା ୟେଲୋ କାର୍ଡ ମିଳିଥିଲା। ୩୧ତମ ମିନିଟରେ ଇଷ୍ଟବେଙ୍ଗଲକୁ ଫ୍ରିକିକ୍‌ ମିଳିଥିବାବେଳେ କ୍ଲେଟନ୍‌ ସିଲ୍‌ଭାଙ୍କ ଶକ୍ତିଶାଳୀ ଶଟ୍‌କୁ ଅଟକାଇଥିଲେ ଲାଲଥୁମାଇୱାରାଲ୍‌ଟେ। ପରେ ଦୁଇଟି କର୍ନର ମିଳିଥିଲେହେ ଁରାଲ୍‌ଟେ ଏହାକୁ ଅଟକାଇଥିଲେ। ୩୪ ମିନିଟରେ ଇଷ୍ଟବେଙ୍ଗଲ ଫରୱାର୍ଡଙ୍କ ଫାଉଲ୍‌ କାରଣରୁ ଓଏଫ୍‌ସିକୁ ଫ୍ରିକିକ୍‌ ମିଳିଥିଲେ ମଧ୍ୟ ଏହାର ଫାଇଦା ଉଠାଇ ପାରି ନ ଥିଲେ। ତେବେ ୩୭ତମ ମିନିଟରେ ଓଏଫ୍‌ସି ପକ୍ଷରୁ ପ୍ରଥମ ଗୋଲ କରିଥିଲେ ଡିଏଗୋ ମରିସିଓ। ଅହମଦ୍‌ ଜାହୋହଙ୍କୁ ମିଳିଥିବା ଫ୍ରିକିକ୍‌କୁ ଗୋଲରେ ପରିଣତ କରିଥିଲେ। ଏହାର ୨ ମିନିଟ ମଧ୍ୟରେ ଇଷ୍ଟବେଙ୍ଗଲ ନିକଟରେ ସ୍କୋରକରିବାରସୁଯୋଗ ଥିଲା। ତେବେ କ୍ଲେଟନ୍‌ ସିଲ୍‌ଭାଙ୍କ ଶଟ୍‌ ପୋଷ୍ଟ ବାହାରକୁଚାଲି ଯାଇଥିଲା। ପ୍ରଥମାର୍ଦ୍ଧରେ ଓଏଫ୍‌ସି ୧-୦ରେ ଆଗୁଆ ରହିଥିଲା।
ପ୍ରଥମାର୍ଦ୍ଧ ପରେ ଇଷ୍ଟବେଙ୍ଗଲ ଘନ ଘନ ଆକ୍ରମଣ କରିଥିଲା। ପୂର୍ବତନ ଓଏଫ୍‌ସି ଫରୱାର୍ଡ ଖେଳାଳି ନନ୍ଦ କୁମାର ଶେକର ୫୨ ତମ ମିନିଟରେ ଗୋଲ ଦେଇ ମ୍ୟାଚକୁ ସମାନ୍ତର ସ୍ଥିତିକୁ ଆଣିଥିଲେ। ଓଏଫ୍‌ସି ଡିଫେଣ୍ଡରଙ୍କ ତ୍ରୁଟିର ଫାଇଦା ଉଠାଇ ଶେକର ସ୍କୋର କରିଥିଲେ। ୬୦ତମ ମିନିଟରେ ଓଏଫ୍‌ସି ଡିଫେଣ୍ଡର ମୋର୍ଟାଡା ଫଲ୍‌ ଏକ ଫାଉଲ୍‌ ମାରିଥିଲେ। ଏଥିରୁ ମିଳିଥିବା ସ୍ପଟ୍‌ କିକ୍‌କୁ ଗୋଲରେ ପରିଣତ କରିବା ସହ କ୍ଲେଟନ୍‌ ସିଲ୍‌ଭା ଇଷ୍ଟବେଙ୍ଗଲକୁ ୨-୧ରେ ଆଗୁଆ କରିଥିଲେ। ଦ୍ୱିତୀୟାର୍ଦ୍ଧର ଅନ୍ତିମ ୨୦ ମିନିଟ୍‌ ଇଷ୍ଟବେଙ୍ଗଲ ପକ୍ଷରୁ ଖେଳକୁ ବିଳମ୍ବିତ କରାଯିବାକୁ ପ୍ରୟାସ କରାଯାଉଥିଲା। ତେବେ ୯୦+୬ ମିନିଟରେ ଗୋଲକିପର ପ୍ରଭସୁଖରନ୍‌ଗିଲ୍‌ ଫାଉଲ ମାରିବା କାରଣରୁ ଓଏଫ୍‌ସିକୁ ଏକ ସ୍ପଟ୍‌କିକ୍‌ ମିଳିଥିଲା। ଅହମଦ ଜାହୋହ ଫ୍ରିକିକ୍‌ରୁ ସ୍କୋର କରିବାସହ ମ୍ୟାଚ୍‌ ଅତିରିକ୍ତ ସମୟକୁ ଯାଇଥିଲା। ଅତିରିକ୍ତ ସମୟର ପ୍ରଥମ ୧୫ ମିନିଟରେ ଓଏଫ୍‌ସି ପକ୍ଷରୁ ରକ୍ଷଣାତ୍ମକ ପ୍ରଦର୍ଶନ କରାଯାଇଥିଲା। ୧୦୦ ତମ ମିନିଟରେ ଇଷ୍ଟବେଙ୍ଗଲର ସୌଭିକ ଚକ୍ରବର୍ତ୍ତୀଙ୍କୁ ରେଡ୍‌କାର୍ଡ ମିଳିଥିଲା। ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିବା ପରେ ଦ୍ୱିତୀୟ ୧୫ ମିନିଟରେ କ୍ଲେଟନ୍‌ସିଲ୍‌ଭା(୧୧୧ ମିନିଟରେ) ବ୍ୟକ୍ତିଗତ ଦ୍ୱିତୀୟଗୋଲ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri