ବିଏମ୍‌ସି ନିୟମ ମାନୁନାହାନ୍ତି କବାଡ଼ିଆ

ଭୁବନେଶ୍ୱର, ୨୦।୩(ବନ୍ଦନା ସେଠୀ): କବାଡ଼ିଆଙ୍କ କବ୍‌ଜାରେ ଭୁବନେଶ୍ୱର ମହାନଗର ନିଗମର ଅଧିକାଂଶ ଅଞ୍ଚଳ। ଦିନକୁ ଦିନ ସେମାନଙ୍କର ପ୍ରାର୍ଦୁଭାବ ବଢି ଚାଲିଥିବାବେଳେ ବିଏମ୍‌ସିର ତାଗିଦାକୁ ମଧ୍ୟ ଖାତିର କରୁନାହାନ୍ତି। ପୂର୍ବରୁ ଏନେଇ ବିଏମ୍‌ସି ଏବଂ କବାଡ଼ିଆବାଲାଙ୍କ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ କେହି କିଛି ଶୁଣୁନାହାନ୍ତି। ଅପରପକ୍ଷେ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକୁ କବାଡ଼ିଆମାନେ ଖୋଲାଖୋଲି ଭାବେ ଚ୍ୟାଲେଞ୍ଜ କରୁଥିଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ମାଷ୍ଟରକ୍ୟାଣ୍ଟିନଠାରୁ ଦୃଷ୍ଟିହୀନ ସଂଘ ପର୍ଯ୍ୟନ୍ତ ରାସ୍ତାର ଦୁଇପାର୍ଶ୍ୱରେ ଦୈନିକ ଅଳିଆ ଆବର୍ଜନା ପଡ଼ିରହୁଛି। ଫଳରେ ସମ୍ପୃକ୍ତ ଅଞ୍ଚଳ ଦେଇ ଯାତାୟାତ କରିବା କଷ୍ଟକର ହୋଇପଡୁଛି। ଏହାକୁ ନେଇ ଜନଅସନ୍ତୋଷ ଦେଖା ଦେବା ସହ ଲୋକେ ଟୁଇଟ୍‌ କରି ବିଏମ୍‌ସିକୁ ଅଭିଯୋଗ ଜଣାଉଛନ୍ତି। ସେହିପରି ଏକାଧିକ ଅଭିଯୋଗ ପରେ ବିଏମ୍‌ସି ସେଠାରେ ସଫେଇ କରୁଛି, ମାତ୍ର କିଛି ସମୟ ପରେ ସ୍ଥିତି ଯଥା ପୂର୍ବଂ ତଥା ପରଂ। କବାଡ଼ିଆମାନେ ନିଜ ଆଖପାଖ ୫ ମିଟର ପରିଧି ଅଞ୍ଚଳ ସଫା ରଖିବା ସହ ଦୋକାନରେ ୨ଟି ଡଷ୍ଟବିନ ରଖିବାକୁ ବାଧ୍ୟ ବୋଲି ପୂର୍ବରୁ ହୋଇଥିବା ଆଲୋଚନାରେ ସ୍ପଷ୍ଟ କରାଯାଇଥିଲା। ସେହିପରି ଓଦା ଓ ଶୁଖିଲା ବର୍ଜ୍ୟ ଅଲଗା ଦେବା ଲାଗି ସେମାନଙ୍କୁ ତାଗିଦା କରାଯାଇଥିଲା। ସେମାନେ ନିଜ ଅଭ୍ୟାସ ନ ବଦଳାଇଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ କୁହାଯାଇଥିଲା। ତେବେ ଇତିମଧ୍ୟରେ ୬ମାସରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ବି ସେମାନଙ୍କ ଆଚରଣରେ କୌଣସି ପରିବର୍ତ୍ତନ ଘଟିନାହିଁ କିମ୍ବା ବିଏମ୍‌ସି ପକ୍ଷରୁ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ।
ସୂଚନାଯୋଗ୍ୟ, ୟୁନିଟ-୩ ଅଞ୍ଚଳରେ ରାସ୍ତାକଡ଼ରେ ଥିବା କବାଡ଼ିଖାନା ଲାଗି ଉକ୍ତ ଅଞ୍ଚଳ ଅପରିଷ୍କାର ରହୁଛି। ଏନେଇ ବିଭିନ୍ନ ସମୟରେ ଅଭିଯୋଗ ଆସିବା ସହ କର୍ପୋରେଶନ ବୈଠକରେ ମଧ୍ୟ ସରଗରମ ଆଲୋଚନା ହୋଇଥିଲା। ଏହାପରେ ବିଏମ୍‌ସି ଘଟଣାକୁ ଗୁରୁତ୍ୱର ସହ ନେଇ ଗତବର୍ଷ ଅଗଷ୍ଟରେ ସେମାନଙ୍କ ସହ ଆଲୋଚନା କରିଥିଲା। ତେବେ ସ୍ଥିତିରେ କୌଣସି ସୁଧାର ଆସୁ ନ ଥିବାରୁ ସହରର ଅନ୍ୟ ଅଞ୍ଚଳରେ ପରିମଳକୁ ନେଇ ଯେପରି କଡା କାର୍ଯ୍ୟାନୁଷ୍ଠାନ କରାଯାଉଛି ଏଠାରେ ମଧ୍ୟ ସେଭଳି ପଦକ୍ଷେପ ନେବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ପୁଣି ହିଂସା

ଇମ୍ଫାଲ,୫ା୨: ମଣିପୁରର କୁକି ଅଧ୍ୟୁଷିତ ଚୁରାଚାନ୍ଦପୁର ଜିଲାରେ ଗୁରୁବାର ସନ୍ଧ୍ୟାରେ ହିଂସାକାଣ୍ଡ ଦେଖାଦେଇଛି। ରାଜ୍ୟରେ ଭାଜପା ନେତୃତ୍ୱଧୀନ ସରକାରରେ ବିଧାୟିକା ନେମ୍‌ଚା କିପ୍‌ଗେନ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାକୁ ବିରୋଧକରି…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବୁଲିଲା ଭୁଜାଲି, ଜଣେ ମୃତ, ୨ଗୁରୁତର

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ବରଗଡ ସହର ହାଟପଦା ସାଇ ମନ୍ଦିର ପାଖରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ହୋଇଛି । କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ…

ଲୁଚି ଲୁଚି ଏହି ଅଭିନେତ୍ରୀଙ୍କ ସହ ନିର୍ବନ୍ଧ କଲେ ଏଲଭିଶ ଯାଦବ, ଫଟୋ ଭାଇରାଲ

ମୁମ୍ବାଇ: ଲୋକପ୍ରିୟ ୟୁଟ୍ୟୁବର୍ ଏଲଭିଶ ଯାଦବ ଏବଂ ଅଭିନେତ୍ରୀ ଜିଆ ଶଙ୍କରଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ନିକଟରେ ଏଲଭିଶ ଏକ ରହସ୍ୟମୟ…

ଟି-୨୦ ବିଶ୍ୱକପ ପୂର୍ବରୁ ବେନ୍ ଷ୍ଟୋକ୍ସଙ୍କୁ ଶକ୍ତ ଧକ୍କା: ମୁହଁରେ ବଲ୍ ବାଜି ବିଗିଡ଼ିଗଲା ଚେହେରା

ନୂଆଦିଲ୍ଲୀ,୫।୨: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଭ୍ୟାସ ସମୟରେ ତାଙ୍କ ମୁହଁରେ ଗଭୀର ଆଘାତ…

ହାଟରୁ ସଉଦା ଧରି ଘରକୁ ଫେରୁଥିଲେ, ହେଲେ ବାଟରେ…

ଆନନ୍ଦପୁର,୫।୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କନ୍ତୋ ଛକଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

ନିଖୋଜ ଥିଲେ: କେନାଲରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟ ଇନ୍ଦ୍ରାବତୀ କେନାଲରୁ କୋକସରା ପୋଲିସ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri