ଫିଲ୍ମ ‘କାଳୀ’ ପୋଷ୍ଟରକୁ ନେଇ ବଢ଼ୁଛି ବିବାଦ: ଦିଲ୍ଲୀ-ୟୁପିରେ ମାମଲା ରୁଜୁ

ନୂଆଦିଲ୍ଲୀ/ଲକ୍ଷ୍ନୌ,୫।୭: ଡକ୍ୟୁମେଣ୍ଟାରୀ ଫିଲ୍ମ ‘କାଳୀ’ଙ୍କ ପୋଷ୍ଟରକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଫିଲ୍ମ ନିର୍ମାତା ଲୀନା ମଣିମେକଲଇଙ୍କ ଡକ୍ୟୁମେଣ୍ଟାରୀ ଫିଲ୍ମର ପୋଷ୍ଟରରେ ମା’ କାଳୀଙ୍କୁ ସିଗାରେଟ୍‌ ଟାଣୁଥିବାର ଦେଖିବାକୁ ମିଳିଥିଲା। ଏଥିସହ ଆଉ ଗୋଟିଏ ହାତରେ ଏଲ୍‌ଜିବିଟି ସମ୍ପ୍ରଦାୟର ପତାକା ମଧ୍ୟ ଧରିଥିବା ନଜର ଆସିଛି। ଏହି ବିବାଦୀୟ ପୋଷ୍ଟରକୁ ନେଇ ଏବେ ବିବାଦ ଥମିବାର ନା ନେଉନି। ବର୍ତ୍ତମାନ ଏହି ମାମଲା ଏବେ ପୋଲିସ ପାଖରେ ପହଞ୍ଚିଛି। ସୂଚନାଯୋଗ୍ୟ, ଦିଲ୍ଲୀ ପୋଲିସର ଆଇଏଫ୍‌ଏସ୍‌ଓ ୟୁନିଟ ଫିଲ୍ମ ମା’ କାଳୀଙ୍କ ବିବାଦୀୟ ପୋଷ୍ଟରକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦିଲ୍ଲୀ ପୋଲିସ ଧାରା ୧୫୩ଏ ଏବଂ ୨୯୫ଏ ଅନୁଯାୟୀ ଏକ ଏଫ୍‌ଆଇଆର୍‌ ରୁଜୁ କରାଯାଇଛି। ସୂଚନା ମୁତାବକ, କାଳୀ ମା’ଙ୍କ ପୋଷ୍ଟରକୁ ନେଇ ବିବାଦ ସମ୍ପର୍କରେ ଦିଲ୍ଲୀ ପୋଲିସ ଦୁଇଟି ଅଭିଯୋଗ ପାଇଥିଲା। ଗୋଟିଏ ଅଭିଯୋଗ ନୂଆଦିଲ୍ଲୀ ଜିଲାରୁ ଏବଂ ଅନ୍ୟଟି ଆଇଏଫ୍‌ଏସ୍‌ଓରୁ, ଯାହା ସାଇବର ଅପରାଧ ସହ ଜଡିତ ରହିଛି। ଜାତି ଧର୍ମର ଭାବନାକୁ ଆଘାତ ଦେବା ଅଭିଯୋଗରେ ଆଇପିସି ୨୯୫ଏ ଆଇଏଫ୍‌ଏସ୍‌ଓ ୟୁନିଟ କାଳୀ ଫିଲ୍ମର ନିର୍ଦ୍ଦେଶକ ଲୀନା ମଣିମେକଲଇଙ୍କ ବିରୋଧରେ ମାମଲା ରୁଜୁ କରିଛି। ଅନ୍ୟପଟେ ଉତ୍ତରପ୍ରଦେଶରେ ମଧ୍ୟ ଏହାକୁ ନେଇ ଏଫ୍‌ଆଇଆର୍‌ ରୁଜୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri