ସ୍ବାମୀଙ୍କ ସହ ଭାଜପାରେ ଯୋଗଦେଲେ ଜ୍ୟୋତି ପାଣିଗ୍ରାହୀ

ଭୁବନେଶ୍ୱର,୧୫।୪:ନିକଟରେ ବିଜେଡି ଛାଡିଥିବା ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ ସୋମବାର ଭାଜପାରେ ଯୋଗ ଦେଇଛନ୍ତି। ତାଙ୍କ ସ୍ବାମୀ ସରୋଜ ପାଣିଗ୍ରାହୀ ମଧ୍ୟରେ ପଦ୍ମ ଧରିଛନ୍ତି। ବିଜେଡିରୁ ଟିକେଟ ନ ମିଳିବା ପରେ ସେ କିଛି ଦିନ ତଳେ ଦଳରୁ ଇସ୍ତଫା ଦେଇଥିଲେ।
୪ ଦିନ ତଳେ ଜ୍ୟୋତି ଏବଂ ତାଙ୍କ ସ୍ବାମୀ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ନିଜ ଇସ୍ତଫା ପତ୍ରରେ ଜ୍ୟୋତି ଲେଖିଥିଲେ, ବିଜେଡି ଆଉ ଆଗର ବିଜେଡି ହୋଇ ରହିନାହିଁ। ଲୋକଙ୍କ ସେବା ପାଇଁ ଆଗ ପରି ବିଜେଡିର ଏକତା କି ଗଣତାନ୍ତ୍ରିକ ମୂଲ୍ୟବୋଧ ନାହିଁ। ଦଳର ନେତାଙ୍କୁ ଭେଟି ବି ହେଉନାହିଁ। ତେଣୁ ଦଳ ଛାଡିବାକୁ ବାଧ୍ୟ ହେଉଛି।
ଜ୍ୟୋତି ଟିକେଟ ପାଇଁ ଆଶାୟୀ ଥିଲେ। ହେଲେ ତାଙ୍କୁ ଟିକେଟ ମିଳି ନ ଥିଲା।