ଗାଡ଼ି ଧକ୍କାରେ କଲରାପତରିଆ ବାଘର ମୃତ୍ୟୁ

ଭଞ୍ଜନଗର,୧୦।୮(ବାବୁଲା ପ୍ରଧାନ)ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ ଜାତୀୟ ରାଜପଥରେ ମଙ୍ଗଳବାର ରାତି ପ୍ରାୟ ୧ଟା ବେଳେ ଏକ ଗାଡ଼ି ଧକ୍କାରେ ଗୋଟିଏ ମାଈ କଲରାପତରିଆ ବାଘର ମୃତ୍ୟୁ ହୋଇଛି। ବାଘଟିର ବୟସ ପ୍ରାୟ ୨ବର୍ଷରୁ ଊର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଉଛି। ବୁଧବାର ଅପରାହ୍ନ ସାଢ଼େ ୪ଟାରେ ବାଘଟିକୁ ବ୍ୟବଚ୍ଛେଦ କରାଯାଇ ଲିଭର, ଫୁସ୍‌ଫୁସ୍‌, ହୃତ୍‌ପିଣ୍ଡ, ଯକୃତ ଆଦି ଅଧିକ ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଯାଇଛି। ସ୍ଥାନୀୟ ଲାଲସିଂ ନର୍ସରି ପରିସରରେ ସନ୍ଧ୍ୟାରେ ବାଘଟିକୁ ପୋଡ଼ି ଦିଆଯାଇଛି। ପ୍ରକାଶ ଯେ, ସୋମବାର ରାତି ପ୍ରାୟ ୧ଟା ସମୟରେ ଗୋଟିଏ କଲରାପତରିଆ
ବାଘ ଭଞ୍ଜନଗର ସହରଠାରୁ ପ୍ରାୟ ୧୦ କିମି ଦୂର ଭଞ୍ଜନଗର-ଫୁଲବାଣୀ ଜାତୀୟ ରାଜପଥର ବୁଦୁଲି ପାଇପ୍‌ ଫ୍ୟାକ୍ଟ୍ରି ନିକଟରେ ରାସ୍ତା ପାର ହେଉଥିଲା । ଏହି ସମୟରେ କୌଣସି ଗାଡ଼ି ବାଘକୁ ଧକ୍କା ଦେଇ ଚାଲିଯାଇଥିଲା। ବାଘଟି ରାଜପଥ ଉପରେ ପଡ଼ି ଗର୍ଜନ କରିବା ସହ ଛଟପଟ ହେଉଥିଲା । ଉକ୍ତ ରାସ୍ତାରେ ଯାଉଥିବା ଲୋକେ ଦେଖି ଡିଏଫଓ ସୁଦର୍ଶନ ବେହେରାଙ୍କୁ ଖବର ଦେଇଥିଲେ। ଏହାପରେ ଡିଏଫଓ ବେହେରା, ମୁଜାଗଡ଼ ରେଞ୍ଜର ବିମ୍ବାଧର ସାହୁ, କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ କୁମର ବେହେରା, ବନପାଳ ବଂଶୀଧର ବିଷୋୟୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ ଆହତ ବାଘକୁ ଉଦ୍ଧାର କରି ଚିକିସତ୍ା ପାଇଁ ଭଞ୍ଜନଗର ପ୍ରାଣୀ ଚିକିସତ୍ାଳକୁ ଆଣିଥିଲେ। ବାଘର ଚିକିସତ୍ା ଚାଲିଥିବା ବେଳେ ରାତି ପ୍ରାୟ ସାଢ଼େ ୩ଟାରେ ବାଘଟିର ମୃତ୍ୟୁ ହୋଇଥିଲା। ବୁଧବାର ଅପରାହ୍ନରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଭଞ୍ଜନଗର ତହସିଲଦାର ଅଚ୍ୟୁତାନନ୍ଦ ଜାନି, ବ୍ରହ୍ମପୁର ଡିଏଫଓ ଆର.ଆର.ପଟ୍ଟନାୟକ, ଡିଏଫଓ ସୁଦର୍ଶନ ବେହେରା, ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟ, ଏସିଏଫ୍‌ ବିକ୍ରମ ଦେବ ପଟ୍ଟନାୟକ, ପ୍ରଭାକର ନାୟକ, ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଳପାଣି ଶତପଥୀ, ଅନୁପମ ବାନାର୍ଜି ପ୍ରମୁଖଙ୍କ ଉପସ୍ଥିତିରେ ବାଘର ବ୍ୟବଚ୍ଛେଦ କରାଯାଇଥିଲା । ଭଞ୍ଜନଗର ପ୍ରାଣୀ ଚିକିସତ୍ାଧିକାରୀ ଡା. ନିଶିକାନ୍ତ ବଳ, ତାରସିଂ ଭିଏଏସ୍‌ ଡା.ବିଜୟିନୀ ପଣ୍ଡା, ବେଲଗୁଣ୍ଠା ଭିଏଏସ୍‌ ଡା. ରାକେଶ ପତି ପ୍ରମୁଖ ବାଘଟିର ବ୍ୟବଚ୍ଛେଦ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ କଥା କହୁ କହୁ କେମିତି ‘ଆମ ଆଦମୀ ପାର୍ଟି’ର ‘ଖଳନାୟକ’ ପାଲଟିଗଲେ ରାଘବ ଚଢା? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୪।୪: ରାଜନୀତିର ପ୍ରକୃତି ଅଦ୍ଭୁତ। କେତେବେଳେ ବନ୍ଧୁ ଶତ୍ରୁ ହୋଇଯାଏ, ଆଉ କେତେବେଳେ ଶତ୍ରୁ ବନ୍ଧୁ ହୋଇଯାଏ। ରାଜନୀତି କ୍ଷେତ୍ରରେ, ପବନର ଦିଗ ନିରନ୍ତର ପରିବର୍ତ୍ତନ ହୁଏ…

ମାତ୍ର ୧୧ ବଲ୍‌ରେ ବାଜି ପଲଟାଇ ଦେଲେ ଶିକ୍ଷକଙ୍କ ପୁଅ: ରାତାରାତି ପାଲଟିଲେ ସୁପରଷ୍ଟାର

ନୂଆଦିଲ୍ଲୀ,୪।୪: ଆଇପିଏଲରେ ଅଜଣା ଏବଂ ନୂତନ ଖେଳାଳିମାନେ ସୁପରଷ୍ଟାର ମାନ୍ୟତା ହାସଲ କରିପାରିବେ। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ମଧ୍ୟରେ ଆଇପିଏଲ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…

ମଧ୍ୟସ୍ଥତା କରୁ କରୁ ବଢିଲାଣି ପାକିସ୍ତାନର ଅଡୁଆ, UAE ମାଗିଲାଣି ୩.୫ ବିଲିୟନ ଡଲାର

ଇସଲାମାବାଦ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ବିବାଦର ଅନ୍ତ ଘଟାଇବା ପାଇଁ ପାକିସ୍ତାନ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରିଥିଲା। ତଥାପି, ପାକିସ୍ତାନ – ଯାହା ନିଜେ ଆର୍ଥିକ…

ଛାତ୍ରୀଛାତ୍ର-ଶିକ୍ଷକଙ୍କ ମଧ୍ୟରେ ସୁସମ୍ପର୍କ ଗଢ଼ିବାକୁ ପ୍ରୟାସ

ମୋହନା,୪।୪( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନାରେ ଥିବା ପିଏମଶ୍ରୀ ଏସ୍‌ଏସ୍‌ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସତ୍ୟ ରଞ୍ଜନ କରଙ୍କ ତତ୍ୱାବଧାନରେ ପ୍ରବେଶ…

ଜଙ୍ଗଲରୁ ଜବତ ହେଲା ମଣିଷ ଖପୁରୀ ସହ ହାଡ଼, ମହିଳାଙ୍କ ଲୁଗା ପାଖରେ….

ପାଟଣା,୪।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଦାମାହୁଦା ପଞ୍ଚାୟତ ଅନ୍ତର୍ଗତ ସୁନାପଶି ଗ୍ରାମ ହୁଡ଼ିର ଜଙ୍ଗଲରୁ ଶନିବାର ପାଟଣା ପୋଲିସ ମଣିଷର ଖପୁରି ଓ…

କୋରାପୁଟରେ ମୋକିମ୍‌: ଦଳକୁ ମଜଭୁତ କରିବାକୁ କସରତ: ବିଜେଡି,କଂଗ୍ରେସ ଛାଡ଼ି…

କୋରାପୁଟ,୪।୪(ଅମିତାଭ ବେହେରା): ପୂର୍ବତନ ବିଧାୟକ ତଥା ଓଡ଼ିିଶା ଜନତା କଂଗ୍ରେସର ସଭାପତି ମହମ୍ମଦ ମୋକିମ୍‌ ଶନିବାର କୋରାପୁଟ ଗସ୍ତରେ ଯାଇଛନ୍ତି। ସେମିଲିଗୁଡାରେ ଆୟୋଜିତ ଏକ ମିଶ୍ରଣ ପର୍ବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri