ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ କାଜଲଙ୍କ ନୂଆ ଫିଲ୍ମ

ମୁମ୍ବାଇ: ବଲିଉଡ୍ ନାୟିକା କାଜଲ ଦେବଗନ କିଛିଦିନ ହେବ ବଡ ପରଦାଠାରୁ ଦୂରେଇ ରହିଥିଲେ । କିନ୍ତୁ ଅନେକ ସମୟରେ ତାଙ୍କ ଅଭିନୟ ଦର୍ଶକଙ୍କ ମନରେ ଦୀର୍ଘ ଦିନ ପର୍ଯ୍ୟନ୍ତ ଘର କରି ରହି ଯାଉଥିବା ବେଳେ ଏହି ଅଭିନେତ୍ରୀଙ୍କ ପାରଦର୍ଶିତାକୁ ବି ପ୍ରମାଣିତ କରେ । ଶେଷଥର ପାଇଁ କାଜଲଙ୍କୁ ତାନାଜୀରେ ଦେଖିବାକୁ ମିଳିଥିବା ବେଳେ ଏବେ ପୁଣିଥରେ ସେ ଦର୍ଶକଙ୍କ ନିକଟତର ହେବାକୁ ଯାଉଛନ୍ତି । ନିକଟରେ ସେ ଏ ସମ୍ପର୍କରେ ସୂଚନା ବି ଦେଇଛନ୍ତି । ଆସନ୍ତା ଜାନୁୟାରୀରେ ଜାଲଙ୍କ ଅଭିନୀତ ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ ବୋଲି ଜଣାପଡିଛି । କିଛିଦିନ ତଳେ ଏହା ଇନଷ୍ଟାଗ୍ରାମ ମାଧ୍ୟମରେ ଜଣାଇଥିଲେ ନିଜେ କାଜଲ । ତେବେ ସେ କହିଥିଲେ ଜାନୁୟାରୀରେ ତାଙ୍କ ଅଭିନୀତ ଫିଲ୍ମ ‘ତ୍ରିଭଙ୍ଗା’ ରିଲିଜ୍ ହୋଇପାରେ । ଏହା ତିନୋଟି ନାରୀଙ୍କ ଉପରେ ଆଧାରିତ ହୋଇଥିବା ବେଳେ ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ରେଣୁକା ସାହାଣେ । ତନବି ଆଜମୀ ଓ ମିଥିଲା ପାଲକର ଏଥିରେ ନଜର ଆସିବେ ।

Share