ରଜନୀକାନ୍ତଙ୍କଠାରୁ ଆରମ୍ଭ କରି ରଣବୀର ସିଂହ: ନିଜର ସରନେମ୍‌ ହଟାଇଛନ୍ତି ଏହି ୬ କଳାକାର; ପୁରା ନାମ ଶୁଣିଲେ ହେବେ ଆଶ୍ଚର୍ଯ୍ୟ

ଅଭିନୟ ପାଇଁ ନିଜ ନାମ ମଧ୍ୟ ବଦଳାଇଦେଇଥାଏ କଳାକାର। ବଲିଉଡ୍‌ରେ କିଛି କଳାକାର ଅଛନ୍ତି ଯେଉଁମାନେ ଫିଲ୍ମଦୁନିଆ ପାଇଁ ନିଜର ନାମ ପରିବର୍ତ୍ତନ କରିଛନ୍ତି। ସେହିଭଳି ଆଉ କିଛି କଳାକାର ନିଜ ନାମରୁ ସରନେମ୍‌ କାଢ଼ି ଦେଇଛନ୍ତି। ସେଭଳି କିଛି କଳାକାରଙ୍କୁ ଆସନ୍ତୁ ଜାଣିବା..

ଅଜୟ ଦେବଗନଙ୍କ ପତ୍ନୀ ତଥା ଅଭିନେତ୍ରୀ କାଜୋଲ ବିବାହ ପୂର୍ବରୁ ନିଜର ସରନେମ୍‌ ହଟାଇ ଦେଇଥିଲେ। ହେଲେ ତାଙ୍କ ପ୍ରକୃତ ନାମ କାଜୋଲ ମୁଖାର୍ଜୀ। ସେ ତନୁଜା ଏବଂ ନିର୍ଦ୍ଦେଶକ ସୋମୁ ମୁଖାର୍ଜୀଙ୍କ ଝିଅ।

ବଲିଉଡର ଅନ୍ୟତମ ସଫଳ ଅଭିନେତା ରଣବୀର ସିଂହଙ୍କ ପ୍ରକୃତ ନାମ ରଣବୀର ସିଂହ ଭବନାନୀ। ହେଲେ ସେ ନିଜର ସରନେମ୍‌ କାଢ଼ି ଦେଇଥିବାରୁ ଲୋକେ ତାଙ୍କୁ ଉକ୍ତ ନାମରେ ଜାଣନ୍ତି।

ରେଖାଙ୍କ ପୁରା ନାମ ଭାନୁରେଖା ଗଣେଶନ। ସେ କେବେ ବି ନିଜର ପୁରା ନାମର ବ୍ୟବହାର କରନ୍ତି ନାହିଁ।
ଗୋବିନ୍ଦାଙ୍କ ପୁରା ନାମ ଗୋବିନ୍ଦା ଅରୁଣ ଆହୁଜା। ସେ କିନ୍ତୁ ନିଜର ସରନେମ ବ୍ୟବହାର କରନ୍ତି ନାoହିଁ। ହେଲେ ତାଙ୍କ ଝିଅ ଟିନା ସରନେମ ରଖିଥିବା ଦେଖାଯାଏ।

ଲୋକପ୍ରିୟ ଅଭିନେତ୍ରୀ ତବ୍ବୁଙ୍କ ପୁରା ନାମ ତବସ୍ସୁମ ଫାତିମା ହାଶମୀ। ବଲିଉଡ୍‌ ଦୁନିଆକୁ ଆସିବା ପୂର୍ବରୁ ସେ ନିଜ ନାମ ବଦଳାଇ ଦେଇଥିଲେ।

ସୁପରଷ୍ଟାର ରଜନୀକାନ୍ତଙ୍କ ପୁରା ନାମ ଶିବାଜୀ ରାଓ ଗାୟକଓ୍ବାଡ। ସେ କିନ୍ତୁ ନିଜର ସରନେମ ହଟାଇ ଦେଇଛନ୍ତି। ଦକ୍ଷିଣ ଭାରତୀୟ ସିନେମାର ପ୍ରଥମ ଅଭିନେତା ଭାବେ ସେ ଏପରି କରିଛନ୍ତି। ଏବେ ତାଙ୍କର ଝିଅମାନେ ମଧ୍ୟ ଗାୟକଓ୍ବାର୍ଡ ସରନେମ ବ୍ୟବହାର କରୁନାହାନ୍ତି। ଉଭୟ ଝିଅ ସରନେମ ପରିବର୍ତ୍ତେ ରଜନୀକାନ୍ତ ଲେଖିଥାନ୍ତି।

Share