‘ହଠାତ୍‌ ଟଙ୍କା ଦେଖି ନିଜକୁ ସେଲିବ୍ରିଟି ବୋଲି ଭାବିଥିଲି’

ସଫଳତାର ଶୀର୍ଷରେ ପହଞ୍ଚିବା ପରେ ଆକାଶରେ ନ ଉଡି, ମାଟି ସହ ଯୋଡ଼ି ହୋଇ ରହିବା ଉଚିତ। ଦୁର୍ଘଟଣାର ଶିକାର ହେବା ପରେ ଏହି ଉକ୍ତିର ମର୍ମକୁ ବୁଝିପାରିଛନ୍ତି ଇଣ୍ଟରନେଟ୍‌ ସେନ୍‌ସେଶନ ଭୁବନ ବାଦ୍ୟାକର। ଏକଦା ଘର ଘର ବୁଲି ବାଦାମ ବିକୁଥିବା ବେଳେ ‘କଚ୍ଚା ବାଦାମ’ ଗୀତ ଗାଉଥିଲେ ସେ। ଏହା ଏପରି ଭାଇରାଲ ହୋଇଥିଲା ଯେ ସେ ଏବେ ଗାୟକ ପାଲଟିଛନ୍ତି। ଗୋଟିଏ ପରେ ଗୋଟିଏ ଗୀତର ଅଫର ତାଙ୍କ ପାଖରେ। ଏପରିକି ଦେଶବିଦେଶରେ ଶୋ’ କରିବାକୁ ତାଙ୍କୁ ନିମନ୍ତ୍ରଣ କରାଯାଉଛି।

ହଠାତ ସଫଳତାର ସ୍ବାଦ ଚାଖିଥିବା ଭୁବନ କିନ୍ତୁ ନିଜକୁ ଜଣେ ସାଧାରଣ ବ୍ୟକ୍ତି ବୋଲି କହୁଛନ୍ତି। ତାଙ୍କ ପାଖକୁ ଅଚାନକ ଟଙ୍କା ପଇସା ଆସିଥିବାରୁ ସେ ବାଟବଣା ହୋଇଯାଇଥିଲେ। ସେ ଏକ ସେକେଣ୍ଡ ହ୍ୟାଣ୍ଡ କାର୍‌ କିଣି ଦେଇଥିଲେ। ହେଲେ ଦୁର୍ଘଟଣା ପରେ ତାଙ୍କ ଆଖି ଖୋଲିଯାଇଛି। ସେ ଜଣେ ବାଦାମ ବିକୁଥିବା ସାଧାରଣ ଲୋକ ହୋଇଥିବାରୁ କାର୍‌ ରଖିବାର ଆବଶ୍ୟକତା ନାହିଁ ବୋଲି ସେ ହୃଦୟଙ୍ଗମ କରିଛନ୍ତି। ଲୋକପ୍ରିୟତା ସାଙ୍ଗକୁ ଟଙ୍କା ତାଙ୍କ ମୁଣ୍ଡ ଖରାପ କରିଦେଇଥିଲା। ଏଥିଯୋଗୁ ସେ ଆଉ ବାଦାମ ବିକ୍ରି କରିବାର ଆବଶ୍ୟକତା ନାହିଁ ବୋଲି ଭାବିଥିଲେ। ହେଲେ ଏବେ ସେ କୌଣସି ସେଲିବ୍ରିଟି ନୁହେଁ ବୋଲି ବୁଝିପାରିଛନ୍ତି। ଆବଶ୍ୟକ ପଡ଼ିଲେ ସେ ପୁଣିଥରେ ବାଦାମ ବିକ୍ରି କରିବେ ବୋଲି ଭୁବନ କହିଛନ୍ତି।

ଆଗାମୀ ଦିନରେ ଭୁବନଙ୍କ ଆଉ ଦୁଇଟି ଗୀତ ‘ସାରେଗାମାପା’, ‘ଅମାର ନୋତୁନ ଗୋରି’ ରିଲିଜ ହେବାକୁ ଯାଉଛି। ଏହାକୁ ନେଇ ସେ ବେଶ ଉତ୍ସାହିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଫିଲ୍ମ କରିବାକୁ ଚାହୁଁଛନ୍ତି ତାପସୀ

ଅଭିନେତ୍ରୀ ତାପସୀ ପନ୍ନୁ ପ୍ରତିବର୍ଷ କମ ଫିଲ୍ମ କରନ୍ତି। କିନ୍ତୁ ତାଙ୍କ ଫିଲ୍ମକୁ ସବୁବେଳେ ସକାରାତ୍ମକ ପ୍ରତିକ୍ରିୟା ମିଳେ। ବକ୍ସ ଅଫିସରେ ଫିଲ୍ମଗୁଡ଼ିକ ଭଲ ପ୍ରଦର୍ଶନ ନ…

ବଡ଼ ଘୋଷଣା କରି ଫ୍ୟାନ୍ସଙ୍କୁ ନିରାଶା କଲେ ଏହି ଫେମସ୍‌ ସିଙ୍ଗର୍‌, ସଙ୍ଗୀତରୁ…

ମୁମ୍ବାଇ: ପ୍ରସିଦ୍ଧ ଗାୟକ ଓ ମ୍ୟୁଜିକ କମ୍ପୋଜର ଅମାଲ ମଲିକ ନିଜ କ୍ୟାରିୟରକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ଅଗଷ୍ଟ ୨୭ ତାରିଖ ଗୁରୁବାର ସେ…

‘୧୦୦ ପୁରୁଷଙ୍କ ସାମ୍ନାରେ ଖୋଲିବାକୁ ପଡିଥିଲା ପୋଷାକ’, ଅଭିନେତ୍ରୀଙ୍କ ଚମକାଇଦେବା ଭଳି ଖୁଲାସା

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଦିଆ ମିର୍ଜା ନିଜର ସ୍ପଷ୍ଟବାଦୀ ମତାମତ ଓ ସାମାଜିକ ପ୍ରସଙ୍ଗରେ ଖୋଲାଖୋଲି କଥା କହିବା ପାଇଁ ପରିଚିତ। ନିକଟରେ ସେ ନିଜ କ୍ୟାରିୟରର…

ବିବାହର ୨ ବର୍ଷ ପରେ ଗୁମର ଖୋଲିଲେ ଶୋଭିତା: ନାଗା ଚୈତନଙ୍କ ସହ…

ମୁମ୍ବାଇ: ବିବାହର ପ୍ରାୟ ଦୁଇ ବର୍ଷ ପରେ ଶୋଭିତା ତାଙ୍କ ବୈବାହିକ ଜୀବନ ବିଷୟରେ ମୁହଁ ଖୋଲିଛନ୍ତି। ଅଭିନେତ୍ରୀ ଶୋଭିତା ଧୂଲିପାଲା ଏବଂ ନାଗା ଚୈତନ୍ୟ ୨୦୨୪ରେ…

ରକ୍ଷା ବନ୍ଧନ ବିଜ୍ଞାପନ ପ୍ରତ୍ୟାହାର କଲା GIVA; କୃତି ସାନନଙ୍କ ପୋଷାକକୁ ନେଇ ହଙ୍ଗାମା

ମୁମ୍ବାଇ,୨୬।୮: ଅଳଙ୍କାର ବ୍ରାଣ୍ଡ GIVA ବଲିଉଡ ଅଭିନେତ୍ରୀ କୃତି ସାନନଙ୍କ ସହିତ ତାଙ୍କର ରକ୍ଷା ବନ୍ଧନ ବିଜ୍ଞାପନ ପ୍ରତ୍ୟାହାର କରିନେଇଛି। ବିଜ୍ଞାପନରେ କୃତି ସାନନ ପିନ୍ଧିଥିବା ପୋଷାକକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri