ମା’ ହେବାକୁ ଯାଉଥିବା ଖବର ମିଥ୍ୟା

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ କାଜୋଲ ମା’ ହେବାକୁ ଯାଉଛନ୍ତି। ସେ ନିଜର ତୃତୀୟ ସନ୍ତାନକୁ ଜନ୍ମ ଦେବାକୁ ଯାଉଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିଲା। ହେଲେ ଏହି ଖବର ସମ୍ପୂର୍ଣ୍ଣ ଭାବେ ମିଥ୍ୟା।

ନିକଟରେ ଧର୍ମା ପ୍ରଡକ୍ସନର ସିଇଓ ଅପୂର୍ବ ମେହେଟ୍ଟା ନିଜ ଜନ୍ମଦିନ ଉପଲକ୍ଷେ ବଡ଼ ପାର୍ଟି ରଖିଥିଲେ। ଏଥିରେ ସାମିଲ ହେବାକୁ ପହଞ୍ଚିଥିଲେ କାଜୋଲ। କଳା ରଙ୍ଗର ଅଫ୍‌ ସୋଲ୍ଡର ଡ୍ରେସ୍‌ ପିନ୍ଧିଥିଲେ ସେ। ଏହି ଡ୍ରେସରେ ତାଙ୍କ ପେଟ ବଡ଼ ଦେଖାଯାଇଥିଲା, ଯାହାକି ଗୁଜବ ପଛର କାହାଣୀ ବୋଲି କୁହାଯାଉଛି।

ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଫଟୋ ଏବଂ ଭିଡିଓରେ କାଜୋଲ ମା’ ହେବାକୁ ଯାଉଥିବା କୁହାଯାଇଥିଲା। କିଛି ତାଙ୍କର ପୋଷାକ ଚୟନକୁ ନେଇ ପ୍ରତିକ୍ରିୟା ରଖିଥିଲେ। ହେଲେ କାଜୋଲଙ୍କ ପ୍ରଶଂସକ ସେମାନଙ୍କୁ ଜବାବ ଦେଇଛନ୍ତି। ଦୁଇ ସନ୍ତାନର ଜନନୀ ହେବା ପରେ ମହିଳାଙ୍କ ପେଟ ବାହାରିବା ସ୍ବାଭାବିକ। ହେଲେ ତାଙ୍କୁ ଏଭଳି ଭାବେ ଆଲୋଚନା କରିବା ଅନୁଚିତ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପତ୍ନୀ ଗୌରୀଙ୍କୁ ଏଭଳି ଉପହାର ଦେଲେ ଆମିର, ଯାହାକୁ ୧୩୧ ଜଣ କାରିଗର ମିଶି ୨୫୬ ଘଣ୍ଟାରେ କରିଛନ୍ତି ପ୍ରସ୍ତୁତ

ମୁମ୍ବାଇ: ବଲିଉଡର ସୁପରଷ୍ଟାର ଆମିର ଖାନ ଏବଂ ଗୌରୀ ସ୍ପ୍ରାଟ୍‌ ପରସ୍ପର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ନିକଟରେ ବାନ୍ଦ୍ରାସ୍ଥିତ ନିଜ ବାସଭବନରେ ପରିବାର ଏବଂ କିଛି…

ଚର୍ଚ୍ଚାରେ ପିସି: ପ୍ୟାରିସ୍‌ରେ କଲେ…

ବଲିଉଡ୍‌ରୁ ହଲିଉଡ ପର୍ଯ୍ୟନ୍ତ ରାଜ୍‌ କରୁଥିବା ପ୍ରିୟଙ୍କା ଚୋପ୍ରା ବେଶ୍‌ ଆତ୍ମବିଶ୍ୱାସୀ। କାମରେ ହେଉ କି ପୋଷାକ ସେ ସର୍ବଦା ନିଜକୁ ଦୃଢ ଭାବରେ ପ୍ରଦର୍ଶିତ କରିଥାନ୍ତି।…

ଜନ୍ମଦିନରେ ଗାଙ୍ଗୁଲିଙ୍କୁ ମିଳିଲା ବଡ଼ ସରପ୍ରାଇଜ୍‌: ଫିଲ୍ମ ପୋଷ୍ଟର ଜାରି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆଜି ୫୪ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ସେହି ପ୍ରଭାବଶାଳୀ ଅଧିନାୟକମାନଙ୍କ ମଧ୍ୟରୁ ଜଣେ ଯିଏ ଟିମ…

ହାତକୁ ଦି’ ହାତ ହେଲେ ଅଂଶୁଲା: ଝୁମିଲେ ୨ ଭଉଣୀ

ପ୍ରଯୋଜକ ବୋନି କପୁର ତଥା ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ଭଉଣୀ ଅଂଶୁଲା କପୁର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ମୁମ୍ବାଇର ତାଜ ହୋଟେଲରେ ତାଙ୍କ…

ପ୍ରଥମଥର ପରଦାରେ ରୋମାନ୍ସ କରିବେ ସ୍ତ୍ରୀ-ସ୍ବାମୀ

ବଲିଉଡ ଅଭିନେତା ଅଲି ଫଜଲ ତାଙ୍କ ୱେବ ସିରିଜ ‘ରାଖ’ ଚର୍ଚ୍ଚାରେ ଅଛନ୍ତି। ଏଥିରେ ତାଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଉଛି। ଖୁବ୍‌ଶୀଘ୍ର ସେ ‘ମିର୍ଜାପୁର: ଦି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri