Posted inଖେଳ

କଳିଙ୍ଗ ରନର୍ସର ଜାତୀୟସ୍ତରୀୟ ମାରାଥନ ୨୬ରେ

ଭୁବନେଶ୍ୱର,୧୨ା୨: କଳିଙ୍ଗ ରନର୍ସ ପକ୍ଷରୁ ୫ମ ଜାତୀୟ ସ୍ତରୀୟ ମାରାଥନ ଆସନ୍ତା ୨୬ ତାରିଖରେ ହେବ। ଏଥିରେ ୩୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି। ଭୁବନେଶ୍ୱର ସିଟି ମାରାଥନ ତିନୋଟି ବିଭାଗ ଯଥା ୫ କିମି, ୧୦କିମି ଓ ୨୧ କିମି ବିଶିଷ୍ଟ ହେବ। ଅଂଶଗ୍ରହଣକାରୀଙ୍କ ଲାଗି ଟିଶାର୍ଟ, ଚିପ୍‌, ବିଆଇବି, ପଦକ ଏବଂ ଡିଜିଟାଲ ସାର୍ଟିଫିକେଟ ବ୍ୟବସ୍ଥା କରାଯାଇଛି। ବିଜେତାମାନଙ୍କ ଲାଗି ମୋଟ ପୁରସ୍କାର ରାଶି ୭୫,୦୦୦ ଟଙ୍କା ରଖାଯାଇଛି। ୫ କିମି ଅଂଶଗ୍ରହଣକାରୀଙ୍କ ଲାଗି ରିପୋର୍ଟିଂ ସମୟ ସକାଳ ୬ଟା ରଖାଯାଇଥିବା ବେଳେ ୧୦କିମି ପାଇଁ ସକାଳ ୫ଟା ୩୦ ଏବଂ ୨୧ କିମି ପାଇଁ ସକାଳ ୫ଟା ସମୟ ରଖାଯାଇଛି। ମାରାଥନ ଦୌଡ଼ ଶିଖରଚଣ୍ଡୀଠାରୁ ଆରମ୍ଭ ହେବ। ଓଡ଼ିଶାରେ ଏକ ସୁସ୍ଥ ସମାଜ ଓ ସମସ୍ତଙ୍କୁ ସ୍ବାସ୍ଥ୍ୟ ସମ୍ପର୍କରେ ସଚେତନ କରାଇବାକୁ ଯାଇ ଏହି ମାରାଥନର ଆୟୋଜନ କରାଯାଇଛି। ଏହି ଅବସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ କଳିଙ୍ଗ ରନର୍ସର ସଭାପତି ଦୁଃଖୀଶ୍ୟାମ ପାଢ଼ୀ, ସମ୍ପାଦକ ସଂଗ୍ରାମ କେଶରୀ ଜେନା, ସହସମ୍ପାଦକ ଅୟସକାନ୍ତ ମହାନ୍ତି, ରେସ୍‌ର ନିର୍ଦ୍ଦେଶକ ଦୀପକ କୁମାର ମିଶ୍ର, କାର୍ଯ୍ୟକ୍ରମର ଆୟୋଜକ ଯଯାତି ବଡୁ ଓ ମନୋଜ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନିଜ ନିଜ ଭିତରେ ଲଢିଲେଣି ପାକିସ୍ତାନ ଖେଳାଳି, ଏବେ ଶାହିଦ ଆଫ୍ରିଦି ଶାଦାବଙ୍କୁ ଗାଳି ଦେଇ କହିଲେ, ‘ପୁଅ, ତୁମେ…’

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ, ପାକିସ୍ତାନୀ କ୍ରିକେଟର ଶାଦାବ ଖାନ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଥିଲେ ଏବଂ ନିଜ…

୩ ଥର ଶୂନ୍ୟରେ ଆଉଟ ହେବାରୁ ଅଭିଷେକଙ୍କୁ ଏମିତି କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୦।୨: ପୂର୍ବତନ ପାକିସ୍ତାନ ଖେଳାଳି ମହମ୍ମଦ ଆମିର ଅଭିଷେକ ଶର୍ମାଙ୍କ ବିଷୟରେ କହିଥିଲେ ଯେ ସେ କେବଳ ଜଣେ ଚଳ ଚଞ୍ଚଳ ଖେଳାଳି। ଏହି ବକ୍ତବ୍ୟକୁ ବହୁଳ…

ସେମିଫାଇନାଲରୁ ବାଦ୍‌ ପଡ଼ିବ ଟିମ୍‌ ଇଣ୍ଡିଆ: ଏହି କ୍ରିକେଟର୍‌ କଲେ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୦।୨: ICC ଟି୨୦ ବିଶ୍ୱକପ ୨୦୨୬ର ସୁପର ୮ ରାଉଣ୍ଡ ଫେବୃଆରୀ ୨୧ରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ୮ଟି ଦଳ ସେମିଫାଇନାଲରେ ସ୍ଥାନ ପାଇବା ପାଇଁ…

୩୯ ବର୍ଷୀୟ କ୍ରିକେଟର୍‌ କଲେ ବଡ଼ କାରନାମା: ଭାଙ୍ଗିଲା ରୋହିତ ଶର୍ମାଙ୍କ ରେକର୍ଡ

ନୂଆଦିଲ୍ଲୀ,୨୦।୨: ଜିମ୍ବାୱେ ୨୦୨୬ ଟି୨୦ ବିଶ୍ୱକପରେ ଆଉ ଏକ ବଡ଼ ବିପର୍ଯ୍ୟୟ ଘଟାଇବାରେ ସଫଳ ହୋଇଛି। ଜିମ୍ବାୱେ ତା’ର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୬…

ମଟନ-ଚିକେନ ଖାଇବା ଛାଡ଼ିଦେଲେ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୦।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆକୁ ଟାଇଟଲ ଦେବା ପରେ ଜିମ୍ବାୱେ ଏବଂ ନାମ୍ବିଆରୁ ଫେରିଥିବା ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ରାଜସ୍ଥାନ…

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri