Posted inଜାତୀୟ

ରାଜନୀତିରେ ପାଦ ଦେବେ ଜ୍ୟୋତିରାଦିତ୍ୟଙ୍କ ପୁଅ ଆର୍ଯ୍ୟମାନ, ଦେଲେ ସଙ୍କେତ…

ଗ୍ବାଲିୟର,୨୩।୧୦ : କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପୁଅ ଆର୍ଯ୍ୟମାନ ସିନ୍ଧିଆ କହିଛନ୍ତି ତାଙ୍କ ରାଜନୀତିରେ ପ୍ରବେଶ କରିବା ପାଇଁ କବାଟ ବନ୍ଦ ହୋଇନାହିଁ ଏବଂ ସେ ଯେ କୌଣସି ସମୟରେ ରାଜନୀତିକୁ ଆସିପାରନ୍ତି। ଏକ ସାକ୍ଷାତକାରରେ ଆର୍ଯ୍ୟମାନ କହିଛନ୍ତି ଯଦି ସେ ଭବିଷ୍ୟତରେ ରାଜନୀତିରେ ପ୍ରବେଶ କରନ୍ତି ତେବେ ସେ ଦେଶର ରାଜନୀତିରେ ଯୁବ ପିଢ଼ିିର ଝଲକ ଉପସ୍ଥାପନ କରିବାକୁ ଏବଂ ଯୁବପିଢ଼ି ଉପରେ ପ୍ରଭାବ ପକାଇବାକୁ ଚାହିଁବି। ପୂର୍ବରୁ ରାଜନୀତିରେ ଯୋଗଦେବାକୁ ଅନିଚ୍ଛା ପ୍ରକାଶ କରିଥିବା ଆର୍ଯ୍ୟମାନ କହିଛନ୍ତି ଯୁବପିଢ଼ି ଉପରେ ଧ୍ୟାନ ଦେଉଥିବା ରାଜନୀତି ମଧ୍ୟ ଆର୍ଥିକ ସଶକ୍ତିକରଣକୁ ଗୁୁରୁତ୍ୱ ପ୍ରଦାନ କରିଥାଏ।

୨୭ ବର୍ଷୀୟ ଆର୍ଯ୍ୟମାନ ଉଦ୍ୟୋଗୀ ଭାବେ ନିଜର କ୍ୟାରିୟର ବିକଳ୍ପ ବାଛିଛନ୍ତି। ସେ କହିଛନ୍ତି ତାଙ୍କ ରାଜନୀତି ମୁଖ୍ୟତଃ ଶିକ୍ଷାଗତ ବିକାଶ ଉପରେ ଧ୍ୟାନ ଦେବ ଏବଂ ତେଣୁ ଯୁବକମାନଙ୍କ ମଧ୍ୟରେ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବ ।
ସେ ତାଙ୍କ ପରିବାରର ରାଜନୈତିକ ବଂଶବାଦରୁ ଦୂରେଇ ଯାଇ, ୩ ପିଢ଼ିର ସକ୍ରିୟ ରାଜନୀତି ବଦଳରେ ଷ୍ଟାର୍ଟଅପରେ ତାଙ୍କ ଭାଗ୍ୟ ପରୀକ୍ଷା କରିଥିଲେ। ଉଦ୍ୟୋଗ ତାଙ୍କ ପାଇଁ ଏକ ସମ୍ପୂର୍ଣ୍ଣ ଭିନ୍ନ ରାସ୍ତା ଥିଲା।

ଭବିଷ୍ୟତରେ ରାଜନୀତିରେ ଯୋଗଦେବା ବିଷୟରେ ତାଙ୍କର କୌଣସି ଯୋଜନା ଅଛି କି ବୋଲି ପଚରାଯିବାରୁ ସେ କହିଛନ୍ତି ସେ ସମ୍ପୂର୍ଣ୍ଣ ଭାବେ ରାଜନୀତି ପାଇଁ କବାଟ ବନ୍ଦ କରି ନାହାଁନ୍ତି। ଆମେ ଏ ବିଷୟରେ ପରିବାରରେ କଥା ହୋଇଛୁ ଏବଂ ମୁଁ ସର୍ବଦା ବୁଝିଛି କୌଣସି କବାଟ ବନ୍ଦ କରିବା ଉଚିତ ନୁହେଁ। ଭବିଷ୍ୟତରେ ମୁଁ ରାଜନୀତିରେ ପ୍ରବେଶ କରିପାରେ କିନ୍ତୁ ନିଶ୍ଚିତ ଭାବରେ ବର୍ତ୍ତମାନ ସେପରି କିଛି ଯୋଜନା ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

ଗାଁରେ କୁକୁର ଆତଙ୍କ: ଗୋଡ଼ାଇ ଗୋଡ଼ାଇ ୭ ଜଣଙ୍କୁ କାମୁଡ଼ିଲା

ପାଟଣା,୨୧ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ବୁଧବାର ଏକ ପାଗଳ କୁକୁର ଆକ୍ରମଣରେ ୭ ଜଣ ଗୁରୁତର ଆହତ ହୋଇ...

ପ୍ରତିକ ଯାଦବଙ୍କ ବିସ୍ଫୋରକ ପୋଷ୍ଟ ପରେ ବି ଚୁପ ଅଛନ୍ତି ଅପର୍ଣ୍ଣା, ଇନଷ୍ଟ୍ରାଗ୍ରାମରେ ଭାଜପା ଅଧ୍ୟକ୍ଷଙ୍କୁ ଜଣାଇଲେ ଶୁଭେଚ୍ଛା

ଲକ୍ଷ୍ନୌ,୨୧।୧: ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବ ଏବଂ ତାଙ୍କ ପତ୍ନୀ, ଉତ୍ତର ପ୍ରଦେଶ ରାଜ୍ୟ ମହିଳା କମିଶନର ଉପାଧ୍ୟକ୍ଷ...

ଯୋଗୀ ସରକାରଙ୍କୁ ଅଲ୍ଟିମେଟମ: ୨୪ ଘଣ୍ଟା ମଧ୍ୟରେ…

ଲକ୍ଷ୍ନୌ,୨୧।୧: ଜ୍ୟୋର୍ତିପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ତାଙ୍କ ଓକିଲଙ୍କ ମାଧ୍ୟମରେ ଉତ୍ତର ପ୍ରଦେଶର ଯୋଗୀ ସରକାରଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ନୋଟିସରେ ସ୍ପଷ୍ଟ...

ପ୍ରଥମଥର ପାଇଁ ବିଶ୍ୱ ଦେଖିବ ଭାରତର ହାଇ ସ୍ପିଡ୍‌ କ୍ଷେପଣାସ୍ତ୍ର, ଆଖି ପିଛୁଳାକେ କରିବ ଲକ୍ଷ୍ୟଭେଦ

ନୂଆଦିଲ୍ଲୀ,୨୧ା୧: ଜାନୁଆରୀ ୨୬ରେ ଭାରତର ପ୍ରତିରକ୍ଷା କ୍ଷମତାକୁ ଶୀର୍ଷରେ ପହଞ୍ଚାଇବ ବୋଲି ଏକ ପ୍ରମୁଖ ସଫଳତା ବିଶ୍ୱ ସମ୍ମୁଖରେ ପ୍ରକାଶିତ ହେବ। ପ୍ରତିରକ୍ଷା ଗବେଷଣା ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri