Categories: ଜାତୀୟ

ନୀତୀଶ କୁମାରଙ୍କୁ ବିଦେଶୀ ମହିଳାଙ୍କ ସହ ତୁଳନା କଲେ କୈଳାଶ ବିଜୟବର୍ଗିୟ

ଇନ୍ଦୋର,୧୯।୮: ଭାଜପା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କୈଳାଶ ବିଜୟବର୍ଗିୟ ବିଦେଶରୁ ଭାରତ ଫେରିଛନ୍ତି। ସେ ଇନ୍ଦୋର ବିମାନ ବନ୍ଦରରେ ପହଞ୍ଚିବା ମାତ୍ରେ ସମର୍ଥକମାନେ ତାଙ୍କୁ ସ୍ବାଗତ କରିଥିଲେ। ଏଠାରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ବିଜୟବର୍ଗିୟ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ ବିହାର ରାଜନୈତିକ ପରିବର୍ତ୍ତନକୁ ନେଇ ନିଜ ମତ ଦେଇଥିଲେ। ସେ କହିଛନ୍ତି, ମୁଁ ବିଦେଶରେ ଥିବାବେଳେ ମୋତେ ଜଣେ ପରିଚିତ ବ୍ୟକ୍ତି କହିଲେ, ଏଠିକାର ମହିଳା ଯେ କୌଣସି ସମୟରେ ତାଙ୍କ ବୟଫ୍ରେଣ୍ଡ ବଦଳେଇ ଦିଅନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଠିକ ସେହିଭଳି। ସେ କେତେବେଳେ କାହାକୁ ଧରିବେ ଏବଂ ଛାଡିବେ ତାହା ଜଣାପଡେ ନାହିଁ।
ଏଠାରେ ସେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। ରାଜ୍ୟରେ କଂଗ୍ରେସକୁ କ୍ଷମତାକୁ ଆସିବାର ଦାବି ସମ୍ପର୍କରେ ବିଜୟବର୍ଗିୟ କହିଛନ୍ତି, କମଲ ଜୀଙ୍କର ବୟସ ୭୫ ଅତିକ୍ରମ କରିଛି। ତାଙ୍କ କଥାକୁ ଗମ୍ଭୀରତାର ସହ ଗ୍ରହଣ କରାଯିବା ଉଚିତ ନୁହେଁ।

Share