କଳାପଲ୍‌ସର ଆତଙ୍କ: ୫ଲକ୍ଷ ଟଙ୍କା ଲୁଟି ନେଇ ଦୁର୍ବୃତ୍ତ ଫେରାର

ପାଟଣା,୨୪।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ମୁଖ୍ୟାଳୟସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ ସମ୍ମୁଖରୁ ମଙ୍ଗଳବାର ଲୁଟ୍‌ ହୋଇଛି। କଳାପଲ୍‌ସରରେ ୨ ଦୁର୍ବୃତ୍ତ ଆସି ଜଣେ ମହିଳା ଆକାଉଣ୍ଟାଣ୍ଟଙ୍କଠାରୁ ୫ ଲକ୍ଷ ଟଙ୍କା ଝାମ୍ପି ନେଇ ଜାତୀୟ ରାଜପଥ ୪୯ ନଂ.ରେ କେନ୍ଦୁଝର ଆଡ଼କୁ ଫେରାର ହୋଇଯାଇଛନ୍ତି।
ସୂଚନାନୁଯାୟୀ, ସ୍ଥାନୀୟ କୋଅପରେଟିଭ୍‌ ବ୍ୟାଙ୍କର ଆକାଉଣ୍ଟାଣ୍ଟ ଅନ୍ନପୂର୍ଣ୍ଣା ମିଶ୍ର ନିଜ ବ୍ୟାଙ୍କ ପାଇଁ ବ୍ୟାଙ୍କ ଅଫ ଇଣ୍ଡିଆରୁ ୫ଲକ୍ଷ ଟଙ୍କା ଉଠାଇ ଚାଲିକି ଯାଉଥିବା ବେଳେ ୨ ଦୁର୍ବୃତ୍ତ ଅନ୍ନପୂର୍ଣ୍ଣାଙ୍କ ଟଙ୍କା ବ୍ୟାଗ ଝାମ୍ପି ନେଇ ଫେରାର ହୋଇଯାଇଛନ୍ତି। ଘଟଣାସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ତନାଘନା ଜାରି ରଖିଛି। ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗିରହିଛି।