କଳାହାଣ୍ଡି ଜିଲା: ଜଣେ ମହିଳା ପାଇଛନ୍ତି ସୁଯୋଗ

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ):ସ୍ବାଧୀନତା ପରେ କଳାହାଣ୍ଡି ଜିଲାରେ କେବଳ ଜଣେ ମହିଳା ବିଧାୟିକା ହେବାର ଗୌରବ ଅର୍ଜନ କରିଛନ୍ତି। ସେ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଧର୍ମଗଡ଼ ବିଧାୟକ ପୁଷ୍ପେନ୍ଦ୍ର ସିଂ ଦେଓଙ୍କ ମା’ ସ୍ବର୍ଗତା ରୋଶନି ସିଂଦେଓ। ତାଙ୍କ ସ୍ବାମୀ ତଥା ପୂର୍ବତନ ବିଧାୟକ ଚନ୍ଦ୍ରଭାନୁ ସିଂଦେଓଙ୍କ ଦେହାନ୍ତ ପରେ ଅକସ୍ମାତ ସେ ରାଜନୀତି ମଇଦାନକୁ ଓହ୍ଲାଇଥିଲେ। ସେ ୧୯୯୫ରେ ଜନତା ଦଳରୁ ଓ ୨୦୦୦ରେ ବିଜୁ ଜନତା ଦଳ ପକ୍ଷରୁ କୋକସରା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ସଂଯୋଗବଶତଃ ରୋଶନି ବିଧାୟିକା ହୋଇଗଲେ। ତାହା ନ ହୋଇଥିଲେ କଳାହାଣ୍ଡି ମହିଳା ଏମ୍‌ପିରହିତ ଭଳି ମହିଳା ବିଧାୟକଶୂନ୍ୟ ଜିଲା ଭାବେ ପରିଗଣିତ ହୋଇଥାଆନ୍ତା। ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ଜିଲାରେ ସରପଞ୍ଚ, ସମିତିସଭ୍ୟଙ୍କଠାରୁ ଆରମ୍ଭ କରି ବିଭିନ୍ନ ବ୍ଲକ, ଏନ୍‌ଏସି ଓ ଜିଲା ପରିଷଦ ପଦରେ ମହିଳାମାନେ ରହିଛନ୍ତି। ଏହାସହ କେତେକ ରାଜନୈତିକ ଦଳର ପଦାଧିକାରୀ ଭାବେ ମଧ୍ୟ ମହିଳା ଅଛନ୍ତି। କିନ୍ତୁ ସେହି ସ୍ତରରୁ ଆଉ ଆଗକୁ ଯାଇପାରୁନାହାନ୍ତି। ଅର୍ଥାତ୍‌ ପ୍ରତିଦ୍ୱନ୍ଦ୍ୱିତା ପାଇଁ ସୁଯୋଗ ମିଳୁ ନ ଥିବାରୁ ନାରୀ ନେତ୍ରୀମାନେ ନୀତି ଓ ନିଷ୍ପତ୍ତି ନେବାର ବୃହତ୍‌ ମଞ୍ଚରେ ଦୃଶ୍ୟମାନ ହେଉନାହାନ୍ତି।
୧୬ଟି ବିଧାନସଭା ନିର୍ବାଚନରୁ ଜଣେ ମାତ୍ର ମହିଳା ବିଧାୟକ ହେବା ସୂଚାଉଛି ଯେ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ରାଜନୀତିରେ ମହିଳାଙ୍କ ଅଂଶଗ୍ରହଣକୁ ଅଗ୍ରାଧିକାର ଦେଉନାହାନ୍ତି। ରୋଶନି ସିଂଦେଓଙ୍କ ପରଠାରୁ ଲୋକ ସଭା ଓ ବିଧାନସଭା ନିର୍ବାଚନରେ ପ୍ରାର୍ଥୀଙ୍କୁ ଦେଖିଲେ ଜଣେ ମହିଳାଙ୍କୁ ମଧ୍ୟ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ଟିକେଟ ମିଳିନାହଁି। କେବଳ ୨୦୦୯ରେ ଧର୍ମଗଡ ନିର୍ବାଚନ ମଣ୍ଡଳୀରେ ବହୁଜନ ସମାଜବାଦୀ ପାର୍ଟୀ (ବିଏସ୍‌ପି) ପକ୍ଷରୁ କଲ୍ୟାଣୀ ନାଏକ ଓ ସମୃଦ୍ଧ ଓଡ଼ିଶା ପକ୍ଷରୁ ସୁଶ୍ରୀ ହିରା ବାଗ୍‌ଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଟିକେଟ ଦିଆଯାଇଥିଲା। କଳାହାଣ୍ଡି ଜିଲାରେ ଗୋଟିଏ ଲୋକ ସଭା ଓ ୫ଟି ବିଧାନସଭା ନିର୍ବାଚନମଣ୍ଡଳୀ ଜୁନାଗଡ଼, ଭବାନୀପାଟଣା, ଧର୍ମଗଡ଼, ଲାଞ୍ଜିଗଡ଼ ଓ ନର୍ଲା ରହିଛି। ହେଲେ ପ୍ରମୁଖ ରାଜନୈତିକ ଦଳ ପ୍ରାର୍ଥୀ ଚୟନ ବେଳେ ମହିଳାଙ୍କୁ ଉପେକ୍ଷା କରୁଥିବା ଦେଖିବାକୁ ମିଳୁଛି।
ଏହିି ଜିଲାରେ ବର୍ତ୍ତମାନ ନାରୀନେତ୍ରୀଙ୍କ ଅଭାବ ନାହଁି। ରାଜନୈତିକ ଦଳଗୁଡ଼ିକର ଇଚ୍ଛାଶକ୍ତି ରହିଲେ ସେମାନେ ଆଗକୁ ଯାଇପାରନ୍ତେ। କଳାହାଣ୍ଡି ଜିଲାରେ ବିଜେଡି ନେତ୍ରୀ ତଥା ରାଜ୍ୟ ସମାଜ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା କଲ୍ୟାଣୀ ନାଏକ, ଜିଲା ପରିଷଦ ଉପାଧ୍ୟକ୍ଷା ସୁଧିରା ମେହେର, ଭବାନୀପାଟଣା ପୂର୍ବତନ ପୌରାଧ୍ୟକ୍ଷା ଲଲିତା ନାଏକଙ୍କ ଭଳି ଚର୍ଚ୍ଚିତ ମହିଳା ନେତ୍ରୀ ରହିଥିବାବେଳେ ଭାଜପାରେ ମାଳବିକା ଦେବୀ, ଡ.ସୁନୀତ ମୁଣ୍ଡ୍‌, ଜିଲା ସଭାନେତ୍ରୀ ନିରୁପମା ନାଏକ, ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ଶର୍ମିଷ୍ଠା ମେହେର ଏବଂ ବିନିତା ଦାଶ ପ୍ରମୁଖ ରହିଛନ୍ତି। ସେହିପରି କଂଗ୍ରେସରେ ରାଜ୍ୟ ସାଧାରଣ ସମ୍ପାଦିକା (ଯୁବ କଂଗ୍ରେସ) ମନ୍ଦାକିନୀ ବାଣୁଆ, ରାଜ୍ୟ ମହିଳା କଂଗ୍ରେସ ସାଧାରଣ ସମ୍ପାଦିକା ସୁକାନ୍ତି ସରାଫ୍‌, ମାହେନ୍ଦ୍ରୀ ସାହୁ ପ୍ରମୁଖ ରହିଛନ୍ତି। ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମତରେ ସବୁ କ୍ଷେତ୍ରରେ ଏହି ମହିଳାଙ୍କ ଦକ୍ଷତା ଅଛି ଓ ପ୍ରମୁଖ ଦଳ ପକ୍ଷରୁ ସୁଯୋଗ ମିଳିଲେ ସେମାନଙ୍କ ମଧ୍ୟରୁ ବିଧାୟିକା ଓ ଏମ୍‌ପି ହୋଇପାରନ୍ତେ। ମହିଳା ନେତ୍ରୀମାନେ ମଧ୍ୟ ଏ ଦିଗରେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ତେବେ ସାଧାରଣ ନିର୍ବାଚନ ୨୦୨୪ରେ ରାଜନୈତିକ ଦଳଗୁଡ଼ିକ ଯଦି ମହିଳାଙ୍କୁ ସୁଯୋଗ ଦେଇପାରିଲେ ତେବେ କଳାହାଣ୍ଡି ତା’ ବିଧାୟକ ଓ ଏମ୍‌ପି ତାଲିକାରେ ନାରୀ ବିଜୟିନୀଙ୍କ ନାମକୁ ସ୍ଥାନିତ କରି ଇତିହାସ ରଚିପାରନ୍ତା ବୋଲି କୁହାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଓଡ଼ିଶା ପୋଲିସ ପ୍ରଗତି ଡ୍ୟାସବୋର୍ଡ ରାଙ୍କିଙ୍ଗ୍‌: ପୁରୁଷୋତ୍ତମପୁର ଏସ୍‌ଡିପିଓ, ଗଞ୍ଜାମ ଥାନା ପ୍ରଥମ

ଗଞ୍ଜାମ/ଛତ୍ରପୁର, ୧ା୧ (ଅନାଥ ତରାଇ/ଦିଲୀପ ସାମଲ)- ଓଡ଼ିଶା ପୋଲିସର କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ୍‌ ନେଟ୍‌ୱର୍କ ଆଣ୍ଡ ସିଷ୍ଟମ (ସିସିଟିଏନ୍‌ଏସ୍‌) ଅଧୀନରେ ପ୍ରଗତି ଡ୍ୟାସବୋର୍ଡର ର଼୍ୟାକିଙ୍ଗ୍‌...

ଅବ୍ୟବସ୍ଥା ଘେରରେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଡାକ୍ତରଙ୍କ ମରୁଡି, କାମରେ ଆସୁନି …

ମୋହନା,୧। ୧(ମନ୍ମଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ପାଣି ଭଳିଆ ଖର୍ଚ୍ଚ କରି ଚାଲିଛନ୍ତି। କିନ୍ତୁ...

ଗଞ୍ଜାମ ଜିଲା ଭାଜପା  ସମ୍ପାଦକ ଭାବେ ମନୋନୀତ ହେଲେ ଦୁର୍ଯ୍ୟୋଧନ ରେଡ୍ଡି, ଗୁରୁ ଦାୟିତ୍ୱ ମିଳିବା ପରେ…

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ /ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି(ଭାଜପା) ଗଞ୍ଜାମ ଜିଲା ସମ୍ପାଦକ ଭାବେ ଏନ୍‌ ଦୁର୍ଯ୍ୟୋଧନ ରେଡ୍ଡି (ପିତୁ ଭାଇ)ଙ୍କୁ ମନୋନୀତ କରିଛି ।...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri