ଏହି କୁନି ଝିଅ ଏବେ ବଲିଉଡର ସୁପରଷ୍ଟାର, ଚିହ୍ନିଲେ ଦେଖି କିଏ…

ବମ୍ବେ: ସୋସିଆଲ ମିଡିଆରେ ଭାଇରାଲ ହେଉଛି ବଲିଉଡ୍‌ର ଜଣେ ଆଗଧାଡ଼ିର ଅଭିନେତ୍ରୀଙ୍କ ପିଲାଦିନର ଫଟୋ। ଶିଶୁ ଦିବସ ଉପଲକ୍ଷେ ଅଭିନେତ୍ରୀଜଣଙ୍କ ଏହାକୁ ନିଜ ଆକାଉଣ୍ଟରୁ ଶେୟାର କରିଛନ୍ତି। ଏଥିସହ ତାଙ୍କୁ ଚିହ୍ନିବାକୁ ଚ୍ୟାଲେଞ୍ଜ ଦେଇଛନ୍ତି। ହେଲେ ଅନେକ ସେ କିଏ ଚିହ୍ନି ପାରୁନାହାନ୍ତି।

ଭାଇରାଲ ଫଟୋରେ ଅଭିନେତ୍ରୀଜଣଙ୍କ ଭଉଣୀଙ୍କ ସହ ମସ୍ତି କରୁଥିବା ଦେଖାଯାଉଛି। ହେଲେ ସେତେବେଳର ଶିଶୁ ଏବେ ଜଣାଶୁଣା ଅଭିନେତ୍ରୀଙ୍କ ମଧ୍ୟ ଜଣେ, ଯିଏକି ନିଜର ଅଭିନୟ ଦ୍ୱାରା ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ତାଙ୍କ ମା’ ମଧ୍ୟ ଜଣେ ଖ୍ୟାତନାମା ଅଭିନେତ୍ରୀ ଥିଲେ। ସୁପରଷ୍ଟାର ଶାହାରୁଖଙ୍କ ସହ ଅନେକ ସୁପରହିଟ୍‌ ଫିଲ୍ମ ଭେଟି ଦେଇଥିବା ଅଭିନେତ୍ରୀଜଣଙ୍କ ଆଉ କିଏ ନୁହନ୍ତି, ବରଂ କାଜୋଲ।

କାଜୋଲ ନିଜର ଇନଷ୍ଟାଗ୍ରାମରେ ଏହି ଫଟୋକୁ ଶେୟାର କରିଛନ୍ତି। ସେ ମାଙ୍କ କୋଳରେ ବସି ଖେଳୁଥିବା ବେଳେ ଉକ୍ତ ଫଟୋ ଉଠାଇଛନ୍ତି। ତାଙ୍କ ସହ ଭଉଣୀ ତନୀଷା ମୁଖାର୍ଜୀ ଅଛନ୍ତି। ପ୍ରଶଂସକ ଫଟୋକୁ ଭାଇରାଲ କରୁଥିବା ବେଳେ ପିଲାଦିନ ସୁନ୍ଦର ବୋଲି ପ୍ରତିକ୍ରିୟା ଦେଉଛନ୍ତି।

Share