କାଳବୈଶାଖୀ ତାଣ୍ଡବ: ବ୍ୟାପକ କ୍ଷୟକ୍ଷତି

ପାଟଣା,୮।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଅଞ୍ଚଳରେ ମଙ୍ଗଳବାର ରାତିରେ କାଳବୈଶାଖୀ ତାଣ୍ଡବ ରଚିଥିଲା। ବର୍ଷା, ଘଡଘଡ଼ି ସହ ପବନର ବେଗ ଅଧିକ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏଥିରେ ଅନେକ ଲୋକଙ୍କ ଘର ଉପରେ ଗଛ ଡାଳ ପଡ଼ି ବ୍ୟାପକ କ୍ଷୟକ୍ଷତି ଘଟିଛି। ବିଶେଷି ବ୍ଲକ ଉପାନ୍ତ ଅଞ୍ଚଳ ରାଇଡିହା ପଞ୍ଚାୟତର ଆଖପାଖ ଗାଁଗୁଡିକରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ରାଇଡ଼ିହା ଗ୍ରାମର ରାଜୁ ନାଏକ ଏବଂ କଟୁପ ଗ୍ରାମର ହରେକୃଷ୍ଣ ମହାନ୍ତ, କୃପାସିନ୍ଧୁ ମହାନ୍ତଙ୍କ ଘର ଉପରେ ଗଛ ଡାଳ ପଡ଼ି ଭାଙ୍ଗି ଯିବାରୁ ବର୍ଷା ପାଣିରେ ଘରର ସମସ୍ତ ଆସବାବପତ୍ର ନଷ୍ଟ ହୋଇଯାଇଛି। ରାସ୍ତା ଉପରେ ଗଛ ଏବଂ ଡାଳ ପଡିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବିଦ୍ୟୁତ୍‌ ସେବାରେ ବ୍ୟାଘାତ ସୃଷ୍ଟି ହୋଇଛି। ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଇ କ୍ଷତିଗ୍ରସ୍ତ ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଉଛି।