ଚର୍ଚ୍ଚାରେ କଳାହାଣ୍ଡି ଛାତ୍ର ଅନିରୁଦ୍ଧ

ଭବାନୀପାଟଣା,୩ା୫(ଉତ୍ତମ କୁମାର ଦାଶ):ଆୟର୍ଲାଣ୍ଡ ଡବଲିନ୍‌ ସିଟି ବିଶ୍ୱବିଦ୍ୟାଳୟରେ ଗତ ସପ୍ତାହରେ ଅନୁଷ୍ଠିତ ସପ୍ତମ ବାର୍ଷିକ ଦକ୍ଷିଣ ଏସିଆ ସମ୍ମିଳନୀରେ ନିଜ ଶୀର୍ଷକ ଉପସ୍ଥାପନ କରି ଚର୍ଚ୍ଚାକୁ ଆସିଛନ୍ତି କଳହାଣ୍ଡିର ପିଏଚ୍‌ଡି ଗବେଷଣାରତ ଛାତ୍ର ଅନିରୁଦ୍ଧ ନାଏକ। ୩ଦିନ ଧରି ଅନୁଷ୍ଠିତ ଏହି ସମ୍ମିଳନୀରେ ଦକ୍ଷିଣ ଏସିଆ ମହାଦେଶର ଅନେକ ବରିଷ୍ଠ ପ୍ରଫେସର (ପ୍ରାଧ୍ୟାପକ) ଓ ପିଏଚ୍‌ଡି ଗବେଷଣାରତ ଛାତ୍ରୀଛାତ୍ର ଭାଗନେଇଥିଲେ। ଅନିରୁଦ୍ଧ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ ପକ୍ଷରୁ ପିଏଚ୍‌ଡି ଗବେଷଣାରତ ଛାତ୍ର ଭାବେ ସେଠାରେ ଭାଗନେଇଥିଲେ। ସେଠାରେ ସେ ‘କଣ୍ଟେମ୍ପୋରାରୀ ଟ୍ରେଣ୍ଡସ ଇନ୍‌ ସେକ୍ସୁଲିଟି: ଏ ସିନେମାଟିକ୍‌ ଓଡ଼ିଶୀ ଇନ୍‌’ ଶୀର୍ଷକ ଉପସ୍ଥାପନା କରିଥିଲେ। ଏହା ଉପସ୍ଥିତ ପ୍ରାଧ୍ୟାପକ ଓ ଛାତ୍ରୀଛାତ୍ରଙ୍କ ମନକୁ ଛୁଇଁଥିଲା। ରାଜ୍ୟର ସେ ଜଣେମାତ୍ର ଛାତ୍ର ଭାବେ ସେଠାରେ ଯୋଗଦେଇଥିଲେ। ଅନିରୁଦ୍ଧଙ୍କ ଘର କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଚିଚୈଗୁଡା ପଞ୍ଚାୟତ ନୂଆଗୁଡା ଗ୍ରାମରେ। ଏହି ସଫଳତା ପାଇଁ ଜିଲାର ବିଭିନ୍ନ ମହଳରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।