ଚେନ୍ନାଇ,୫।୬: ତାମିଲନାଡୁରେ ଭାଜପାକୁ ଏକ ବଡ଼ ଝଟକା ଲାଗିଛି। ତାମିଲନାଡୁର ପୂର୍ବତନ ଭାଜପା ସଭାପତି କେ. ଆନ୍ନାମଲାଇ ଦଳରୁ ଇସ୍ତଫା ଦେଇଛନ୍ତି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଆନ୍ନାମଲାଇଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ରାଜ୍ୟ ବିଧାନସଭା ନିର୍ବାଚନ ସମୟରେ ଅଣଦେଖା କରାଯାଇଥିବାରୁ ଅସନ୍ତୁଷ୍ଟ ହୋଇ ଆନ୍ନାମଲାଇ ଦଳରୁ ଇସ୍ତଫା ଦେଇଛନ୍ତି। ଖୁବ ଶୀଘ୍ର ସେ ଏକ ବଡ଼ ଘୋଷଣା କରିବାକୁ ଯାଉଛନ୍ତି।
ସେ ଏକ ନୂତନ ଦଳ ଗଠନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ରାଜନୈତିକ ମହଲରେ କଳ୍ପନାଜଳ୍ପନା ଅନୁମାନ କରାଯାଉଛି ଯେ, ଆନ୍ନାମଲାଇ ସ୍ବାଧୀନ ଭାବରେ ରାଜନୀତିରେ ପ୍ରବେଶ କରିବାକୁ ଯୋଜନା କରୁଛନ୍ତି। ଏହା ପୂର୍ବରୁ ସେ ଜୁନ ୨ରେ ଅମିତ ଶାହଙ୍କୁ ଭେଟିଥିଲେ। ଆନ୍ନାମଲାଇ ଭାଜପାରୁ ଏକ ସୌହାର୍ଦ୍ଦପୂର୍ଣ୍ଣ ଏବଂ ମର୍ଯ୍ୟାଦାଜନକ ପ୍ରସ୍ଥାନ ଚାହୁଁଥିଲେ।