କଳା ଅନ୍ଧାର କରି ମାଡ଼ିଆସିଲା କାଳବୈଶାଖୀ: ଉଡାଇନେଲା ଛପର, ପରଘରେ ମୁଣ୍ଡ ଗୁଞ୍ଜିଛନ୍ତି….

କଲ୍ୟାଣସିଂହପୁର, ୩୦।୫(ଦୀପକ କୁମାର ପରିଡା): ରାୟଗଡା ଜିଲାର କଲ୍ୟାଣସିଂହପୁର ବ୍ଲକ୍ ସଦରରେ ଶୁକ୍ରବାର ରାତିରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି। ଜୋରଦାର ପବନ ଓ ବର୍ଷାର ପ୍ରଭାବରେ କଲ୍ୟାଣସିଂହପୁର ଭୈରବୀ କଲୋନୀର ଋଣୀ କାଡ୍ରାକାଙ୍କ ଘରର ଟିଣ ଛପର ସମ୍ପୂର୍ଣ୍ଣ ଭାବେ ଉଡ଼ିଯାଇଛି। ଭାଗ୍ୟବଶତଃ ପରିବାର ସଦସ୍ୟମାନେ ଅଳ୍ପକେ ବର୍ତ୍ତିଯାଇଥିଲେ। ଏହା ପରେ ଋଣୀଙ୍କ ପରିବାର ପଡ଼ୋଶୀଙ୍କ ଘରେ ଆଶ୍ରୟ ନେଇଛନ୍ତି।

ଘରର ଛପର ଉଡ଼ିଯିବା ସହିତ ଘରୋଇ ସମସ୍ତ ସାମଗ୍ରୀ ନଷ୍ଟ ହୋଇଯାଇଥିବାରୁ ଋଣୀ ବଡ଼ ଚିନ୍ତାରେ ପଡ଼ିଛନ୍ତି। ଦିନମଜୁରିଆ ହେବାରୁ ତାଙ୍କ ପାଇଁ ଏହି କ୍ଷତି ଭରଣ କରିବା କଷ୍ଟସାଧ୍ୟ ହୋଇପଡ଼ିଛି। ତୁରନ୍ତ କ୍ଷୟକ୍ଷତିର ଆକଳନ କରି କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ଯୋଗାଇଦେବାକୁ ସ୍ଥାନୀୟ ଲୋକମାନେ ପ୍ରଶାସନଙ୍କୁ ଦାବି କରିଛନ୍ତି।

ୟୟ

Dharitri – Odisha’s No.1 Odia Daily

Share