ପାଟଣା, ତୁରୁମୁଙ୍ଗା ଓ ଝାରବେଡ଼ାରେ କାଳୀପୂଜା

ପାଟଣା, ୯/୧୧ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ ଅନ୍ତର୍ଗତ ପାଟଣା, ତୁରୁମୁଙ୍ଗା ଓ ଝାରବେଡ଼ାରେ କାଳୀପୂଜା ଆୟୋଜିତ ହୋଇଛି। ପୂଜାମଣ୍ଡପରେ ଦେବୀ କାଳୀଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ସାଙ୍ଗକୁ ଆକର୍ଷଣୀୟ ବିଦ୍ୟୁତ୍ ଆଲୋକମାଳା, ମନୋରମ ସାଉଣ୍ଡ ବ୍ୟବସ୍ଥା ଓ ସୁଦୃଶ୍ୟ ତୋରଣରେ ବଜାରଗୁଡ଼ିକ ଝଲସି ଉଠୁଛି।

ପାଟଣା ବଣିକ ସଂଘ ପକ୍ଷରୁ ଆୟୋଜିତ ପୂଜାରେ ଅଜୟ ଭଞ୍ଜ କର୍ତ୍ତା ଭାବେ ଦେବନୀତି ସମ୍ପାଦନ କରିଥିବା ବେଳେ ପୂଜକ ରବୀନ୍ଦ୍ର ପାଣି ପୂଜାର୍ଚ୍ଚନା ଓ ନୀତିକାନ୍ତି ସମ୍ପନ୍ନ କରୁଛନ୍ତି। ସଂଘର ସଭାପତି ଦାଶରଥି ଦାଶ, ସମ୍ପାଦକ ଲୋକନାଥ ବେହେରା, ସହସମ୍ପାଦକ ଅୟସ କୁମାର ନାୟକ, କୋଷାଧ୍ୟକ୍ଷ ସୁଜିତ କୁମାର ରାମ, ପରାମର୍ଶଦାତା ଅଜୟ କୁମାର ଦାଶ, ବୁଲୁ ଭଞ୍ଜ, ବ୍ୟବସାୟୀ ସହଦେବ ବେହେରା, ଅଜୟ କୁମାର ବେହେରା ଓ ବିଷ୍ଣୁ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୂଜାକାର୍ଯ୍ୟ ଚାଲିଛି। ଆସନ୍ତା ଗୁରୁବାର ସାଂସ୍କୃତିକ ସନ୍ଧ୍ୟାରେ ମେଲୋଡି କାର୍ଯ୍ୟକ୍ରମ ଏବଂ ଶୁକ୍ରବାର ରାତିରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି।

ସେହିପରି ପାଟଣା ବ୍ଲକର ଅନ୍ୟତମ ପ୍ରମୁଖ ବଜାର ତୁରୁମୁଙ୍ଗାସ୍ଥିତ ଷ୍ଟାଡିୟମଠାରେ ବଣିକ ସଂଘ ପକ୍ଷରୁ କାଳୀପୂଜା ଆୟୋଜନ କରାଯାଇଛି। ଏଠାରେ ରାଜକିଶୋର ସାହୁ କର୍ତ୍ତା ଭାବେ ପୂଜାକାର୍ଯ୍ୟ ତୁଲାଉଥିବା ବେଳେ ପୂଜକ ବାପି ପଣ୍ଡା ପୂଜାବିଧି ସମ୍ପନ୍ନ କରୁଛନ୍ତି। ବଣିକ ସଂଘର ସଭାପତି ତପନ କୁମାର ସାହୁ, ସମ୍ପାଦକ ଶ୍ରବଣ ସାହୁ, କୋଷାଧ୍ୟକ୍ଷ କ୍ଷେତ୍ରମୋହନ ସାହୁଙ୍କ ସମେତ ସୁବଳ ସାହୁ, ତାପସ ସାହୁ, ପ୍ରମୋଦ ସାହୁ, ଶମ୍ଭୁ ସାହୁ, ସୁଶୀଲ ସାହୁ, ଗୋପବନ୍ଧୁ ସାହୁ, ମଧୁସୂଦନ ସାହୁ ଓ ରାମଚନ୍ଦ୍ର ନାଏକଙ୍କ ସହଯୋଗରେ ପୂଜାକାର୍ଯ୍ୟ ଚାଲିଛି।

ଅନ୍ୟପକ୍ଷରେ, ତୁରୁମୁଙ୍ଗା ବଜାର ନିକଟସ୍ଥ ଝାରବେଡ଼ାରେ ଚଳିତବର୍ଷ ପ୍ରଥମଥର ପାଇଁ ନିହ୍ନୁଆଁ ଓ ଝାରବେଡ଼ା ବଣିକ ସଂଘ ପକ୍ଷରୁ ମିଳିତ ଭାବେ କାଳୀପୂଜା ଆୟୋଜନ କରାଯାଇଛି। ଏଠାରେ ପୂଜକ ପ୍ରଦୀପ କୁମାର ପାଣି ଓ ଶରତ ପଣ୍ଡା ପୂଜାକାର୍ଯ୍ୟ ସମ୍ପନ୍ନ କରୁଥିବା ବେଳେ ବିରବର ବେହେରା ଓ ନାଗାର୍ଜୁନ ବେହେରା କର୍ତ୍ତା ଭାବେ ଦାୟିତ୍ୱ ତୁଲାଉଛନ୍ତି।

Dharitri – Odisha’s No.1 Odia Daily

Share