କଫ୍‌ତାନ୍‌ ଫ୍ୟାଶନ

କଫ୍‌ତାନ୍‌ ହେଉଛି ଲମ୍ବା, ଢ଼ିଲାଢ଼ାଲା କୁର୍ତ୍ତୀ ଷ୍ଟାଇଲ୍‌ର ଏକପ୍ରକାର ଆଉଟ୍‌ଫିଟ୍‌; ଯାହାକୁ ମୁଖ୍ୟତଃ କଟନ୍‌ ହେଉ ଅବା ସିଲ୍କ ମ୍ୟାଟେରିଆଲ୍‌ରେ ତିଆରି କରାଯାଇଥାଏ। ଖରାଦିନେ ପିନ୍ଧିବା ପାଇଁ ଏହା ବେଷ୍ଟ। ଏହା ଦେଖିବାକୁ ଯେମିତି ଆକର୍ଷଣୀୟ, ପିନ୍ଧିବାକୁ ବି ସେମିତି କମ୍ଫଟେବଲ୍‌। ସବୁଠୁ ବଡ଼ କଥା, ଏହି ଷ୍ଟାଇଲ୍‌ର ଆଉଟ୍‌ଫିଟ୍‌ ସବୁ ପ୍ରକାରର ବଡ଼ି ଟାଇପ୍ସକୁ ବେଶ୍‌ ଭଲ ମାନିଥାଏ। ତେବେ କଫ୍‌ତାନ୍‌ ଆଉଟ୍‌ଫିଟ୍‌ର କ’ଣ ସବୁ ଲାଟେଷ୍ଟ ଟ୍ରେଣ୍ଡ ରହିଛି ଜାଣନ୍ତୁ ସେ ସମ୍ପର୍କରେ…

* ମାକ୍ସି ଡ୍ରେସ୍‌ ଓଭରସାଇଜ୍‌ କଫ୍‌ତାନ୍‌ : ଏହି ଟାଇପ୍‌ର କଫ୍‌ତାନ୍‌କୁ କ୍ୟାରି କଲେ ଲୁକ୍‌ ବେଶ୍‌ ଷ୍ଟାଇଲିଶ୍‌ ଲାଗିଥାଏ। ଅଫିସ୍‌କୁ ବି ଏହାକୁ ପିନ୍ଧି ଗଲେ କମ୍ଫଟେବଲ୍‌ ଲାଗେ। ତେବେ ପ୍ରିଣ୍ଟ ହେଉ ଅବା ପାର୍ଟନ ଡିଜାଇନ୍‌ର ମାକ୍ସି ଡ୍ରେସ୍‌ ଓଭରସାଇଜ୍‌ କଫ୍‌ତାନ୍‌ର ଏବେ ବେଶ୍‌ ଚାହିଦା ରହୁଥିବା ଦେଖିବାକୁ ମିଳୁଛି।
* ସର୍ଟ ନାଇଟ୍‌ କଫ୍‌ତାନ୍‌: ଯେଉଁମାନଙ୍କୁ ସର୍ଟ ଲେଙ୍ଗ୍‌ଥ ଆଉଟ୍‌ଫିଟ୍‌ ପିନ୍ଧିବା ପସନ୍ଦ, ସେମାନେ ଚାହିଁଲେ ଏହି ଟାଇପ୍‌ର କଫ୍‌ତାନ୍‌କୁ ଟ୍ରାଏ କରିପାରିବେ। ବିଶେଷକରି ରାତି ସମୟରେ ଏହାକୁ ପିନ୍ଧିବା କମ୍ଫଟେବଲ୍‌ ହୋଇଥାଏ। କଳା, ନାଲି, ଧଳା ଓ ଆକାଶୀ ନୀଳ ରଙ୍ଗର ଏହି କଫ୍‌ତାନ୍‌ ଦେଖିବାକୁ ବେଶ୍‌ ଆକର୍ଷଣୀୟ ଲାଗିଥାଏ।

* କଫ୍‌ତାନ୍‌ କୁର୍ତ୍ତୀ : ଏହି ଷ୍ଟାଇଲ୍‌ର କୁର୍ତ୍ତୀ ଦେଖିବାକୁ ବେଶ୍‌ ଷ୍ଟାଇଲିଶ୍‌ ଓ ଏଲିଗେଣ୍ଟ ହୋଇଥାଏ। ଆଉଟିଂ ହେଉ ଅବା ଡେଲି ଓ୍ବେର୍‌ ଭାବେ ବି ଏହାକୁ ଆରାମରେ ଟ୍ରାଏ କରାଯାଇପାରେ।

* ଲଙ୍ଗ୍‌ ଟ୍ୟୁନିକ୍‌ କଫ୍‌ତାନ୍‌: ଅଫିସ୍‌ ପାର୍ଟି ହେଉ କିମ୍ବା କକ୍‌ଟେଲ୍‌ ପାର୍ଟି ଅଥବା ଘରେ କୌଣସି ଛୋଟମୋଟ ଗେଟ୍‌ ଟୁଗେଦର୍‌ ପାର୍ଟି ହେଉନା କାହିଁକି; ଏସବୁ କ୍ଷେତ୍ରରେ ଲଙ୍ଗ୍‌ ଟ୍ୟୁନିକ୍‌ କଫ୍‌ତାନ୍‌ ପିନ୍ଧିଲେ କମ୍ଫଟେବଲ୍‌ ଲାଗିବା ସହ ଷ୍ଟାଇଲିଶ୍‌ ଲୁକ୍‌ ମିଳିଥାଏ।

* ଡିପ୍‌ ନେକ୍‌ କଫ୍‌ତାନ୍‌: ହଲିଉଡ୍‌ ଅଭିନେତ୍ରୀମାନଙ୍କର ଏହା ବେଶ୍‌ ପସନ୍ଦ। ଟ୍ରେଣ୍ଡି ଲୁକ୍‌ ପାଇଁ ଏ ଟାଇପ୍‌ର କଫ୍‌ତାନ୍‌ ବେଷ୍ଟ।

* କଲର୍‌ଫୁଲ୍‌ ସିଲ୍କ କଫ୍‌ତାନ୍‌ ଡ୍ରେସ୍‌: ବିଚ୍‌ରେ ବୁଲାବୁଲି କଲାବେଳେ ସିଲ୍କ ଫାବ୍ରିକ୍‌ର କଫ୍‌ତାନ୍‌ ପିନ୍ଧିଲେ ବେଶ୍‌ କମ୍ଫଟେବଲ୍‌ ଲାଗିଥାଏ। ଏହାକୁ ପିନ୍ଧିଲେ ଯେମିତି ଟ୍ରେଣ୍ଡି ଲାଗେ ସେମିତି ଗର୍ଜିୟସ୍‌ ଲୁକ୍‌ ବି ମିଳିଥାଏ। ବିଶେଷକରି ଏଥିରେ ହୋଇଥିବା ମଲ୍ଟିକଲର୍‌ ପାର୍ଟନ ଏହାକୁ ଅଧିକ ଆକର୍ଷଣୀୟ କରି ଦେଇଥାଏ।

* ଟି-ଲେଙ୍ଗଥ୍‌ କଫ୍‌ତାନ୍‌ ଡ୍ରେସ୍‌: ଯେଉଁମାନେ କମ୍ଫଟେବଲ୍‌ ଲୁକ୍‌ ସହ ନିଜ ଗୋଡ଼ର ସୌନ୍ଦର୍ଯ୍ୟକୁ ବି ସୋ-ଅପ୍‌ କରିବାକୁ ଚାହାନ୍ତି, ସେମାନଙ୍କ ପାଇଁ ଟି- ଲେଙ୍ଗଥ୍‌ କଫ୍‌ତାନ୍‌ ଡ୍ରେସ୍‌ ପରଫେକ୍ଟ ହୋଇଥାଏ।

* ମଡର୍ନ ଓ୍ବାନ୍‌ ସୋଲ୍ଡର୍‌ କଫ୍‌ତାନ୍‌ ଡ୍ରେସ୍‌: ଏକ୍ସଟ୍ରିମ୍‌ଲି ଷ୍ଟାଇଲିଶ୍‌ ଓ ବୋଲ୍ଡ ଲୁକ୍‌ ଦେଇଥାଏ ଏହି ଟାଇପ୍‌ର କଫ୍‌ତାନ୍‌। ସେଥିପାଇଁ ଆଜିକାଲିର ମଡର୍ନ ଯୁବତୀମାନେ ପ୍ରାୟତଃ ଏହି ଷ୍ଟାଇଲ୍‌ର କଫ୍‌ତାନ୍‌ ଡ୍ରେସ୍‌କୁ ପିନ୍ଧିବାକୁ ଅଧିକ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି।

ତେବେ ଯେ କୌଣସି ଟାଇପ୍‌ର କଫ୍‌ତାନ୍‌ ଡ୍ରେସ୍‌ ହେଉନା କାହିଁକି ତା’ସହିତ ସିମ୍ପଲ ଡିଜାଇନ୍‌ର ମ୍ୟାଚିଂ ଜୁଏଲେରୀ ଓ ହାଇହିଲ୍‌ ପିନ୍ଧିଲେ ଲୁକ୍‌ ବେଶ୍‌ ଆକର୍ଷଣୀୟ ଦେଖାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ହାର୍ଟ ପାଇଁ ବିପଦ ଏସବୁ ଖାଦ୍ୟ

ବର୍ତ୍ତମାନ ଆମେ ସମ୍ମୁଖୀନ ହେଉଥିବା ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟାଗୁଡ଼ିକ ମଧ୍ୟରୁ ହୃଦ୍‌ଜନିତ ସମସ୍ୟା ଅନ୍ୟତମ। ତେବେ କେତେକ ଖାଦ୍ୟ ପ୍ରତି ସତର୍କ ରହିଲେ ଏଭଳି ସମସ୍ୟାଠାରୁ ଆପଣ…

ଆବେଲ ପୁରସ୍କାର-୨୦୨୬

ଆବେଲ ପୁରସ୍କାର ହେଉଛି ଗଣିତ ପାଇଁ ଏକ ଉଲ୍ଲେଖନୀୟ ସମ୍ମାନ। ଏହାକୁ ନୋବେଲ ପୁରସ୍କାର ସହ ସମାନ ମନେ କରାଯାଇଥାଏ। ନରଓ୍ବେର ବିଶିଷ୍ଟ ଗଣିତଜ୍ଞ ନିଲ୍‌ସ ହେନରିକ…

ହାଇଡ୍ରୋଜେନ ବଣ୍ଡିଂ: ଦୈନନ୍ଦିନ ଜୀବନର ଅଦୃଶ୍ୟ ସ୍ଥାପତ୍ୟ

କଥା ୧୯୧୯ ମସିହାର। ଆମେରିକାର କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ, ବର୍କଲେରେ ଗ୍ରାଜୁଏଶନ ସମୟ ପାଖେଇ ଆସୁଥିଲା ଏବଂ ମୋରିସ ହଗିନ୍ସ ନାମକ ଜଣେ ଛାତ୍ର ବହୁତ ଚିନ୍ତାରେ ଥିଲେ।…

ଏପ୍ରିଲରେ ୩ରାଶିର ଖୋଲିବ ଭାଗ୍ୟ, ମିଳିବ ମୂଲ୍ୟବାନ….

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହର ସେନାପତି ମଙ୍ଗଳଙ୍କ ଗୋଚରଙ୍କୁ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ ।ମଙ୍ଗଳ ଗ୍ରହକୁ ସାହାସ, ପରାକ୍ରମ ଏବଂ ବିଶ୍ବାସର ପ୍ରତିକ ରୂପେ ବିବେଚନା କରାଯାଇଥାଏ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

ଏପ୍ରିଲରେ ଏହି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଆସୁଛି ଭଲ ସମୟ, ମାଲାମାଲ୍ ହେବେ….

ଏପ୍ରିଲ ମାସ ଚାରୋଟି ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି। ଏହି ରାଶିଗୁଡ଼ିକ ପ୍ରତ୍ୟେକ ପ୍ରୟାସରେ ସଫଳତା ହାସଲ କରିବେ। ବିଶେଷକରି,…

ଖରାଦିନେ ଶରୀର ପାଇଁ ଉପକାରୀ ଆଖୁରସ

ଶରୀର ପାଇଁ ବେଶ୍‌ ଉପକାରୀ ହେଉଛି ଆଖୁରସ। ମୁଖ୍ୟତଃ ଖରାଦିନେ ଏହାର ଚାହିଦା ଅଧିକ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଭରି ରହିଛି। ଆଖୁରସ ପିଇବା ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri