ଗୋବିନ୍ଦାଙ୍କ ସହ କାହିଁକି ଫିଲ୍ମ କରି ନାହାନ୍ତି ପ୍ରଶ୍ନରେ ଏମିତି ଉତ୍ତର ଦେଲେ କାଜଲ…

ବଲିଉଡ୍‌ ଅଭିନେତ୍ରୀ କାଜଲଙ୍କୁ ଫିଲ୍ମ ‘ତ୍ରିଭଙ୍ଗା’ ରେ ଦେଖିବାକୁ ମିଳିଛି। ପ୍ରାୟ ଦେଢ଼ ଘଣ୍ଟା ଅବଧିର ଏହି ଫିଲ୍ମରେ ସେ ଅନୁରାଧା ଆପ୍ତେ ଚରିତ୍ରରେ ଅଭିନୟ କରିଛନ୍ତି। ରେଣୁକା ରାହାଣେଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱରେ ରହିଛନ୍ତି ଅଜୟ ଦେବଗନ୍‌। ଫିଲ୍ମରେ କାଜଲଙ୍କ କାମକୁ ପ୍ରଶଂସା କରାଯାଉଛି। ଆପଣ କାହିଁକି ହିରୋ ନମ୍ବର ୧ ଅର୍ଥାତ୍‌ ଗୋବିନ୍ଦାଙ୍କ ସହ କୌଣସି ଫିଲ୍ମରେ କାମ କରିନାହାନ୍ତି ବୋଲି ଏକ ସାକ୍ଷାତକାରରେ କାଜଲଙ୍କୁ ପ୍ରଶ୍ନ କରାଯାଇଥିଲା। ଉତ୍ତରରେ ସେ କହିଥିଲେ ଯେ, ରାହୁଲ ରଓ୍ବେଲଙ୍କ ନିର୍ଦ୍ଦେଶନା ‘ଜଙ୍ଗଲୀ’ ନାମକ ଏକ ଫିଲ୍ମରେ ସେ ଗୋବିନ୍ଦାଙ୍କ ସହ ଫଟୋଶୁଟ୍‌ କରିଥିଲେ। ମାତ୍ର ଏହାର ଶୁଟିଂ ଆରମ୍ଭ ହୋଇ ନ ଥିଲା। ତେବେ କୌଣସି କାରଣରୁ ଏହି ଫିଲ୍ମ ବନ୍ଦ ହୋଇଯାଇଥିଲା। ଆହୁରି ମଧ୍ୟ ସେ କହିଥିଲେ, ଗୋବିନ୍ଦା ଜଣେ ଦକ୍ଷ ଅଭିନେତା। କିଛି ଭଲ ପ୍ରୋଜେକ୍ଟ ମିଳିଲେ ସେ ନିଶ୍ଚୟ ତାଙ୍କ ସହ କାମ କରିବେ ବୋଲି କାଜଲ କହିଥିଲେ।

Share