ଭାଇରାଲ ହେଉଛି କାଜଲଙ୍କ ଭ୍ୟାକେଶନ ଫଟୋ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କାଜଲଙ୍କର ଯେତେ ପ୍ରଶଂସା କଲେ ବି କମ୍ ହୁଏ ବୋଲି କୁହାଯାଏ । ଅଭିନୟରେ ପାରଙ୍ଗମ ଏହି ଅଭିନେତ୍ରୀ ଏବେ ଭ୍ୟାକେଶନରେ । ଏଥର ମସ୍କୋରେ ସମୟ କାଟୁଛନ୍ତି କାଜଲ । ରୁଷିଆର ଏହି ସୁନ୍ଦର ସହରର ଫଟୋ ସୋସିଆଲ ମିଡିଆରେ ଶେୟାର କରି ସେ ତାଙ୍କ ପ୍ରଶଂସକଙ୍କୁ ଖୁସି ବାଣ୍ଟୁଛନ୍ତି । ନିକଟରେ ସେ ଏକ ଫଟୋ ଶେୟାର କରିଛନ୍ତି ଯେଉଁଥିରେ ତାଙ୍କ ପଛର ଦୃଶ୍ୟ ଏକ ଥ୍ରୀଡି ଆନିମେଟେଡ ଡିଜନି ଲ୍ୟାଣ୍ଡ ଭଳି ଲାଗୁଛି । ହେଲେ ଏହି ଫଟୋ ଶେୟାର କରି କାଜଲ ଲେଖିଛନ୍ତି ଏହା କୌଣସି ସେଟ୍ ନୁହେଁ ବରଂ ନ୍ୟାଚୁରାଲ । ଏହା ହେଉଛି ରୁଷିଆର ସୁନ୍ଦର ସହର ମସ୍କୋ । କିଛିଦିନ ତଳେ ସେ ମସ୍କୋର ଏକ ରେସ୍ତୋରାଁର ଫଟୋ ବି ଶେୟାର କରିଥିଲେ । ହେଲେ ଏଥର ସେ ଯେଉଁ ଫଟୋ ଶେୟାର କରିଛନ୍ତି ଏଥିରେ ତାଙ୍କ ପ୍ରଶଂସକମାନେ ଖୁବ୍ ଲାଇକ୍ କରିବା ସହ କମେଣ୍ଟ ମଧ୍ୟ କରୁଥିବା ଦେଖାଯାଇଛି ।

Share