କେମେନ ଏସ୍‌ଇ ସହ କାବିଲର ଐତିହାସିକ ଚୁକ୍ତିନାମା

ଭୁବନେଶ୍ୱର,୧୬।୧ (ଅଭୟ ଦାଶ): ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନ ଖଣିଜ ବିଦେଶ ଇଣ୍ଡିଆ ଲିମିଟେଡ଼ ବା କାବିଲ ଏବଂ ଆର୍ଜେଣ୍ଟିନାର କାଟାମାର୍କା ପ୍ରଦେଶ ସରକାରଙ୍କ ଅଧୀନ କେମେନ ଏସ୍‌ଇ ମଧ୍ୟରେ ସୋମବାର ଏକ ଐତିହାସିକ ଚୁକ୍ତିନାମା କାଟାମାର୍କାଠାରେ ସ୍ବାକ୍ଷରିତ ହୋଇଯାଇଛି। କାଟାମାର୍କାର ଗଭର୍ନର ଏଲ୍‌ଆସି. ରଲ ଜଲିଲ, ଭାଇସ ଗଭର୍ନର ଇଂ ରୁବେନ ଡସୋ, କାଟାମାର୍କା ପ୍ରଦେଶର ଖଣି ମନ୍ତ୍ରୀ ମାରସେଲୋ ମାରୁଆ ଏବଂ ଆର୍ଜେଣ୍ଟିନାରେ ଭାରତର ରାଷ୍ଟ୍ରଦୂତ ଦିନେଶ ଭାଟିଆଙ୍କ ଉପସ୍ଥିତିରେ ଉପରୋକ୍ତ ଚୁକ୍ତିନାମା ବା ବୁଝାମଣା ପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଏବଂ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ସଚିବ ଭି.ଏଲ୍‌. କାନ୍ଥାରାଓ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଭିଡିଓ କନଫରେନସ ମାଧ୍ୟମରେ ଉପସ୍ଥିତ ଥିଲେ।

ଏହି ଅବସରରେ ନାଲ୍‌କୋ ସିଏମ୍‌ଡି ତଥା କାବିଲର ଚେୟାରମ୍ୟାନ ଶ୍ରୀଧର ପାତ୍ର ଏବଂ ନାଲକୋର ବାଣିଜି୍ୟକ ନିର୍ଦ୍ଦେଶକ ତଥା କାବିଲର ସିଇଓ ସଦାଶିବ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ। ଏ ନେଇ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ଉଭୟ ଭାରତ ଓ ଆର୍ଜେଣ୍ଟିନା ପାଇଁ ଏହା ଏକ ଐତିହାସିକ ଦିନ ହୋଇଥିଲାବେଳେ କାବିଲ ଏବଂ କେମେନ ମଧ୍ୟରେ ହୋଇଥିବା ବୁଝାମଣା ଦ୍ୱାରା ଦୁଇ ଦେଶର ଦ୍ବିପାକ୍ଷିକ ସମ୍ପର୍କରେ ଆଉ ଏକ ନୂତନ ଅଧ୍ୟାୟ ଯୋଡି ହୋଇଛି।

ଉକ୍ତ ବୁଝାମଣା ଦ୍ୱାରା ଉଭୟ ଶକ୍ତି କ୍ଷେତ୍ର ଏବଂ ଭାରତର ବିଭିନ୍ନ ଶିଳ୍ପରେ ବ୍ୟବହୃତ ଅତ୍ୟାବଶ୍ୟକ ଖଣିଜ ପଦାର୍ଥଗୁଡିକର ବିବିଧ ଓ ଦୀର୍ଘସ୍ଥାୟୀ ଯୋଗାଣ ଶୃଙ୍ଖଳ ନିଶ୍ଚିତ କରିବ । କୌଣସି ଭାରତୀୟ ସରକାରୀ କମ୍ପାନୀ ବିଦେଶରେ ଲିଥିୟମ ଅନୁସନ୍ଧାନ ଏବଂ ଉତ୍ତୋଳନ କ୍ଷେତ୍ରରେ କାର୍ଯ୍ୟ କରିବାରେ ଏହା ସର୍ବପ୍ରଥମ ପ୍ରକଳ୍ପ ଭାବେ ବିବେଚିତ ହୋଇଛି। ଆର୍ଜେଣ୍ଟିନାର କାଟାମାର୍କା ପ୍ରଦେଶରେ ୧୫,୭୦୩ ହେକ୍ଟର ପରିମିତ କ୍ଷେତ୍ରରେ କାବିଲ ପକ୍ଷରୁ ୫ଟି ଲିଥିୟମ ଖଣି ଯଥା କର୍ତ୍ତାଡେରା-୧, କର୍ତ୍ତାଡେରା-୭,କର୍ତ୍ତାଡେରା-୮, କାଟିଓ ୨୦୨୨-୦୧୮୧୦୧୩୨ ଏବଂ କର୍ତ୍ତାଡେରା-୬ର ଅନୁସନ୍ଧାନ ଏବଂ ବିକାଶର ପ୍ରକ୍ରିୟା ଆରମ୍ଭ କରିବା ସହିତ କାବିଲ ଆର୍ଜେଣ୍ଟିନାର କାଟାମାର୍କାରେ କମ୍ପାନୀର ଏକ ଶାଖା କାର୍ଯ୍ୟାଳୟ ସ୍ଥାପନ କରିବ ବୋଲି ଜଣାପଡିଛି। ଉକ୍ତ ପ୍ରକଳ୍ପର ସମୁଦାୟ ବ୍ୟୟ ୨୦୦କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଉକ୍ତ ବୁଝାମଣା ଦ୍ୱାରା କାବିଲକୁ ୫ଟି ଖଣିଜ ବ୍ଲକର ଅବଧାରଣା ମୂଲ୍ୟାଙ୍କନ ଏବଂ ଅନୁସନ୍ଧାନ ପାଇଁ ସ୍ବତନ୍ତ୍ର ଅଧିକାର ତଥା ଅନୁମୋଦନ ମିଳିପାରିଛି, ଯାହା ଦ୍ୱାରା ପରବର୍ତ୍ତୀ ସମୟରେ ଖଣିଜ ପଦାର୍ଥର ସ୍ଥିତି ଅନୁସାରେ ଲିଥିୟମର ଉତ୍ତୋଳନ ଓ ବାଣିଜି୍ୟକ କାରବାର କରାଯାଇପାରିବ। ଏହି ପ୍ରୟାସ ଭାରତ ନିମନ୍ତେ ଲିଥିୟମର ଆବଶ୍ୟକତାକୁ ପୂରଣ କରିବା ଦିଗରେ ତଥା ବ୍ରାଇଁନ ଲିଥିୟମର ଅନୁସନ୍ଧାନ ଓ ଉତ୍ତୋଳନ କ୍ଷେତ୍ରରେ ଜ୍ଞାନକୌଶଳ ଓ ପରିଚାଳନା ଅଭିଜ୍ଞତା ବିନିଯୋଗ ତଥା ବୃଦ୍ଧି କରିବାରେ ସହାୟକ ହେବ।

ବିଶ୍ୱରେ କ୍ରିଟିକାଲ ମିନେରାଲ ଅନୁସନ୍ଧାନ ଦିଗରେ କାର୍ଯ୍ୟ କରିବା ପାଇଁ ଭାରତର ୩ ସରକାରୀ ଉଦ୍ୟୋଗ ଯେପରି, ନାଲକୋ, ହିନ୍ଦୁସ୍ତାନ କପର ଲିମିଟେଡ଼ ଏବଂ ମିନେରାଲ ଏକ୍ସପ୍ଲୋରେସନ କମ୍ପାନୀ ଲିମିଟେଡ଼ର ମିଳିତ ସହଯୋଗରେ କାବିଲର ଗଠନ କରାଯାଇଛି ଏବଂ ନବରତ୍ନ ନାଲକୋ ଏଥିରେ ଏକ ପ୍ରମୁଖ ଭୂମିକା ନିର୍ବାହ କରୁଅଛି । ଏହି ପ୍ରୟାସ ଦେଶର କ୍ରିଟିକାଲ ମିନେରାଲର ଚାହିଦା ମେଣ୍ଟାଇବା ଦିଗରେ ଏବଂ ଆତ୍ମନିର୍ଭର ଭାରତ ଆଭିମୁଖ୍ୟ ପୂରଣ ଦିଗରେ ଯଥେଷ୍ଟ ସହାୟକ ହେବ ।

ସୂଚନାଯୋଗ୍ୟ ଯେ, ଚିଲି ଏବଂ ବଲିଭିଆ ସହ ଆର୍ଜେଣ୍ଟିନା ଦେଶ ଲିଥିୟମ ତ୍ରିକୋଣର ଅଂଶ ଅଟେ। ପୃଥିବୀରେ ଗଚ୍ଛିତ ସମୁଦାୟ ଲିଥିୟମର ଅଧାରୁ ଅଧିକ ପରିମାଣ ଏହି ଦେଶରେ ରହିଥିବାବେଳେ, ଲିଥିୟମ ଉତ୍ସଗୁଡିକ କ୍ଷେତ୍ରରେ ଦ୍ୱିତୀୟ, ଲିଥିୟମ ଗଚ୍ଛିତ କ୍ଷେତ୍ରରେ ଦ୍ୱିତୀୟ ଏବଂ ଉତ୍ପାଦନ କ୍ଷେତ୍ରରେ ବିଶ୍ୱରେ ୪ର୍ଥ ସ୍ଥାନରେ ରହିଛି। ଏହି ବୁଝାମଣା ପତ୍ର ଦ୍ୱାରା ଭାରତ ଓ ଆର୍ଜେଣ୍ଟିନା ମଧରେ ଦ୍ବିପାକ୍ଷିକ ସମ୍ପର୍କ ସୁଦୃଢ ହେବା ସହ ଖଣି କ୍ଷେତ୍ରର ଦୀର୍ଘସ୍ଥାୟୀ ବିକାଶ ସମ୍ଭବ ହୋଇପାରିବ। ବିଭିନ୍ନ ଶିଳ୍ପ ନିମନ୍ତେ କ୍ରିଟିକାଲ ଓ ଷ୍ଟ୍ରାଟେଜିକ ଖଣିଜ ପଦାର୍ଥର ବିବିଧ ଓ ସ୍ଥାୟୀ ଯୋଗାଣ ଶୃଙ୍ଖଳା ନିଶ୍ଚିତ କରିବା ନିମନ୍ତେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଗୁଣିଆ ସନ୍ଦେହରେ ବାନ୍ଧିକି ରଖିଲେ, ଭିଡିଓ ଭାଇରାଲ

ପାତ୍ରପୁର,୧୨।୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବି ନୂଆଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର କେଉଟ…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?