Categories: ଜାତୀୟ

କାଳୀ ମୋ ପାଇଁ ମାଂସଖିଆ ଦେବୀ: ମହୁଆ ମୋଇତ୍ରା

ଫିଲ୍ମ ‘କାଳୀ’ ପୋଷ୍ଟରକୁ ନେଇ ଚାଲିଥିବା ବିବାଦ ଉପରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏମ୍‌ପି ମହୁଆ ମୋଇତ୍ରା ମଙ୍ଗଳବାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘କାଳୀ ମୋ ପାଇଁ ମାଂସଖିଆ, ମଦ ଗ୍ରହଣ କରୁଥିବା ଦେବୀ। ଜଣେ କିପରି ନିଜ ଦେବୀଙ୍କୁ ନିଜ ଇଚ୍ଛାରେ ସ୍ବାଧୀନ ଭାବେ କଳ୍ପନା କରିପାରିବେ। ସିକିମ ଭଳି ଅନେକ ସ୍ଥାନ ରହିଛି ଯେଉଁଠି ଦେବଦେବୀଙ୍କ ପାଖରେ ମଦ ମଧ୍ୟ ଅର୍ପଣ କରାଯାଏ। ଯଦି ଉତ୍ତରପ୍ରଦେଶରେ କେହି ମଦ ଭୋଗ ଲଗାଏ ତେବେ ତାହାକୁ ଧର୍ମନିନ୍ଦା ବୋଲି ଧରାଯିବ’ ବୋଲି ଏକ ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଏକ କାର୍ଯ୍ୟକ୍ରମରେ ଭାଗ ନେଇ ମହୁଆ କହିଛନ୍ତି।

Share