ଗ୍ଲାମରସ୍ ଲୁକରେ ଅଲାୟା

ମୁମ୍ବାଇ: ବଲିଉଡର ନାଁକରା ଅଭିନେତା କବିର ବେଦୀଙ୍କ ନାତୁଣୀ ଅଲାୟା ଫର୍ଣ୍ଣିଚରୱାଲା ବହୁତ ଅଧିକ ଷ୍ଟାଇଲିସ୍ । ଆଟ୍ରାକ୍ଟିଭ୍ ଆଉଟ୍‌ଫିଟ୍‌ରେ ଅଧିକାଂଶ ସମୟରେ ସେ ତାଙ୍କର ଫଟୋ ଶେୟାର କରିଥାଆନ୍ତି । ନିକଟରେ ତାଙ୍କୁ ସ୍ପଟ କରାଯାଇଥିବା ବେଳେ ସବୁଥର ପରି ଏଥର ବି ସେ ଥିଲେ ଭିନ୍ନ ଷ୍ଟାଇଲରେ । ତାଙ୍କର ଗ୍ଲାମରସ୍ ଲୁକ୍ ସମସ୍ତଙ୍କୁ ଦିୱାନା କରିଥିଲା । ଫିଲ୍ମ ଦୁନିଆରେ ପାଦ ରଖିଥିବା ଅଲାୟା ଏବେ ମୁଭି ‘ଫ୍ରେଡି’ର ଶୁଟିଂରେ ବ୍ୟସ୍ତ ଅଛନ୍ତି । ମିନି ସ୍କଟ ସାଙ୍ଗକୁ କ୍ରପ ଟପ୍‌ରେ ବଲିଉଡ୍‌ର ଅଭିନେତ୍ରୀ ଅଲାୟା ଏଫ୍ ଖୁବ୍ ଷ୍ଟାଇଲିସ୍ ତଥା ଗ୍ଲାମରସ ନଜର ଆସୁଥିଲେ । ଫିଲ୍ମ ‘ଜୱାନି ଜାନେମନ’ ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିଥିବା ଅଲାୟା ନିଜ ଡେ ଆଉଟ୍ ଲୁକରେ ପ୍ରଶଂସକଙ୍କ ହୋସ୍ ଉଡାଇ ଦେଇଥିଲେ । ଅଲାୟାଙ୍କ ଏହି ଫଟୋରେ ତାଙ୍କ ପ୍ରଶଂସକ ଦିଲ୍ ଖୋଲି କମେଣ୍ଟ ଦେଉଛନ୍ତି । ଗ୍ରୀନ କଲର ମିନି ସ୍କଟ ସାଙ୍ଗକୁ ଫୁଲ୍ ସ୍ଲିଭ ହ୍ୱାଇଟ୍ ଟପ୍‌ରେ ଖୁବ୍ ଗ୍ଲାମରସ୍ ଲାଗୁଥିବା ନାୟିକା ଅଲାୟା ଇଣ୍ଟରନେଟର ପାରା ବଢାଇ ଦେଇଥିବା ବେଳେ ୟଙ୍ଗଷ୍ଟରଙ୍କ ନିଦ ହଜାଇ ଦେଇଛନ୍ତି ।

Share