କାବେରୀ ଜୀ ସାର୍ଥକର ଲକ୍ଷପତି ବିଜେତା

ଭୁବନେଶ୍ୱର,୩୦।୬: ରାଜ୍ୟର ପ୍ରମୁଖ ଓଡ଼ିଆ ମନୋରଞ୍ଜନ ଚ୍ୟାନେଲ ଜୀ ସାର୍ଥକର ମେଗା ପ୍ରତିଯୋଗିତା ‘ଦେଖିବା ନିତି ହେବା ଲକ୍ଷପତି’ର ବିଜେତାଙ୍କ ନାମ ନିକଟରେ ଘୋଷଣା କରାଯାଇଛି। କାବେରୀ ନାୟକ ଉକ୍ତ ପ୍ରତିଯୋଗିତାର ବିଜେତା ହୋଇଛନ୍ତି ବୋଲି ଜୀ ସାର୍ଥକ ପକ୍ଷରୁ କୁହାଯାଇଛି। ଏହି ପରିପ୍ରେକ୍ଷୀରେ ହୋଟେଲ ନିଉ ମାରିୟନ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହ ଅବସରରେ ଲାଲଚାନ୍ଦର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ସଞ୍ଜୟ ହଂସ ବିଜେତା କାବେରୀଙ୍କୁ ୧ଲକ୍ଷ ଟଙ୍କାର ଧନରାଶି ପୁରସ୍କାର ଆକାରରେ ପ୍ରଦାନ କରିଥିଲେ। ଏ ସମ୍ପର୍କରେ ଜୀ-ସାର୍ଥକର ଚିଫ୍‌ ଚ୍ୟାନେଲ ଅଫିସର ପ୍ରତୀକ ସିଲ୍‌ କହିଛନ୍ତି, ଦୀର୍ଘଦିନ ଜାରି ରହିଥିବା ଉକ୍ତ ପ୍ରତିଯୋଗିତାରେ ବହୁ ସଂଖ୍ୟାରେ ପ୍ରତିଯୋଗୀ ଭାଗନେଇ ପୁରସ୍କାର ପାଇବା ସହ ନିଜର ଅଭିଜ୍ଞତା ଓ ଭଲ ପାଇବା ଦେଇଥିବାରୁ ସେ ସମସ୍ତଙ୍କୁ ଜୀ ସାର୍ଥକ ପରିବାର ପକ୍ଷରୁ ଧନ୍ୟବାଦ ଜଣାଉଛି।
ଉଲ୍ଲେଖଯୋଗ୍ୟ, ୨୦୨୩ ଏପ୍ରିଲ ୩ରୁ ମେ ୨୭ ପର୍ଯ୍ୟନ୍ତ ଚାଲିଥିବା ଉକ୍ତ ମେଗା ପ୍ରତିଯୋଗିତାର ନିୟମ ମୁତାବକ ପ୍ରତିଦିନ ସା ୭ ଘଟିକାରୁ ରାତି ୯ଟା ୩୦ମଧ୍ୟରେ ପ୍ରସାରିତ ହେଉଥିବା ଧାରାବାହିକଗୁଡ଼ିକରେ କିଛି ସରଳ ପ୍ରଶ୍ନର ଉତ୍ତର ମିସ୍‌ଡ କଲ୍‌ ମାଧ୍ୟମରେ ପ୍ରତିଯୋଗୀମାନେ ଦେଇ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିପାରିବେ। ଏପରିକି ରାଜ୍ୟ ତଥା ରାଜ୍ୟ ବାହାରୁ ଓଡ଼ିଆ ଦର୍ଶକମାନେ ଉକ୍ତ ପ୍ରତିଯୋଗିତାରେ ଭାଗନେଇ ସେମାନଙ୍କର ଉତ୍ତର ଦେଉଥିଲେ। ଯେଉଁଠାରେ ବମ୍ପର ପୁରସ୍କାର ରାଶି ୧ଲକ୍ଷ ଟଙ୍କା ରଖାଯାଇଥିଲା। ଓଡ଼ିଶାର ଲୋକପ୍ରିୟ ସ୍ବର୍ଣ୍ଣ ଅଳଙ୍କାର ବିକ୍ରେତା, ଲାଲ୍‌ଚାନ୍ଦ ପ୍ରାଯୋଜିତ ଏହି ମେଗା ପ୍ରତିଯୋଗିତା ଆଇପିଏଲ୍‌ ସମୟରେ ପୂରା ୪୫ଦିନ ଧରି ଜୀ ସାର୍ଥକରେ ଚାଲିଥିଲା। ସେହିଭଳି ଉକ୍ତ ପ୍ରତିଯୋଗିତାରେ ଭାଗନେଇଥିବା ପ୍ରତିଯୋଗୀମାନେ ଜୀ ସାର୍ଥକ ଧାରାବାହିକ ଦେଖୁଥିବା ସମୟରେ ଟିଭି ସ୍କ୍ରିନ୍‌ରେ ଦିଆଯାଇଥିବା ନମ୍ବରରେ ମିସ୍‌ଡ କଲ୍‌ ଦେବା ସହ ପ୍ରତିଦିନ ଠିକ୍‌ ଉତ୍ତର ଦେଇଥିବା ୨୪୦ ଭାଗ୍ୟଶାଳୀ ବିଜେତାଙ୍କୁ ୧୦୦୦ ଟଙ୍କାର ଭାଉଚର ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

ଜଳିଗଲା ୩ ଭାଇଙ୍କ ଘର

ବେଲଗୁଣ୍ଠା,୧୨ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ଟିକରପଡା ମିଲ ସାହିରେ ଅଗ୍ନିକାଣ୍ଡ ଘଟି ୩ଭାଇଙ୍କ ୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି।…

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri