Categories: ବାଣିଜ୍ୟ

କାବେରୀ ଜୀ ସାର୍ଥକର ଲକ୍ଷପତି ବିଜେତା

ଭୁବନେଶ୍ୱର,୩୦।୬: ରାଜ୍ୟର ପ୍ରମୁଖ ଓଡ଼ିଆ ମନୋରଞ୍ଜନ ଚ୍ୟାନେଲ ଜୀ ସାର୍ଥକର ମେଗା ପ୍ରତିଯୋଗିତା ‘ଦେଖିବା ନିତି ହେବା ଲକ୍ଷପତି’ର ବିଜେତାଙ୍କ ନାମ ନିକଟରେ ଘୋଷଣା କରାଯାଇଛି। କାବେରୀ ନାୟକ ଉକ୍ତ ପ୍ରତିଯୋଗିତାର ବିଜେତା ହୋଇଛନ୍ତି ବୋଲି ଜୀ ସାର୍ଥକ ପକ୍ଷରୁ କୁହାଯାଇଛି। ଏହି ପରିପ୍ରେକ୍ଷୀରେ ହୋଟେଲ ନିଉ ମାରିୟନ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହ ଅବସରରେ ଲାଲଚାନ୍ଦର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ସଞ୍ଜୟ ହଂସ ବିଜେତା କାବେରୀଙ୍କୁ ୧ଲକ୍ଷ ଟଙ୍କାର ଧନରାଶି ପୁରସ୍କାର ଆକାରରେ ପ୍ରଦାନ କରିଥିଲେ। ଏ ସମ୍ପର୍କରେ ଜୀ-ସାର୍ଥକର ଚିଫ୍‌ ଚ୍ୟାନେଲ ଅଫିସର ପ୍ରତୀକ ସିଲ୍‌ କହିଛନ୍ତି, ଦୀର୍ଘଦିନ ଜାରି ରହିଥିବା ଉକ୍ତ ପ୍ରତିଯୋଗିତାରେ ବହୁ ସଂଖ୍ୟାରେ ପ୍ରତିଯୋଗୀ ଭାଗନେଇ ପୁରସ୍କାର ପାଇବା ସହ ନିଜର ଅଭିଜ୍ଞତା ଓ ଭଲ ପାଇବା ଦେଇଥିବାରୁ ସେ ସମସ୍ତଙ୍କୁ ଜୀ ସାର୍ଥକ ପରିବାର ପକ୍ଷରୁ ଧନ୍ୟବାଦ ଜଣାଉଛି।
ଉଲ୍ଲେଖଯୋଗ୍ୟ, ୨୦୨୩ ଏପ୍ରିଲ ୩ରୁ ମେ ୨୭ ପର୍ଯ୍ୟନ୍ତ ଚାଲିଥିବା ଉକ୍ତ ମେଗା ପ୍ରତିଯୋଗିତାର ନିୟମ ମୁତାବକ ପ୍ରତିଦିନ ସା ୭ ଘଟିକାରୁ ରାତି ୯ଟା ୩୦ମଧ୍ୟରେ ପ୍ରସାରିତ ହେଉଥିବା ଧାରାବାହିକଗୁଡ଼ିକରେ କିଛି ସରଳ ପ୍ରଶ୍ନର ଉତ୍ତର ମିସ୍‌ଡ କଲ୍‌ ମାଧ୍ୟମରେ ପ୍ରତିଯୋଗୀମାନେ ଦେଇ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିପାରିବେ। ଏପରିକି ରାଜ୍ୟ ତଥା ରାଜ୍ୟ ବାହାରୁ ଓଡ଼ିଆ ଦର୍ଶକମାନେ ଉକ୍ତ ପ୍ରତିଯୋଗିତାରେ ଭାଗନେଇ ସେମାନଙ୍କର ଉତ୍ତର ଦେଉଥିଲେ। ଯେଉଁଠାରେ ବମ୍ପର ପୁରସ୍କାର ରାଶି ୧ଲକ୍ଷ ଟଙ୍କା ରଖାଯାଇଥିଲା। ଓଡ଼ିଶାର ଲୋକପ୍ରିୟ ସ୍ବର୍ଣ୍ଣ ଅଳଙ୍କାର ବିକ୍ରେତା, ଲାଲ୍‌ଚାନ୍ଦ ପ୍ରାଯୋଜିତ ଏହି ମେଗା ପ୍ରତିଯୋଗିତା ଆଇପିଏଲ୍‌ ସମୟରେ ପୂରା ୪୫ଦିନ ଧରି ଜୀ ସାର୍ଥକରେ ଚାଲିଥିଲା। ସେହିଭଳି ଉକ୍ତ ପ୍ରତିଯୋଗିତାରେ ଭାଗନେଇଥିବା ପ୍ରତିଯୋଗୀମାନେ ଜୀ ସାର୍ଥକ ଧାରାବାହିକ ଦେଖୁଥିବା ସମୟରେ ଟିଭି ସ୍କ୍ରିନ୍‌ରେ ଦିଆଯାଇଥିବା ନମ୍ବରରେ ମିସ୍‌ଡ କଲ୍‌ ଦେବା ସହ ପ୍ରତିଦିନ ଠିକ୍‌ ଉତ୍ତର ଦେଇଥିବା ୨୪୦ ଭାଗ୍ୟଶାଳୀ ବିଜେତାଙ୍କୁ ୧୦୦୦ ଟଙ୍କାର ଭାଉଚର ମିଳିଥିଲା।

Share