କଳାହାଣ୍ଡି ଉତ୍ସବ-ଘୁମୁରା: ଥୁଆମୂଳ ରାମପୁରରୁ ବାହାରିଲା ମଶାଲ ଶୋଭାଯାତ୍ରା…

ଥୁଆମୂଳ ରାମପୁର, ୧୩ା୧ (ଦୁର୍ଗା କୀର୍ତ୍ତି): ୨୮ତମ ଜିଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ନିମନ୍ତେ ମଙ୍ଗଳବାର ଥୁଆମୂଳ ରାମପୁର ବ୍ଲକରୁ ଏକ ଭବ୍ୟ ମଶାଲ ଶୋଭାଯାତ୍ରା ବାହାରିଛି। ସ୍ଥାନୀୟ ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପୀଠରେ ପୂଜାର୍ଚ୍ଚନା ପରେ ଅତିଥିମାନେ ଯାତ୍ରାର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ବିଡିଓ ଧ୍ରୁବ ଚରଣ ମୁଦୁଲି, ବିଏସଏସଓ ସୁନାରାମ ସୋରେନ, ସାଂସଦ ପ୍ରତିନିଧି ପବିତ୍ର ନାଏକ ଏବଂ ପୂର୍ବତନ ଡବ୍ଲୁଓଡିସି ସଦସ୍ୟ ମାଣିକ୍ୟ ଚନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ରହି ମଶାଲ ପ୍ରଜ୍ଜ୍ୱଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏମଏମପିଏସ କଲେଜ ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଛିନା, ଅଧ୍ୟାପକ ବିରଞ୍ଚି ନାଏକ, ଅଧ୍ୟାପକ ବଳଭଦ୍ର ହରିଜନ, ଏପିଓ ଭକ୍ତ ସେଠୀ, ଆର୍ ଏଚ ରାଜେନ୍ଦ୍ର ନାରାୟଣ ଦେବ, ପିଇଓ ଟଙ୍କଧର ସାହୁ,ଭାଜପା ଯୁବ ନେତା ରାଧା ନାଏକ ଏବଂ ଏନୱାଇକେ ସଦସ୍ୟ ବିକାଶ ନାଏକ ଓ ଲମ୍ବୋଦର ନାଏକ ପ୍ରମୁଖ ସାମିଲ ହୋଇଥିଲେ। ଏହି ମଶାଲଟି ଥୁଆମୂଳ ରାମପୁରରୁ ବାହାରି ଗୋପାଳପୁର, କାନିଗୁମା ଓ ଗୁଣପୁର ପରିକ୍ରମା କରି ସଗଡ଼ାଠାରେ ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ୧୪ ତାରିଖ ବୁଧବାର ପୂର୍ବାହ୍ନ ୧୧ଟାରେ ମଶାଲଟି ଭବାନୀପାଟଣା ସହରରେ ପ୍ରବେଶ କରିବ। ପରେ ସେଠାରେ ଅନୁଷ୍ଠିତ ମୁଖ୍ୟ ଶୋଭାଯାତ୍ରାରେ ସାମିଲ ହୋଇ ଉତ୍ସବ ପଡ଼ିଆକୁ ନିଆଯିବ।ପରିକ୍ରମା ସମୟରେ ବ୍ଲକର ବିଭିନ୍ନ ପଞ୍ଚାୟତ ପକ୍ଷରୁ ସ୍ଥାନୀୟ ଜନପ୍ରତିନିଧି ଓ ଜନସାଧାରଣଙ୍କ ଦ୍ୱାରା ମଶାଲକୁ ପାରମ୍ପରିକ ରୀତିରେ ଭବ୍ୟ ସ୍ୱାଗତ କରାଯିବାର ନିର୍ଦ୍ଦେଶ ରହିଛି। ଏହି ଅବସରରେ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରିବେଶ ସୃଷ୍ଟି ହୋଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ଙ୍କୁ ଧକ୍କା ଦେଇ ଚାଲି ଗଲା ଅଜଣା ଗାଡ଼ି, ଆରୋହୀଙ୍କ ମୃତ୍ୟୁ ପରେ ବଢିଲା ଉତ୍ତେଜନା, ବହୁ ସଂଖ୍ୟକ…

ବଲାଙ୍ଗୀର, ୩।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସଦର ବ୍ଲକ କୁସଙ୍ଗ ନିକଟ ସାଲେକଦମଠାରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମଙ୍ଗଳବାର ସାରେ ମୃତ୍ୟୁ…

ଧରିତ୍ରୀରେ ଖବର ପ୍ରକାଶ ପରେ ତତ୍ପରତା, ବେଙ୍ଗାଲୁରୁରୁ ଆସିଲା ମଞ୍ଜୁଳାଙ୍କ ମରଶରୀର 

ଗୁଣୁପୁର, ୩।୩(ସଂକେତ ପାତ୍ର): ଗତ ଫେବୃଆରୀ ୨୫ ତାରିଖରେ ବେଙ୍ଗାଲୁରୁରେ ଗୁଣୁପୁର ନିକଟସ୍ଥ ରେଜିଂତାଲ ଗ୍ରାମର ଇସ୍ତିପାନ ଗମାଙ୍ଗଙ୍କ ଝିଅ ମଞ୍ଜୁଳା ଗମାଙ୍ଗଙ୍କ ମୃତ୍ୟୁ ଘଟିଥିଲା। ଏନେଇ…

ନିଖୋଜ ହୋଇଯାଇଥିଲେ ୨୦ ବର୍ଷୀୟା ଯୁବତୀ, ଉଦ୍ଧାର କରି ମା’ଙ୍କୁ ହସ୍ତାନ୍ତର କଲା ପୋଲିସ

ଦିଗପହଣ୍ଡି,୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବୋମକେଇ ପଞ୍ଚାୟତ ଅଞ୍ଚଳର ଜଣେ ୨୦ ବର୍ଷୀୟା ଯୁବତୀ ସୋମବାର ଭୋରରୁ ଘରୁ ଆକସ୍ମିକ ଭାବେ ନିଖୋଜ…

ଗାଡ଼ି ଚାଳକଙ୍କ ମହାନତା: ରାସ୍ତାରୁ ପାଇଥିବା ଟଙ୍କା ଭର୍ତ୍ତି ପର୍ସକୁ ଶିକ୍ଷକଙ୍କୁ ଫେରାଇଲେ,ସାଧାରଣରେ ପ୍ରଶଂସା

ଦିଗପହଣ୍ଡି,୩।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଆଠଗଡ଼ିଆ ସାହିର ସ୍ବର୍ଗତ ବିପ୍ର ସେଠୀଙ୍କ ପୁଅ ପିଙ୍କୁ ସେଠୀ ଗାଡ଼ି ଚାଳକ ଭାବେ କାର୍ଯ୍ୟକରନ୍ତି। ତାଙ୍କ ମହାନତା…

ଯୌତୁକ ପାଇଁ ୫ ମାସର ଗର୍ଭବତୀଙ୍କୁ ହତ୍ୟା ଅଭିଯୋଗ: ବାପା ସକାଳେ ହୋଇଥିଲେ କଥା, ଅପରାହ୍ନରେ ପହଞ୍ଚିଲା ମୃତ୍ୟୁ ଖବର…

ଧର୍ମଶାଳା,୩।୩(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଗଲଗଲିଶଙ୍ଖ ଗାଁରେ ବଧୁହତ୍ୟା ଅଭିଯୋଗ। ସେ ୫ମାସର ଗର୍ଭବତୀ ଥିଲେ। ତେବେ ତାଙ୍କୁ ଶାଶୁଘର ଲୋକେ…

ନୀଳଗିରି ସର୍ଣ୍ଣଚୁଡ଼ ପାହାଡ଼ରେ ନିଆଁ: ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ, ନାକେଦମ ହେଲାଣି…

ନୀଳଗିରି,୩।୩(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରିସ୍ଥିତ ସର୍ଣ୍ଣଚୁଡ଼ ପାହାଡ଼ରେ  ନିଆଁଲାଗି ଅନେକ ବୃକ୍ଷଲତା, କୀଟପତଙ୍ଗ ଓ ବନୌଷଧି ଭସ୍ମିଭୂତ ହୋଇଯାଇଛି। ପବନର ବେଗ ବଢିବା ସହ…

ସାମନବାଡ଼ି ଛାତ୍ରାବାସରୁ ୧୦ ଛାତ୍ର ଫେରାର, ଏଯାଏ ମିଳୁନି ପତ୍ତା, ଚିନ୍ତାରେ ଅଭିଭାବକ; ଅଧିକାରୀଙ୍କ… 

ଦାରିଙ୍ଗବାଡି, ୩।୩ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ ଅଧୀନ ସାମନବାଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରାବାସରୁ  ମଙ୍ଗଳବାର ମଧ୍ୟାହ୍ନ…

ଶିକ୍ଷକ ନାଁରେ କଳଙ୍କ:  ଭୟ ଦେଖାଇ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବାରମ୍ବାର ବଳାତ୍କାର, ଉଠାଇ ନେଲା ପୋଲିସ

ଫୁଲବାଣୀ, ୩ା୩(ରାକେଶ କୁମାର ରାଉତ)-କନ୍ଧମାଳ ଜିଲା ଫୁଲବାଣୀ ବ୍ଲକ ଗୋଛାପଡା ଥାନା ଅଞ୍ଚଳ କଟ୍ରିଙ୍ଗିଆରେ ଥିବା ଏକ ବିଦ୍ୟାଳୟରେ ଜଣେ ଶିକ୍ଷକ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବାରମ୍ବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri