ସଙ୍ଗୀତ ମାଧ୍ୟମରେ କରୋନା ଯୋଦ୍ଧାଙ୍କୁ ସମ୍ମାନ ଦେବ କୈଳାସ ଖେରଙ୍କ ‘ଜଜ୍‌ବା ଏ ଭାରତ’

ବମ୍ବେ: କରୋନା ସହ ଲଢ଼େଇରେ କୋଭିଡ ଯୋଦ୍ଧାମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେମାନଙ୍କ ବାହାଦୂରୀ, ପ୍ରତିବଦ୍ଧତା ଏବଂ ଉତ୍ସାହକୁ ସମ୍ମାନ ଜଣାଇବେ ପଦ୍ମଶ୍ରୀ କୈଳାସ ଖେର। ତାଙ୍କ ସହ ରହିବେ ରିକି କେଜ୍‌। ଅନ୍‌ଲାଇନ୍‌ କନ୍ସଟ ତଥା ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ (ଜଜ୍‌ବା ଏ ଭାରତ)ରେ ଉଭୟ କଣ୍ଠଶିଳ୍ପୀ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବେ। ସଙ୍ଗୀତ ଜରିଆରେ ସେମାନେ ଦେଶର କୋଣାନୁକୋଣରେ ମହାମାରୀ ସହ ଲଢ଼ୁଥିବା ଏହି ଗୁମନାମ୍‌ ନାୟକମାନଙ୍କୁ ସମ୍ମାନିତ କରିବେ। ଏହି କାର୍ଯ୍ୟକ୍ରମରେ ଉଦିତ ନାରାୟଣ ଯୋଡି ହେବେ। ଏହାସହ ତାଙ୍କ ପୁଅ ଆଦିତ୍ୟ ମଧ୍ୟ ରହିବେ।

Share