ଖୁସି ଖବର ଦେଲେ କାଜଲ

ଅଭିନେତ୍ରୀ କାଜଲ ଅଗ୍ରୱାଲ ମା’ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ତାଙ୍କ ସ୍ବାମୀ ଗୌତମ କିଚଲୁ ଏନେଇ ଇନ୍‌ଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏପ୍ରିଲ ୧୯, ୨୦୨୨ରେ ନିଲ କିଚଲୁର ଜନ୍ମ। ଏହା ଘୋଷଣା କରି ଆମେ ଆନନ୍ଦିତ। ପ୍ରେମ ଏବଂ ଆଶୀର୍ବାଦ ପାଇଁ ସମସ୍ତଙ୍କୁ ଧନ୍ୟବାଦ। ଚଳିତବର୍ଷ ଜାନୁଆରୀରେ ଇନଷ୍ଟାଗ୍ରାମରେ କାଜଲଙ୍କ ଏକ ସୁନ୍ଦର ଫଟୋ ଶେୟାର କରି ଗୌତମ ଆନୁଷ୍ଠାନିକ ଭାବରେ ଗର୍ଭଧାରଣ ଘୋଷଣା କରିଥିଲେ। ଏହାପରେ କାଜଲ ତାଙ୍କ ସାଦ ଖିଆଠାରୁ ଆରମ୍ଭ କରି ମାତୃତ୍ୱ ଫଟୋଶୁଟଠାରୁ ପର୍ଯ୍ୟନ୍ତ ଫଟୋ ପ୍ରଶଂସକଙ୍କ ସହ ଶେୟାର କରିଚନ୍ତି। ଅକ୍ଟୋବର ୩୦, ୨୦୨୦ରେ କାଜଲ ଗୌତମ କିଚଲୁଙ୍କୁ ବିବାହ କରିଥିଲେ। କରୋନା ହେତୁ କେବଳ ବନ୍ଧୁ ଏବଂ ପରିବାର ବିବାହ ଉତ୍ସବରେ ଯୋଗ ଦେଇଥିଲେ।
ଗର୍ଭବତୀ ହେବା ପରଠାରୁ କାଜଲ କାମରୁ ବିରତି ନେଇଥିଲେ। ଏବେ ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଚାର୍ଯ୍ୟ’ ଏପ୍ରିଲ ୨୯ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର ଯୋଜନା ରହିଛି। ଏହି ଫିଲ୍ମରେ ଚିରଞ୍ଜୀବୀ, ରାମ ଚରଣ ଏବଂ ପୂଜା ହେଗଡେ ନଜର ଆସିବେ।

Share