ବାହା ହେବେ କାଜଲଙ୍କ ଭଉଣୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କାଜଲ ତଥା ଅଜୟ ଦେବଗନଙ୍କ ଶାଳୀ ତନିଷା ମୁଖାର୍ଜୀ ବିବାହ କରିବେ। ତନିଶା ତାଙ୍କ ପ୍ରେମ ଏବଂ ବିବାହକୁ ନେଇ ନୀରବତା ଭାଙ୍ଗି କହିଛନ୍ତି, ସେ ଯେମିତି ପିଲା ଖୋଜୁଥିଲେ ତାଙ୍କୁ ମିଳି ଯାଇଛନ୍ତି।

ତନିଷା ୪୪ ବର୍ଷରେ ପଦାର୍ପଣ କରିଥିଲେ ମଧ୍ୟ ଏଯାଏ ବିବାହ କରିନାହାନ୍ତି। ତାଙ୍କୁ ମନପସନ୍ଦର ପିଲା ମିଳି ନ ଥିଲେ ବୋଲି କୁହନ୍ତି ତନିଷା। ଏବେ ସେ କହିଛନ୍ତି, ମୁଁ ଭାବୁଛି ପ୍ରେମରେ ପଡ଼ିବା ଅତ୍ୟନ୍ତ ରୋମାଞ୍ଚକର। କିନ୍ତୁ ମୁଁ ପ୍ରେମରେ ପଡ଼ିଥିବା ବ୍ୟକ୍ତିଙ୍କୁ ପାଇବାକୁ ଅଧିକ ଉତ୍ସାହିତ ଅଛି।

ଅରମାନ କୋହଲିଙ୍କ ସହ ବ୍ରେକଅପ୍‌ ପରେ ସେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କଥାବାର୍ତ୍ତା କରିବାକୁ ଉଚିତ୍‌ ମନେ କରୁ ନ ଥିଲେ। ନିକଟରେ ଏକ ସାକ୍ଷାତକାରରେ ସେ ଏହା ସ୍ବୀକାର କରିଛନ୍ତି ଯେ, ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି।

ବିବାହ ବିଷୟରେ ପଚରାଯାଇଥିବା ପ୍ରଶ୍ନ ଉପରେ ତନିଷା କହିଛନ୍ତି, ଏହିପରି ପ୍ରଶ୍ନକୁ ଅଣଦେଖା କରିବା ଠିକ୍‌, କିନ୍ତୁ ଯେତେବେଳେ ବିବାହ କରିବି ସାରା ବିଶ୍ୱରେ ରହିବ।

Share