ଲୁଟେରାଙ୍କ ନଜରରେ କାଏମା ପାହାଡ଼

କାଏମା,୨୬ା୧୧(ଶିବପ୍ରସାଦ ମହାନ୍ତି):ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତ ମଧ୍ୟଭାଗରେ କାଏମା ପାହାଡ଼ ବା ଗୋଗଳ ପାହାଡ଼ ଅବସ୍ଥିତ। ହେଲେ ଏହି ପାହାଡ଼ ଏବେ ମାଫିଆଙ୍କ ନଜରରେ। ମାଫିଆ ଏଠାରୁ ମୋରମ ଲୁଟ୍‌ କରୁଥିବା ଦେଖିବାକୁ ମିଳିଛି। ଦିନରାତି ମୋରମ ଲୁଟ୍‌ କରିବାରେ ଲାଗିଛନ୍ତି। ଫଳରେ ପାହାଡ଼ର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦି ଏଭଳି ଭାବେ ପାହାଡ଼ ତଡ଼ାଯାଏ ତେବେ ଭବିଷ୍ୟତରେ ପୌରାଣିକ କାଏମା ପାହାଡ ମାନଚିତ୍ରରୁ ହଜିଯିବ ବୋଲି ଆଲୋଚନା ହେଉଛି।
ଏ ପାହାଡ଼ର ଅନେକ ଐତିହାସିକ ଓ ପୌରାଣିକ କଥା ଶୁଣିବାକୁ ମିଳେ। ଇତିହାସ କୁହେ ରାଜା ସମ୍ରାଟ ଅଶୋକଙ୍କ ସମୟରେ ବୌଦ୍ଧ ଧର୍ମାବଲମ୍ବୀ ଏଠାରେ ଧ୍ୟାନ କରୁଥିଲେ। ଏହାର ପୁରାତନ ନାମ ଗୋଗଳ ଗିରି ବା ସୁରଭ ଗିରି ବୋଲି କୁହାଯାଏ। ପାହାଡ଼ରେ ୫ ପଥର କଟା ଗୁମ୍ଫା ଥିବା ଦେଖିବାକୁ ମିଳେ। ବ୍ରାହ୍ମଣୀ ନଦୀର ଶାଖା କେଲୁଅ ନଦୀ ଅବବାହିକାରେ ଏହି ପାହାଡ଼ ଅବସ୍ଥିତ। ପ୍ରାକୃତିକ ପରିବେଶ ମନକୁ ଛୁଇଁଥାଏ।
ପାହାଡ଼ରୁ ପାଖାପାଖି ୨୫୦ ବର୍ଷ ତଳର ବୌଦ୍ଧ କୀର୍ତ୍ତିରାଜି ମାନ ଖନନ ଦ୍ୱାର ଦେଖିବାକୁ ମିଳିଛି। ଏହାର ପାଦଦେଶରେ ବୌଦ୍ଧକୀର୍ତ୍ତି ସମ୍ପନ୍ନ ହାତିଆଶୁଣୀ ପୂଜା ପାଉଛନ୍ତି। ଗବେଷକ ସ୍ବଗତ ଡ. ନୃସିଂହ ଚରଣ ସାହୁଙ୍କ ସହଯୋଗରେ ରାଜ୍ୟ ସଂସ୍କୃତି ବିଭାଗ ଓ କେନ୍ଦ୍ର ପତ୍ନତାତ୍ତ୍ୱିକ ବିଭାଗ ପକ୍ଷରୁ ୨୦୦୪ରେ ଏହାର ପୁନରୁଦ୍ଧାର ନିମନ୍ତେ ବିପୁଳ ଟଙ୍କା ଖର୍ଚ୍ଚ କରାଯାଇଥିଲା। ହେଲେ ଏବେ ଅପରିଷ୍କାର ହୋଇଛି।
ଐତିହାସିକ ହାତିଆଶୁଣୀର ରକ୍ଷଣାବେକ୍ଷଣ ଅଭାବ ଓ ସୁରକ୍ଷା ପ୍ରତି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ନ ଯିବାରୁ ଏହା ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ପାହାଡ଼ ଉପର ଭାଗରେ ପାଖାପାଖି ଦୁଇ ଶହ ବର୍ଷ ପୁରାତନ ମହାପୁରୁଷ ଶ୍ରୀହରି ଅବଧୂତମଠ ସ୍ଥାପିତ ସହ ସେଠାରେ ତାଙ୍କ ସମାଧି ଥିବା ଦେଖିବାକୁ ମିଳେ। ମଠକୁ ସ୍ବର୍ଗତ ଗୋଲଖ ଚନ୍ଦ୍ର ଦାସ ଦେଖାରଖା କରୁଥଲେ। ସେହି ସମୟରେ ବୌଦ୍ଧ ଗବେଷକଙ୍କ ଆଗମନ ଦେଖିବାକୁ ମିଳୁଥିଲା। ବୌଦ୍ଧ ଗବେଷକମାନେ ପାହାଡ଼ ପରିଦର୍ଶନ କରିବା ସମୟରେ ପାହାଡ଼ ଉପରଭାଗରୁ ବହୁ ପ୍ରାଚୀନ ଇଟା ଦେଖିବାକୁ ପାଇଥିଲେ। ପରେ ଖନନ କରାଯାଇ ଏହାକୁ ସଂଗ୍ରହ କରାଯାଇଥିଲା। ଏହା ମଧ୍ୟରେ ଆହୁରି ଅନେକ ବୌଦ୍ଧ କୀର୍ତ୍ତିରାଜି ଥିବା ଅନୁମାନ କରାଯାଇ ଏହାର ସୁରକ୍ଷା ନିମନ୍ତେ ପାହାଡ଼ର କିଛି ସ୍ଥାନକୁ ତାର ଜାଲି ବ୍ୟବସ୍ଥା କରାଯିବା ସହ ନିଷିଦ୍ଧ ଅଞ୍ଚଳ ଘୋଷଣାକରି ବୋର୍ଡ ଲଗାଯାଇଥିଲା। ଏବେ ଆଉ ସେ ବୋର୍ଡ ଦେଖିବାକୁ ମିଳୁନାହିଁ। ତାଙ୍କ ମୃତ୍ୟୁପରେ ଏବେ ତାଙ୍କ ପୁଅ ଜ୍ଞାନେନ୍ଦ୍ରୀୟ ଦାସ ପୂଜାପାଠ କରିବା ସହ ଏହାର ରକ୍ଷାଣାବେକ୍ଷଣା କରୁଛନ୍ତି। ରଜ ସମୟରେ ଏହି ପାହାଡ଼ ଉପର ଭାଗରେ ୩ ଦିନ ଧରି ମହାଯଜ୍ଞ କରାଯାଇଥାଏ। ଚାଲିଚାଲି ବହୁ ଭକ୍ତ ଏଠାକୁ ଆସନ୍ତି। ପାହାଡ଼ ଉପରକୁ ଗାଡ଼ି ମୋଟର ଯିବାଆସିବା ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ଅନେକ ବୃଦ୍ଧାବୃଦ୍ଧ ଆସିପାରନ୍ତି ନାହିଁ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥାଏ।
ପୌରାଣିକ ତଥ୍ୟ ଅନୁସାରେ ପାଣ୍ଡବମାନଙ୍କର ଅଜ୍ଞାତ ବନବାସ ସମୟରେ ଅର୍ଜୁନ ସ୍ବୟଂଶଙ୍କର ଭଗବାନଙ୍କୁ ଉପାସନା କରିବା ନିମନ୍ତେ ଶତେ ଅର୍କ ପୁଷ୍ପ ଚୟନରେ ଇତସ୍ତତଃ ହୋଇ ପାହାଡ଼ର ମାର୍ଗରେ ଭ୍ରମଣ କରୁଥାଆନ୍ତି। ଅର୍ଜୁନ ପୁଷ୍ପ ଚୟନ କରିବା ବେଳେ ଏକ ସର୍ପ ତାଙ୍କ ପାଦକୁ ଦଶଂନ କରିଥିଲା। ଭ୍ରାତା ସହଦେବ ସଙ୍ଗେସଙ୍ଗେ ଉପସ୍ଥିତ ହୋଇ ମାତା କୁନ୍ତୀଙ୍କୁ ସର୍ପଦର୍ଶନ କଥା ଜଣାଇଥିଲେ। ତତ୍‌କ୍ଷଣାତ କୁନ୍ତୀ କୃଷ୍ଣଙ୍କୁ ସ୍ମରଣ କରିବା ପରେ କୃଷ୍ଣ ଭଗବାନ ଦୈବବାଣୀ ଦେଇଥିଲେ। ପରେ ଅର୍ଜୁନଙ୍କ ପ୍ରାଣସତ୍ତା ଫେରିଆସିଲା ସତ, କିନ୍ତୁ ଅର୍ଜୁନ ଜ୍ଞାନ ଫେରି ପାଇଲେନାହିଁ। ତତ୍ପରେ ମାତା କୁନ୍ତୀ ଓ ପୁତ୍ର ଅର୍ଜୁନ ଜ୍ଞାନଦାତା ବାବା ଗଜାନନଙ୍କୁ ପୂଜାର୍ଚ୍ଚନା କରିଥିଲେ। ହଠାତ୍‌ ଦୈବବାଣୀ ହେଲା ଯେ ଗୋଗଳ ପର୍ବତର ପଶ୍ଚିମ ଭାଗରେ ତପସ୍ୟା କରିବା ପାଇଁ। ଶେଷରେ ଶଙ୍କର ଭଗବାନଙ୍କୁ ଉପାସନା କରି ଅର୍ଜୁନଙ୍କର ଜ୍ଞାନପ୍ରାପ୍ତ ହୋଇଥିଲା। ଏହି ପାହାଡ଼ର ଇତିହାସ ଓ ପୌରାଣିକ କଥା ଅତି ଚମତ୍କାର। ବର୍ତ୍ତମାନ ଏହାର ଚତୁଃପାର୍ଶ୍ୱ ପରିବେଶକୁ ସବୁଜ ଓ ସୁରକ୍ଷିତ ରଖିବା ପାଇଁ ଚଣ୍ଡିଖୋଲ ବନ ବିଭାଗ ଅଧୀନରେ ‘କମଲେଇ ବନ’ ଯୋଜନା ନାମରେ ବହୁ ଗଛ ଲଗାଯାଇଛି। କିନ୍ତୁ ତାହା ମଧ୍ୟ ସୁରକ୍ଷା ଅଭାବରୁ କଟା ହେଉଥିବା ଅଭିଯୋଗ ହେଉଛି। ଏହି ପୁରାତନ ପାହାଡ଼ଟି ସୁରକ୍ଷା ଅଭାବରୁ ସୌନ୍ଦର୍ଯ୍ୟ ହରାଇବାକୁ ବସିଲାଣି। ତେଣୁ ଏହା ଉପରେ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟି ଆକର୍ଷଣ କରିବାକୁ ସ୍ଥାନୀୟ ବାସିନ୍ଦା ଓ ବୁଦ୍ଧିଜୀବୀ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri