କରୋନା ଆକ୍ରାନ୍ତ ହେଲେ କାଜଲ

ମୁମ୍ବାଇ: କରୋନା ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ଫଳରେ ପ୍ରତ୍ୟେକ କ୍ଷେତ୍ରରେ ସାଧାରଣ ଜୀବନକୁ ଏହା ବିଚଳିତ କରିଛି। ଏଥିରୁ ବି ବାଦ୍‌ ପଡ଼ିବାହାନ୍ତି ବଲିଉଡ୍‌ର ବଡ଼ ବଡ଼ କଳାକାର। କରୋନା ସ୍ଥିତିରେ ଟିକେ ସୁଧାର ଆସୁଥିବା ବେଳେ ଅଭିନେତ୍ରୀ କାଜଲ କରୋନା ସଂକ୍ରମିତ ହୋଇଛନ୍ତି। ଯାହା ପୁଣି ଥରେ ବଲିଉଡ୍‌ ସେଲିବ୍ରିଟିଙ୍କ ଚିନ୍ତା ବଢ଼ାଇ ଦେଇଛି।

 

କାଜଲ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏହି ବିଷୟରେ ସୂଚନା ଦେଇଛନ୍ତି। ତାଙ୍କ ସ୍ଥାନରେ ଝିଅର ଫଟୋ ଶେୟାର କରି ଲେଖିଛନ୍ତି, ‘କୋଭିଡ୍‌ ରିପୋର୍ଟ ପଜିଟିଭ୍‌ ଆସିଛି ଏବଂ ମୁଁ ପ୍ରକୃତରେ ମୋର ଲାଲ୍‌ ନାକ ଦେଖାଇବା ପାଇଁ ଚାହେଁ ନାହିଁ, ତେବେ ଆସନ୍ତୁ ଦୁନିଆର ସବୁଠୁ ହସଖୁସିରେ ବଞ୍ଚିବା! ମିସ୍‌ ୟୁ ନ୍ୟାସା ଦେବଗନ ଏବଂ ମୁଁ ମୋର ଭୂମିକା ଦେଖିପାରେ ’

କାଜଲଙ୍କ ଷ୍ଟୋରୀରେ ଏହି ଫଟୋ ଦେଖି ପ୍ରଶଂସକମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

ନିକଟରେ ଅଭିନେତା ଜନ୍‌ ଆବ୍ରାହମ, ଫର୍ଦିନ ଖାନ, ସୁଜେନ୍‌ ଖାନ ଏବଂ ହାସ୍ୟ ଅଭିନେତା ବୀର୍‌ ଦାସ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ।

Share