ସାତକୋଶିଆରେ କାହ୍ନା ଟିମ୍‌

ବନ୍ତଳା,୨୨ା୩(ଡି.ଏନ.ଏ.):ଅନୁଗୋଳ ଜିଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ଏନ୍‌କ୍ଲୋଜର ମଧ୍ୟରେ ଦୀର୍ଘ ଅଢ଼େଇବର୍ଷ ହେଲା ବନ୍ଦୀ ଜୀବନ କାଟୁଥିବା ବାଘୁଣୀ ସୁନ୍ଦରୀକୁ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟକୁ ଫେରାଇ ନିଆଯିବ। ରବିବାର କାହ୍ନା ଅଭୟାରଣ୍ୟର ଏକ ଟିମ୍‌ ସାତକୋଶିଆରେ ପହଞ୍ଚିବା ପରେ ଦୀର୍ଘଦିନର କଳ୍ପନା ଜଳ୍ପନାର ଅବସାନ ଘଟିଛି। ସୁନ୍ଦରୀକୁ ଫେରାଇବା ନେବା ପ୍ରସ୍ତୁତି ଆରମ୍ଭ ହୋଇଛି।
କାହ୍ନାରୁ ଆସିଥିବା ଏହି ଟିମ୍‌ରେ ଅତିରିକ୍ତ କ୍ଷେତ୍ର ନିର୍ଦ୍ଦେଶକ ତଥା ଏସିଏଫ୍‌ ଏସ.କେ. ସିହ୍ନା, ପ୍ରାଣୀ ବିଶେଷଜ୍ଞ ଡାକ୍ତର ସନ୍ଦୀପ ଅଗ୍ରୱାଲ, ଅନ୍ୟ ବିଶେଷଜ୍ଞ ଓ ୪ଜଣ ଡ୍ରାଇଭର ରହିଛନ୍ତି। ସକାଳେ ପହଞ୍ଚିଥିବା ସ୍ବତନ୍ତ୍ର ଗାଡ଼ିକୁ ରାଇଗୁଡା ରେଞ୍ଜ କାର୍ଯ୍ୟାଳୟ ଏନ୍‌କ୍ଲୋଜର ନିକଟରେ ରଖାଯାଇଛି। ଅନ୍ୟ ଗାଡ଼ିରେ ଆସିଥିବା ଟିମ୍‌ ସଦସ୍ୟମାନେ ଅନୁଗୋଳ ବନ ବିଭାଗ ଡାକବଙ୍ଗଳାକୁ ଯାଇଥିଲେ। ସେଠାରେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ତଥା ସାତକୋଶିଆ କ୍ଷେତ୍ର ନିର୍ଦ୍ଦେଶକ (ଆର୍‌ସିସିଏଫ୍‌) ପ୍ରଦୀପ ରାଜ କରାଟେ, ସାତକୋଶିଆ ଡିଏଫ୍‌ଓ ରବି ମୀନା, ଏସିଏଫ୍‌ ଶୁଭେନ୍ଦୁ ବେହେରା, ସରୋଜ ପଣ୍ଡା, ସାତକୋଶିଆ ପ୍ରାଣୀ ବିଭାଗ ଡାକ୍ତର କିଶୋର କୁମାର ସାହୁ ପ୍ରମୁଖଙ୍କ ସହ ବୈଠକ କରିଥିଲେ। ବାଘୁଣୀର ସ୍ବାସ୍ଥ୍ୟ, ଖାଦ୍ୟ ଓ ଗତିବିଧି ଉପରେ ବୈଠକରେ ଆଲୋଚନା ହୋଇଥିଲା। ଅପରାହ୍ନରେ ଟିମ୍‌ ସଦସ୍ୟ ଓ ସାତକୋଶିଆ ଅଧିକାରୀମାନେ ବାଘୁଣୀ ସୁନ୍ଦରୀର ଏନ୍‌କ୍ଲୋଜର ନିକଟକୁ ଯାଇ ସ୍ବାସ୍ଥ୍ୟାବସ୍ଥା ନିରୀକ୍ଷଣ କରିଥିଲେ। ବିନା ଟ୍ରାଙ୍କୁଲାଇଜ୍‌ରେ କିପରି ସୁନ୍ଦରୀକୁ ନିଆଯାଇପାରିବ ସେ ନେଇ ଟିମ୍‌ ସଦସ୍ୟମାନେ ଯୋଜନା ପ୍ରସ୍ତୁତ କରୁଥିବା ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି। ସେହିପରି ବାଘୁଣୀକୁ ଛାଡିବା ପାଇଁ ସାତକୋଶିଆ ଏସିଏଫ୍‌ ସରୋଜ ପଣ୍ଡା, ଡାକ୍ତର କିଶୋର ସାହୁଙ୍କ ସମେତ ୬ଜଣିଆ ଟିମ୍‌ ମଧ୍ୟପ୍ରଦେଶ ଯିବେ ବୋଲି ସୂଚନା ମିଳିଛି। ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ତଥା ସାତକୋଶିଆ କ୍ଷେତ୍ର ନିର୍ଦ୍ଦେଶକ ପ୍ରଦୀପ ରାଜ କରାଟେ କହିଛନ୍ତି, କାହ୍ନାରୁ ଆସିଥିବା ୭ ଜଣିଆ ଟିମ୍‌ ପହଞ୍ଚିଛନ୍ତି। ତିନିଦିନ ସ୍ଥିତି ଅନୁଧ୍ୟାନ ପରେ ବାଘୁଣୀକୁ ନେବେ। ସାତକୋଶିଆରେ ବାଘବଂଶ ବୃଦ୍ଧି ଯୋଜନା ବର୍ତ୍ତମାନ ସ୍ଥଗିତ ରହିଛି। ଏନ୍‌ଟିସିଏ ନିର୍ଦ୍ଦେଶ ଦେଲେ ପୁନର୍ବାର ପ୍ରକ୍ରିୟା ଆରମ୍ଭ ହେବ ବୋଲି କ୍ଷେତ୍ର ନିର୍ଦ୍ଦେଶକ କରାଟେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ଇନ୍‌ ଅଭିଷେକ ଆଉଟ! ଆୟରଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ପାଇଁ ଭାରତର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ

ନୂଆଦିଲ୍ଲୀ,୨୫।୬: ଭାରତୀୟ ଦଳ ପାଇଁ ଆୟରଲ୍ୟାଣ୍ଡ ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସମସ୍ତଙ୍କ ନଜର ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ, ଯିଏ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି…

ଭାଜପାକୁ ବଡ଼ ଧକ୍କା! କେରଳ ହାଇକୋର୍ଟଙ୍କ ଭର୍ତ୍ସନା ପରେ, ୧୯ ଭାଜପା କାଉନସିଲର ପୁନର୍ବାର ଶପଥ ନେଲେ

ଥିରୁଭାନନ୍ତପୁରମ,୨୫।୬: ଥିରୁଭାନନ୍ତପୁରମ ମ୍ୟୁନିସିପାଲ କର୍ପୋରେସନର ୧୯ ଜଣ ଭାରତୀୟ ଜନତା ପାର୍ଟି (ଭାଜପା) କାଉନସିଲର ବୁଧବାର (ଜୁନ ୨୪, ୨୦୨୬), ସେମାନଙ୍କର ପୂର୍ବ ଶପଥକୁ ଅବୈଧ ଘୋଷଣା…

ପାସପୋର୍ଟ ବିବାଦକୁ ନେଇ ଗର୍ଜିଲା କଂଗ୍ରେସ, ଗୋଗୋଇ ସରକାରଙ୍କ ଉପରେ ଉଠାଇଲେ ପ୍ରଶ୍ନ, ଖୁର୍ସିଦ କହିଲେ…

ନୂଆଦିଲ୍ଲୀ,୨୫।୬: ପାସପୋର୍ଟକୁ ନାଗରିକତାର ପ୍ରମାଣ ଭାବରେ ବିବେଚନା ନ କରାଯିବା ପ୍ରସଙ୍ଗରେ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। କଂଗ୍ରେସ ନେତା ଗୌରବ ଗୋଗୋଇ ଏହି ପ୍ରସଙ୍ଗରେ…

ହାଇକୋର୍ଟଙ୍କ ବଡ଼ ରାୟ; ପତ୍ନୀ ସ୍ଵାମୀଙ୍କ ସମ୍ପତ୍ତି ନୁହନ୍ତି, ମନୋମାଳିନ୍ୟ…

କଟକ,୨୫।୬(ପ୍ରଭୁକଲ୍ୟାଣ ପାଲ): ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି କହିଛନ୍ତି ଯେ ‘ ପତ୍ନୀ ସ୍ଵାମୀଙ୍କ ସମ୍ପତ୍ତି ନୁହନ୍ତି’। ବୈବାହିକ ମନୋମାଳିନ୍ୟ ଯୋଗୁ ଘର…

NCERT ଆଣିଲା ବଡ଼ ପରିବର୍ତ୍ତନ, ୯ମ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ପଢ଼ାଯିବ ଜରୁରୀକାଳୀନ ପରିସ୍ଥିତି ବିଷୟରେ

ନୂଆଦିଲ୍ଲୀ,୨୫।୬: ଭାରତୀୟ ଗଣତନ୍ତ୍ରର ଏକ ଅନ୍ଧକାର ଅଧ୍ୟାୟ – ଏବେ ସ୍କୁଲଗୁଡ଼ିକରେ ୯ମ ଶ୍ରେଣୀରୁ ପଢ଼ାଯିବ। ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ (NCERT) ୯ମ…

ଆଦିବାସୀ ନୃତ୍ୟରେ ଦୁଲୁକିଲା ଜନଜାତି ବୈଠକ, ସମ୍ୱର୍ଦ୍ଧିତ ହେଲେ ଛାତ୍ରୀ

ପାଟଣା,୨୫ା୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ପରିସରରେ ଗୁରୁବାର ବ୍ଲକ ସ୍ତରୀୟ ଜନ ଜାତି ସମ୍ବାଦ ବୈଠକ ଅନୁଷ୍ଠିତ ହୋଇଥିଲା ।ଓଡିଶା ସରକାରଙ୍କ ୨ବର୍ଷ ପୂର୍ତ୍ତି…

କେନ୍ଦ୍ରୀୟ ବିଦ୍ୟାଳୟରେ ବିଦ୍ୟା ପ୍ରବେଶ ଉତ୍ସବ, ଛାତ୍ରୀଛାତ୍ରଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା…

ଭଞ୍ଜନଗର,୨୫।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟରେ ଗୁରୁବାର ପ୍ରଥମ ଶ୍ରେଣୀର ବିଦ୍ୟା ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷ ପ୍ରଦୀପ କମାନୁ…

ଭାଜପାର ମିଶନ ୨୦୨୭ ପାଇଁ ଟିମ୍‌ ପ୍ରସ୍ତୁତ

ଲକ୍ଷ୍ନୌ,୨୫।୬: ଭାରତୀୟ ଜନତା ପାର୍ଟି (ଭାଜପା)ର ଉତ୍ତର ପ୍ରଦେଶ ୟୁନିଟ ପାଇଁ ନୂତନ ଦଳ ଘୋଷଣା କରାଯାଇଛି। ୟୁପି ଭାଜପା ସଭାପତି ପଙ୍କଜ ଚୌଧୁରୀ ତାଙ୍କ ଦଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri