କଳାହାଣ୍ଡି ଜିଲା: ଜଣେ ମହିଳା ପାଇଛନ୍ତି ସୁଯୋଗ

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ):ସ୍ବାଧୀନତା ପରେ କଳାହାଣ୍ଡି ଜିଲାରେ କେବଳ ଜଣେ ମହିଳା ବିଧାୟିକା ହେବାର ଗୌରବ ଅର୍ଜନ କରିଛନ୍ତି। ସେ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଧର୍ମଗଡ଼ ବିଧାୟକ ପୁଷ୍ପେନ୍ଦ୍ର ସିଂ ଦେଓଙ୍କ ମା’ ସ୍ବର୍ଗତା ରୋଶନି ସିଂଦେଓ। ତାଙ୍କ ସ୍ବାମୀ ତଥା ପୂର୍ବତନ ବିଧାୟକ ଚନ୍ଦ୍ରଭାନୁ ସିଂଦେଓଙ୍କ ଦେହାନ୍ତ ପରେ ଅକସ୍ମାତ ସେ ରାଜନୀତି ମଇଦାନକୁ ଓହ୍ଲାଇଥିଲେ। ସେ ୧୯୯୫ରେ ଜନତା ଦଳରୁ ଓ ୨୦୦୦ରେ ବିଜୁ ଜନତା ଦଳ ପକ୍ଷରୁ କୋକସରା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ସଂଯୋଗବଶତଃ ରୋଶନି ବିଧାୟିକା ହୋଇଗଲେ। ତାହା ନ ହୋଇଥିଲେ କଳାହାଣ୍ଡି ମହିଳା ଏମ୍‌ପିରହିତ ଭଳି ମହିଳା ବିଧାୟକଶୂନ୍ୟ ଜିଲା ଭାବେ ପରିଗଣିତ ହୋଇଥାଆନ୍ତା। ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ଜିଲାରେ ସରପଞ୍ଚ, ସମିତିସଭ୍ୟଙ୍କଠାରୁ ଆରମ୍ଭ କରି ବିଭିନ୍ନ ବ୍ଲକ, ଏନ୍‌ଏସି ଓ ଜିଲା ପରିଷଦ ପଦରେ ମହିଳାମାନେ ରହିଛନ୍ତି। ଏହାସହ କେତେକ ରାଜନୈତିକ ଦଳର ପଦାଧିକାରୀ ଭାବେ ମଧ୍ୟ ମହିଳା ଅଛନ୍ତି। କିନ୍ତୁ ସେହି ସ୍ତରରୁ ଆଉ ଆଗକୁ ଯାଇପାରୁନାହାନ୍ତି। ଅର୍ଥାତ୍‌ ପ୍ରତିଦ୍ୱନ୍ଦ୍ୱିତା ପାଇଁ ସୁଯୋଗ ମିଳୁ ନ ଥିବାରୁ ନାରୀ ନେତ୍ରୀମାନେ ନୀତି ଓ ନିଷ୍ପତ୍ତି ନେବାର ବୃହତ୍‌ ମଞ୍ଚରେ ଦୃଶ୍ୟମାନ ହେଉନାହାନ୍ତି।
୧୬ଟି ବିଧାନସଭା ନିର୍ବାଚନରୁ ଜଣେ ମାତ୍ର ମହିଳା ବିଧାୟକ ହେବା ସୂଚାଉଛି ଯେ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ରାଜନୀତିରେ ମହିଳାଙ୍କ ଅଂଶଗ୍ରହଣକୁ ଅଗ୍ରାଧିକାର ଦେଉନାହାନ୍ତି। ରୋଶନି ସିଂଦେଓଙ୍କ ପରଠାରୁ ଲୋକ ସଭା ଓ ବିଧାନସଭା ନିର୍ବାଚନରେ ପ୍ରାର୍ଥୀଙ୍କୁ ଦେଖିଲେ ଜଣେ ମହିଳାଙ୍କୁ ମଧ୍ୟ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ଟିକେଟ ମିଳିନାହଁି। କେବଳ ୨୦୦୯ରେ ଧର୍ମଗଡ ନିର୍ବାଚନ ମଣ୍ଡଳୀରେ ବହୁଜନ ସମାଜବାଦୀ ପାର୍ଟୀ (ବିଏସ୍‌ପି) ପକ୍ଷରୁ କଲ୍ୟାଣୀ ନାଏକ ଓ ସମୃଦ୍ଧ ଓଡ଼ିଶା ପକ୍ଷରୁ ସୁଶ୍ରୀ ହିରା ବାଗ୍‌ଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଟିକେଟ ଦିଆଯାଇଥିଲା। କଳାହାଣ୍ଡି ଜିଲାରେ ଗୋଟିଏ ଲୋକ ସଭା ଓ ୫ଟି ବିଧାନସଭା ନିର୍ବାଚନମଣ୍ଡଳୀ ଜୁନାଗଡ଼, ଭବାନୀପାଟଣା, ଧର୍ମଗଡ଼, ଲାଞ୍ଜିଗଡ଼ ଓ ନର୍ଲା ରହିଛି। ହେଲେ ପ୍ରମୁଖ ରାଜନୈତିକ ଦଳ ପ୍ରାର୍ଥୀ ଚୟନ ବେଳେ ମହିଳାଙ୍କୁ ଉପେକ୍ଷା କରୁଥିବା ଦେଖିବାକୁ ମିଳୁଛି।
ଏହିି ଜିଲାରେ ବର୍ତ୍ତମାନ ନାରୀନେତ୍ରୀଙ୍କ ଅଭାବ ନାହଁି। ରାଜନୈତିକ ଦଳଗୁଡ଼ିକର ଇଚ୍ଛାଶକ୍ତି ରହିଲେ ସେମାନେ ଆଗକୁ ଯାଇପାରନ୍ତେ। କଳାହାଣ୍ଡି ଜିଲାରେ ବିଜେଡି ନେତ୍ରୀ ତଥା ରାଜ୍ୟ ସମାଜ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା କଲ୍ୟାଣୀ ନାଏକ, ଜିଲା ପରିଷଦ ଉପାଧ୍ୟକ୍ଷା ସୁଧିରା ମେହେର, ଭବାନୀପାଟଣା ପୂର୍ବତନ ପୌରାଧ୍ୟକ୍ଷା ଲଲିତା ନାଏକଙ୍କ ଭଳି ଚର୍ଚ୍ଚିତ ମହିଳା ନେତ୍ରୀ ରହିଥିବାବେଳେ ଭାଜପାରେ ମାଳବିକା ଦେବୀ, ଡ.ସୁନୀତ ମୁଣ୍ଡ୍‌, ଜିଲା ସଭାନେତ୍ରୀ ନିରୁପମା ନାଏକ, ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ଶର୍ମିଷ୍ଠା ମେହେର ଏବଂ ବିନିତା ଦାଶ ପ୍ରମୁଖ ରହିଛନ୍ତି। ସେହିପରି କଂଗ୍ରେସରେ ରାଜ୍ୟ ସାଧାରଣ ସମ୍ପାଦିକା (ଯୁବ କଂଗ୍ରେସ) ମନ୍ଦାକିନୀ ବାଣୁଆ, ରାଜ୍ୟ ମହିଳା କଂଗ୍ରେସ ସାଧାରଣ ସମ୍ପାଦିକା ସୁକାନ୍ତି ସରାଫ୍‌, ମାହେନ୍ଦ୍ରୀ ସାହୁ ପ୍ରମୁଖ ରହିଛନ୍ତି। ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମତରେ ସବୁ କ୍ଷେତ୍ରରେ ଏହି ମହିଳାଙ୍କ ଦକ୍ଷତା ଅଛି ଓ ପ୍ରମୁଖ ଦଳ ପକ୍ଷରୁ ସୁଯୋଗ ମିଳିଲେ ସେମାନଙ୍କ ମଧ୍ୟରୁ ବିଧାୟିକା ଓ ଏମ୍‌ପି ହୋଇପାରନ୍ତେ। ମହିଳା ନେତ୍ରୀମାନେ ମଧ୍ୟ ଏ ଦିଗରେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ତେବେ ସାଧାରଣ ନିର୍ବାଚନ ୨୦୨୪ରେ ରାଜନୈତିକ ଦଳଗୁଡ଼ିକ ଯଦି ମହିଳାଙ୍କୁ ସୁଯୋଗ ଦେଇପାରିଲେ ତେବେ କଳାହାଣ୍ଡି ତା’ ବିଧାୟକ ଓ ଏମ୍‌ପି ତାଲିକାରେ ନାରୀ ବିଜୟିନୀଙ୍କ ନାମକୁ ସ୍ଥାନିତ କରି ଇତିହାସ ରଚିପାରନ୍ତା ବୋଲି କୁହାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri