କାଳବୈଶାଖୀ ତାଣ୍ଡବ: ୫ ଆହତ

ବଳଙ୍ଗା/ପିପିଲି/ନିମାପଡ଼ା, ୨୬।୫(ଡି.ଏନ୍‌.ଏ./ସ୍ବ.ପ୍ର.): କାଳବୈଶାଖୀ ପ୍ରଭାବରେ ଗୁରୁବାର ବଳଙ୍ଗା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଘଡ଼ଘଡ଼ି ସହ କୁଆପଥର ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ ବହିବାରୁ ଅଞ୍ଚଳର ବିଭିନ୍ନ ଗ୍ରାମ ଓ ମୁଖ୍ୟ ରାସ୍ତାରେ ଥିବା ବଡ଼ ବଡ଼ ଗଛ ଉପୁଡ଼ି ରାସ୍ତାରେ ପଡ଼ିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ବଳଙ୍ଗା ବଜାରରେ ଥିବା ଅନେକ କ୍ୟାବିନ ଓ ଉଠାଦୋକାନୀଗୁଡ଼ିକ ନଷ୍ଟ ହୋଇଯାଇଛି। ଗ୍ରାମାଞ୍ଚଳର କେତେକ ଚାଳଘରର ଛପର ଉଡ଼ିଯାଇଛି। ଅନ୍ୟ ୪ କ୍ୟାବିନ ରାସ୍ତା ତଳକୁ ଓଲଟି ପଡ଼ି ଭିତରେ ଥିବା ସମସ୍ତ ଆସବାବପତ୍ର ନଷ୍ଟ ହୋଇଯାଇଛି। ଅନେକ ସ୍ଥାନରେ ବିଦ୍ୟୁତ୍‌ ତାର ଛିଣ୍ଡି ପଡ଼ିବାରୁ ବିଦ୍ୟୁତ୍‌ ସରବରାହ ବନ୍ଦ ହୋଇଯାଇଛି। ନିମାପଡ଼ାରୁ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଭଙ୍ଗା ଗଛକୁ କାଟି ରାସ୍ତା ସଫା କରିଥିଲେ। ସରକାରୀ ସ୍ତରରେ କ୍ଷୟକ୍ଷତି ଆକଳନ ପୂର୍ବକ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ବଳଙ୍ଗା ଅଞ୍ଚଳବାସୀ ଦାବି କରିଛନ୍ତି। ସେହିପରି କାଳବୈଶାଖୀ ପ୍ରଭାବରେ ପିପିଲି ସବ୍‌ଡିଭିଜନର ଏକାଧିକ ସ୍ଥାନରେ ବିଦ୍ୟୁତ୍‌ ତାର ଛିଡ଼ି ସରବରାହ ବନ୍ଦ ରହିଥିଲା। ପିପିଲି ସମେତ ବିଭିନ୍ନ ପଞ୍ଚାୟତରେ ବଡ଼ ବଡ଼ ଗଛ ଡାଳ ଭାଙ୍ଗି ଦୋକାନ ଘର ଭାଙ୍ଗିଯାଇଛି। ପ୍ରବଳ ବେଗରେ ବର୍ଷା ପବନ ଯୋଗୁ ରାସ୍ତାରେ ଗାଡି ଚଳାଚଳ ବନ୍ଦ ହୋଇଯାଇଥିଲା। ଏଥିସହ ବଜ୍ରପାତରେ ନୂଆ ଶାସନ ଉତ୍ତର ସାହିର ପ୍ରାୟ ୩୦ ଫୁଟ ଉଚ୍ଚ ନଡ଼ିଆ ଗଛରେ ନିଆଁ ଲାଗି ଗଛ ପୋଡ଼ିଯାଇଛି। ତେଇଶିପୁର ପଞ୍ଚାୟତ ପୋଟଳ ଗ୍ରାମଠାରେ ଥିବା ବିସ୍‌ଲାରି ପାଣି କମ୍ପାନିର ୩ବଖରା ଘରର ଟିଣ ଚଦର ଉଡ଼ିଯାଇ ଏକ ଗଛ ଡାଳରେ ଲାଗିଥିବା ଦେଖିବାକୁ ମିଳିଥିଲା। ସେହିପରି ପୁରୀ-ଭୁବନେଶ୍ୱର ୩୧୬ନଂ ଜତୀୟ ରାଜପଥର ପିପିଲିଠାରୁ ସାତଶଙ୍ଖ ପର୍ଯ୍ୟନ୍ତ ରାସ୍ତା କଡ଼ରେ ଥିବା ବିଭିନ୍ନ ଦୋକାନ ଘର ସବୁ ଭାଙ୍ଗିଯାଇଥିବା ଜଣାପଡ଼ିଛି। ସେହିପରି କାଳବୈଶାଖୀର ପ୍ରଚଣ୍ଡ ଶବ୍ଦରେ ନିମାପଡ଼ା ବ୍ଲକର ଛଣିଜଙ୍ଗ ପଞ୍ଚାୟତ ଅଧୀନ କନ୍ତିଆ ଗ୍ରାମର ମଣ୍ଡପ ଉପରେ ବସିଥିବା ୫ଜଣ ଆହତ ହୋଇ ଚାରିଛକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ଖବରପାଇ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ଆହତଙ୍କୁ ଭେଟି ସେମାନଙ୍କ ଆରୋଗ୍ୟ କାମନା କରଥିଲେ। ସେମାନଙ୍କ ଉତ୍ତମ ଚିକିତ୍ସା ପାଇଁ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। କାଳବୈଶାଖୀ ପ୍ରଭାବରେ ଡେଣୁଅଁବସ୍ତ, ବଜିପୁର, ସର୍ବାପଡ଼ାର ବହୁ ନଡ଼ିଆ ଗଛ ବଜ୍ରପାତରେ ଜଳିଯାଇଛି। ଏଥିସହ ବିଦ୍ୟୁତ୍‌ ସରବରାହ ବହୁଳ ଭାବେ ବାଧାପ୍ରାପ୍ତ ହୋଇଛି। ଚାରିଛକ ଥାନା ଅଧିକାରୀ ମମତା ବିଶ୍ୱାଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ

ଅନୁଗୋଳ,୨୯ା୩ (ଅମିତ କୁମାର ସାମଲ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା. ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୯ା୩ (କାର୍ତ୍ତିକ ସାହୁ):ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ବିଧାୟକ ଜେନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri