ବିବାହ ପରେ ନାମ ବଦଳାଇଲେ କାଜଲ; ଅଗ୍ରଓ୍ବାଲ ପରିବର୍ତ୍ତେ ରଖିଲେ କିଚଲୁ

ବମ୍ବେ: ଜୀବନରେ ଅନେକ କିଛି ପରିବର୍ତ୍ତନ କରିଦିଏ ବିବାହ। ସେଭଳି ଗୋଟିଏ ହେଉଛି ନାମ ପରିବର୍ତ୍ତନ। ମହିଳାଟିଏ ବିବାହ ପରେ ନିଜ ସରନେମ୍‌ ବଦଳାଇଥାଏ। ଯଦିଓ ଆଜିକାଲିର ସମାଜରେ କିଛି ମହିଳା ଏଭଳି କରିବାକୁ ପସନ୍ଦ କରୁନାହାନ୍ତି, ତଥାପି କିଛି ଖୁସିରେ ଏଭଳି କରୁଥିବା ମଧ୍ୟ ଦେଖାଯାଏ। ଏବେ ନିକଟରେ ହାତକୁ ଦୁଇହାତ ହୋଇଥିବା ଅଭିନେତ୍ରୀ କାଜଲ ଅଗ୍ରଓ୍ବାଲ ଏହି ପରମ୍ପରାକୁ ଆପଣାଇଥିବା ଦେଖିବାକୁ ମିଳିଛି।

ଅକ୍ଟୋବର ୩୦ରେ କାଜଲ ନିଜର ପ୍ରେମିକ ଗୌତମ କିଚଲୁଙ୍କୁ ବିବାହ କରିଛନ୍ତି। ଏହାପରେ ସେ ପ୍ରଶଂସକଙ୍କଠାରୁ କିଛି ଦିନ ପାଇଁ ଦୂରେଇ ଯାଇଥିଲେ। ହେଲେ ପୁଣିଥରେ ନଭେମ୍ବର ୭ରେ ସେ ସୋସିଆଲ ମିଡିଆରେ ଆକ୍ଟିଭ ହୋଇ ନିଜର ନୂଆ ପାସପୋର୍ଟର ଫଟୋ ଶେୟାର କରିଛନ୍ତି। ଫଟୋରୁ କାଜଲ ହନିମୁନରେ ଯାଉଥିବା ସ୍ପଷ୍ଟ ହୋଇଛି। ଏହାଛଡ଼ା ସେ ନିଜ ନାମକୁ ବଦଳାଇ କାଜଲ କିଚଲୁ କରିଥିବା ମଧ୍ୟ ଦେଖାଯାଉଛି।

ତେବେ ନିଜର ବିବାହକୁ ନେଇ ବେଶ୍‌ ଖୁସି ଅଛନ୍ତି କାଜଲ। ସେ ନୂଆ ପରିସ୍ଥିତିରେ ନିଜକୁ ଢ଼ାଳିବାକୁ ଚେଷ୍ଟା କରୁଛନ୍ତି। ତାଙ୍କୁ ଲୋକେ ମିସେସ୍‌ କିଚଲୁ କହୁଛନ୍ତି, ଯାହା ଶୁଣିବାକୁ ତାଙ୍କୁ ଭଲ ଲାଗୁଛି। ଜୀବନର ଏହି ନୂଆ ଯାତ୍ରା ପାଇଁ ସେ ଏବେଠାରୁ ଅଭ୍ୟାସ କରୁଛନ୍ତି ବୋଲି ସାକ୍ଷାତକାରରେ କହିଛନ୍ତି।

Share