କଳାପାଟ-ବଡ଼ମୂଳ ରାସ୍ତା କାମ ଅଧାପନ୍ତରିଆ

ଗଣିଆ,୨୯ା୩(ସନ୍ତୋଷ କୁମାର ପ୍ରଧାନ): ନୟାଗଡ଼ ଜିଲା ଗଣିଆ-କୁତୁରୀ ପୂର୍ତ୍ତ ବିଭାଗ ରାସ୍ତାକୁ ଅକ୍ତିଆର କରିଛି ଗ୍ରାମ୍ୟ ଉନ୍ନୟନ ବିଭାଗ। ଏହି ରାସ୍ତାର ଗଣିଆଠାରୁ ବଡ଼ମୂଳ ପର୍ଯ୍ୟନ୍ତ ନବୀକରଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ (ଆରଡି) ହାତକୁ ନେଇଛି। ଗତ ୫ବର୍ଷ ତଳେ ପ୍ରଥମ ପର୍ଯ୍ୟାୟରେ ଗଣିଆ ବଜାରଠାରୁ କଳାପାଟ ଠାକୁରାଣୀ ପୀଠ ପର୍ଯ୍ୟନ୍ତ ୧୦ କି.ମି. ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇଯାଇଛି। ନିମ୍ନମାନର କାର୍ଯ୍ୟ ଯୋଗୁ ଉକ୍ତ ରାସ୍ତାର ଅନେକ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଛି। ଅନ୍ୟପକ୍ଷେ ଦ୍ୱିତୀୟ ପର୍ଯ୍ୟାୟରେ ୨୦୨୨ରେ କଳାପାଟ ଠାକୁରାଣୀ ପୀଠଠାରୁ ବଡ଼ମୂଳ ୧୪ କି.ମି. ରାସ୍ତା ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ୫କୋଟି ୨୫ଲକ୍ଷ ୨୧ହଜାର ଟଙ୍କା ମଞ୍ଜୁର ହୋଇଥିଲା। ୧୪ କି.ମି. ରାସ୍ତା ମଧ୍ୟରୁ ୩.୫୦୦କି.ମି. କଂକ୍ରିଟ ଓ ୧୦.୫୦୦ କି.ମି. ପିଚୁ ରାସ୍ତା ପାଇଁ ଅଟକଳ ରହିଛି। ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ୨୦୨୨ ଫେବୃଆରୀ ୨୩ରୁ ଆରମ୍ଭ ହୋଇ ୨୦୨୩ ମାର୍ଚ୍ଚ ୨୨ରେ ଶେଷ ହେବାର ଅବଧି ରହିଥିଲା। ତେବେ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ସାଙ୍ଗକୁ ଠିକାଦାରଙ୍କ ମନମୁଖି କାର୍ଯ୍ୟ ଯୋଗୁ କେତେବେଳେ କାର୍ଯ୍ୟ ହେଉଛି ତ ଆଉ କେତେବେଳେ କାର୍ଯ୍ୟ ବନ୍ଦ ରହୁଛି। ଏହି ରାସ୍ତାରେ ବିଛାଡି ହୋଇ ପଡିଥିବା ମେଣ୍ଟାଲ ଉପରେ ଡଷ୍ଟ ପକାଇ ରଖାଯାଇଛି। ନିର୍ମାଣ ହୋଇଥିବା କଲର୍ଭଟଗୁଡ଼ିକ ନିମ୍ନମାନର କାର୍ଯ୍ୟ ଯୋଗୁ ଅନେକ ସ୍ଥାନରେ ଏହା ଭାଙ୍ଗିରୁଜି ଯାଇଥିବା ଦେଖିବାକୁ ମିଳିଛି। ଠିକାଦାର ରାସ୍ତାର ଅନେକ ସ୍ଥାନରେ ଖୋଳି ଅଧାପନ୍ତରିଆ ଭାବେ ପକାଇ ଦେଇଥିବାରୁ ଲୋକମାନେ ଯାତାୟାତରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ଲୋକମାନେ କାର୍ଯ୍ୟ ଶେଷ ପାଇଁ ଠିକାଦାର ଓ ବିଭାଗୀୟ କନିଷ୍ଠଯନ୍ତ୍ରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ବି କର୍ଣ୍ଣପାତ କରୁନାହାନ୍ତି।
ଏହି ରାସ୍ତାରେ ସ୍ଥାନୀୟ ଜନ ପ୍ରତିନିଧି ଓ ପ୍ରଶାସନିକ ଉଚ୍ଚ ପଦାଧିକାରୀମାନେ ଯାତାୟତ କରୁଥିଲେ ମଧ୍ୟ କାହାର ଦୃଷ୍ଟି ପଡୁନାହିଁ। ଉକ୍ତ ରାସ୍ତା ଦେଇ ପ୍ରତ୍ୟହ ବିଭିନ୍ନ ପ୍ରକାର ଭାରିଯାନ ଚଳାଚଳ ଦ୍ୱାରା ରାସ୍ତାର ଏକାଧିଖ ସ୍ଥାନରେ ବଡ ବଡ ଖାଲ ସୃଷ୍ଟି ହୋଇଛି। ଫଳରେ ଅସରାଏ ବର୍ଷା ହେଲେ ରାସ୍ତାରେ ଯାତାୟତ କରିବା କଷ୍ଟକର ହୋଇପଡୁଛି। ତେବେ ପୂର୍ତ୍ତ ବିଭାଗଠାରୁ ଏହି ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଯିବା ପରେ ଭଲ ରାସ୍ତା କାମ ହେବ ବୋଲି ସ୍ଥାନୀୟ ଲୋକେ ଆଶା କରିଥିଲେ। ହେଲେ ନିମ୍ନମାନର କାର୍ଯ୍ୟ ହେଉଛି। ପୁଣି ସେଥିରେ ବିଳମ୍ବ କରାଯାଉଥିବା ଯୋଗୁ ସାଧାରଣରେ ଅସନ୍ତେଷ ପ୍ରକାଶ ପାଇଛି। ସେହିପରି ବୃତ୍ତଙ୍ଗ ସେତୁର ପଶ୍ଚିମ ପାର୍ଶ୍ୱ ରାସ୍ତା ପାର୍ଶ୍ୱ ଧୋଇ ରାସ୍ତା ଖାଇ ଯାଇଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷ ଏହାର ମରାମତି ପାଇଁ ଦୃଷ୍ଟି ଦେଉନାହାନ୍ତି। ଫଳରେ ଲଗାଣ ବର୍ଷା ହେଲେ ରାସ୍ତା ଧୋଇ ଯାତାୟତରେ ବାଧା ସୃଷ୍ଟି ହେଉଛି। ଏଥିଯୋଗୁ ବଡ଼ ଧରଣର ଦୁର୍ଘଟଣାର ଆଶଙ୍କା ଦେଖାଦେଉଛି।
ପ୍ରକାଶଯୋଗ୍ୟ, ଗଣିଆ ସାଉଥ ବଡ଼ମୂଳ ମଙ୍ଗାନାସୀଠାରେ ପ୍ରାକୃତିକ ପର୍ଯ୍ୟଟନ କେନ୍ଦ୍ର ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ ରହିଛି। ବର୍ଷସାରା ଏଠାକୁ ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ ଆସିଥାଆନ୍ତି। ରାସ୍ତାର ଏଭଳି ଦୂରବସ୍ଥା ଦେଖି ପର୍ଯ୍ୟଟକମାନେ ଏଠାକୁ ପୁଣିଥରେ ଆସିବା ପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି। ଏ ସମ୍ପର୍କରେ ଗଣିଆ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ସାହୁଙ୍କୁ ପଚାରିବାରୁ ଏହି ରାସ୍ତାର ତଥ୍ୟ ମୋ ପାଖରେ ନାହିଁ , କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରନ୍ତୁ ବୋଲି କହି ଏହି ପ୍ରସଙ୍ଗକୁ ଏଡାଇ ଯାଇଥିଲେ। ତେବେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ଗଣିଆରେ ଦେଖା ମିଳୁ ନ ଥିବା ବେଳେ ଏଭଳି ଦାୟିତ୍ୱହୀନ ମନ୍ତବ୍ୟ କାର୍ଯ୍ୟର ସ୍ବଚ୍ଛତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଗ୍ରାମ୍ୟ ଉନ୍ନୟନ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଏ ସଂକ୍ରାନ୍ତରେ ଦୃଷ୍ଟି ଦେବା ସହିତ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ପଦକ୍ଷେପ ନେବାକୁ ଦାବି ହୋଇଛି। ନଚେତ୍‌ ଆଗାମୀ ଦିନରେ ସ୍ଥାନୀୟ ଜନସାଧାରଣଙ୍କ ତରଫରୁ ଜନଆନ୍ଦୋଳନ କରାଯିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

ଶସ୍ତାରେ ମିଳିବ ଘର? ବଜେଟରେ ହେବ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୧।୧: ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ, ଘର ପାଇବା ଏବେ ବି ସ୍ୱପ୍ନ ସାକାର ହେବା ପରି ମନେହୁଏ। ଘରର ମୂଲ୍ୟ ଆକାଶଛୁଆଁ ହେଉଛି, ଏବଂ...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

ସୋସିଆଲ ମିଡିଆ ପୋଷ୍ଟ ଉପରେ ଲାଗିଲା କଟକଣା

ବାଲେଶ୍ୱର,୨୧।୧(ବାଞ୍ଛାନିଧି ଦେ): ବାଲେଶ୍ୱରରେ ସୋସିଆଲ ମିଡିଆ ପୋଷ୍ଟ ଉପରେ ଜିଲା ପୋଲିସ ପକ୍ଷରୁ ବୁଧବାର କଟକଣା ଲାଗୁ କରାଯାଇଛିl କୌଣସି ସମ୍ପ୍ରଦାୟ ବିରୋଧରେ ପୋଷ୍ଟ ନ...

ଗାଁରେ କୁକୁର ଆତଙ୍କ: ଗୋଡ଼ାଇ ଗୋଡ଼ାଇ ୭ ଜଣଙ୍କୁ କାମୁଡ଼ିଲା

ପାଟଣା,୨୧ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ବୁଧବାର ଏକ ପାଗଳ କୁକୁର ଆକ୍ରମଣରେ ୭ ଜଣ ଗୁରୁତର ଆହତ ହୋଇ...

ପ୍ରତିକ ଯାଦବଙ୍କ ବିସ୍ଫୋରକ ପୋଷ୍ଟ ପରେ ବି ଚୁପ ଅଛନ୍ତି ଅପର୍ଣ୍ଣା, ଇନଷ୍ଟ୍ରାଗ୍ରାମରେ ଭାଜପା ଅଧ୍ୟକ୍ଷଙ୍କୁ ଜଣାଇଲେ ଶୁଭେଚ୍ଛା

ଲକ୍ଷ୍ନୌ,୨୧।୧: ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବ ଏବଂ ତାଙ୍କ ପତ୍ନୀ, ଉତ୍ତର ପ୍ରଦେଶ ରାଜ୍ୟ ମହିଳା କମିଶନର ଉପାଧ୍ୟକ୍ଷ...

ଟ୍ରେନରେ ମୋବାଇଲ ହଜି ଯାଇଛି କି? ମିଳିବ ଏମିତି, ସରକାର କହିଲେ ଟ୍ରିକ୍‌

ନୂଆଦିଲ୍ଲୀ,୨୧।୧: ଯଦି ଟ୍ରେନରେ କିମ୍ୱା ଷ୍ଟେସନରେ ଯାତ୍ରା କରିବା ସମୟରେ ଆପଣଙ୍କର ମୋବାଇଲ ଫୋନ ହଜିଯାଏ କିମ୍ୱା ଚୋରି ହୋଇଯାଏ, ତେବେ ଏହାକୁ ଫେରି ପାଇବାର...

ଯୋଗୀ ସରକାରଙ୍କୁ ଅଲ୍ଟିମେଟମ: ୨୪ ଘଣ୍ଟା ମଧ୍ୟରେ…

ଲକ୍ଷ୍ନୌ,୨୧।୧: ଜ୍ୟୋର୍ତିପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ତାଙ୍କ ଓକିଲଙ୍କ ମାଧ୍ୟମରେ ଉତ୍ତର ପ୍ରଦେଶର ଯୋଗୀ ସରକାରଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ନୋଟିସରେ ସ୍ପଷ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri