Posted inଜାତୀୟ

ଜ୍ୟୋତି ମାଲହୋତ୍ରା SPY ମାମଲାରେ ବଡ଼ ଖୁଲାସା: ଏହି ଅବସରପ୍ରାପ୍ତ ପାକିସ୍ତାନୀ ସବ୍‌-ଇନ୍ସପେକ୍ଟରଙ୍କ ସହ ଲିଙ୍କ୍‌

ଇସଲାମାବାଦ,୭ା୬: ଭାରତର ସୁରକ୍ଷା ଏଜେନ୍ସିଗୁଡ଼ିକୁ ଏକ ଆଶ୍ଚର୍ଯ୍ୟଜନକ ସୁରାକ୍‌ ମିଳିଛି, ଯାହା ପାକିସ୍ତାନ ପୋଲିସର ଅବସରପ୍ରାପ୍ତ ସବ୍‌-ଇନ୍ସପେକ୍ଟର ନାସିର ଢିଲୋ ଏବଂ ଭାରତୀୟ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ମଧ୍ୟରେ ଲିଙ୍କ୍‌ ଥିବା ସ୍ପଷ୍ଟ ହୋଇଛି।

ସୂତ୍ର ଅନୁଯାୟୀ, ଜ୍ୟୋତି ମାଲହୋତ୍ରା ପାକିସ୍ତାନରେ ନାସିର ଢିଲୋଙ୍କ ସହ ଯୋଗାଯୋଗରେ ଥିଲେ ଏବଂ ସେ ତାଙ୍କ ସହିତ ଏକ ପଡକାଷ୍ଟ ସାକ୍ଷାତକାର ମଧ୍ୟ କରିଥିଲେ।

ପାକିସ୍ତାନ ପୋଲିସରୁ ଅବସର ନେବା ପରେ ନାସିର ଢିଲୋ ୟୁଟ୍ୟୁବ୍‌ରେ ସକ୍ରିୟ ହୋଇଥିଲେ। ତାଙ୍କ ଚ୍ୟାନେଲ କ୍ରମଶଃ ଲୋକପ୍ରିୟ ହୋଇଗଲା କିନ୍ତୁ ତଦନ୍ତରୁ ଜଣାପଡ଼ିଛି ଯେ, ସେ ଭାରତର ୟୁଟ୍ୟୁବରଙ୍କ ସହ ସମ୍ପର୍କ ସ୍ଥାପନ କରି ଆଇଏସ୍‌ଆଇ ଏବଂ ପାକିସ୍ତାନୀ ସେନା ପାଇଁ କାମ କରୁଥିଲେ।

ସୂତ୍ର ଅନୁଯାୟୀ, ନାସିର ଢିଲୋ ପ୍ରଥମେ ଭାରତୀୟ ୟୁଟ୍ୟୁବରଙ୍କ ସହିତ ବନ୍ଧୁତା କରୁଥିଲେ, ତା’ପରେ ସେମାନଙ୍କୁ ପାକିସ୍ତାନୀ ଆଇଏସ୍‌ଆଇ ଏଜେଣ୍ଟଙ୍କ ସହ ପରିଚିତ କରାଉଥିଲେ। ଏହା ପରେ ସେ ସେମାନଙ୍କୁ ଭାରତୀୟ ସେନା ଏବଂ ସୁରକ୍ଷା ପ୍ରତିଷ୍ଠାନ ସହିତ ଜଡ଼ିତ ଗୋପନୀୟ ସୂଚନା ସଂଗ୍ରହ କରିବାର କାମ ଦେଉଥିଲେ। ଏହି ପ୍ରକ୍ରିୟା ବହୁତ ସତର୍କତାର ସହ କରାଯାଉଥିଲା ଯାହା ଦ୍ୱାରା କୌଣସି ସନ୍ଦେହ ନ ହୁଏ।

ତଦନ୍ତ ଏଜେନ୍ସିଗୁଡ଼ିକ ନାସିର ଢିଲୋନ ଏବଂ ଭାରତୀୟ YouTuber ଦାନିଶଙ୍କ ମଧ୍ୟରେ ଯୋଗାଯୋଗର ପ୍ରମାଣ ମଧ୍ୟ ପାଇଛନ୍ତି। ବର୍ତ୍ତମାନ ଏହି ସମ୍ପର୍କର ଗଭୀରତା ଏବଂ ପ୍ରଭାବ ଯାଞ୍ଚ କରାଯାଉଛି କି ଏହି YouTubers ମାଧ୍ୟମରେ ପାକିସ୍ତାନକୁ ସମ୍ବେଦନଶୀଳ ସୂଚନା ଦିଆଯାଇଥିଲା କି ନାହିଁ।

ଭାରତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକ ସନ୍ଦେହ କରୁଛନ୍ତି, ପାକିସ୍ତାନ ପୋଲିସର ଶହଶହ ଅବସରପ୍ରାପ୍ତ ଅଧିକାରୀ ଏକ ସଂଗଠିତ ଗୁପ୍ତଚର ନେଟୱାର୍କର ଅଂଶ, ଯାହା ଭାରତର YouTubersଙ୍କୁ ଟାର୍ଗେଟ କରି ଗୁପ୍ତଚର ସଂଗ୍ରହ କରିବାରେ ନିୟୋଜିତ। ଏହି ସମ୍ପର୍କରେ ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗର ସମ୍ମୁଖୀନ ହେଉଥିବା ଜ୍ୟୋତିଙ୍କୁ ଜୁନ୍‌ ୯ ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର କରାଯିବ।

ଏହି ସମ୍ପୂର୍ଣ୍ଣ ମାମଲାକୁ ଭାରତର ଜାତୀୟ ସୁରକ୍ଷା ପାଇଁ ଏକ ବଡ଼ ବିପଦ ବୋଲି ବିବେଚନା କରାଯାଉଛି। ତଦନ୍ତ ଏଜେନ୍ସିଗୁଡ଼ିକ ଏବେ ଭାରତରେ ସକ୍ରିୟ ଅନ୍ୟ YouTubersଙ୍କ କାର୍ଯ୍ୟକଳାପ ଉପରେ ମଧ୍ୟ କଡ଼ା ନଜର ରଖିଛନ୍ତି, ଯେଉଁମାନଙ୍କର ପାକିସ୍ତାନୀ ଲିଙ୍କ୍‌ ଥିବା ସନ୍ଦେହ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ MPଙ୍କ ପ୍ରତିନିଧିମଣ୍ଡଳୀ, ରାହୁଲ କହିଲେ- ଆମ କଥା ଶୁଣାଗଲା, ହୃଦୟରୁ ଧନ୍ୟବାଦ

ନୂଆଦିଲ୍ଲୀ,୯।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହି କ୍ରମରେ ‘ଇଣ୍ଡିଆ’ (INDIA)…

ସ୍ନାତକ ମହାବିଦ୍ୟାଳୟରେ ଇଲେକ୍ସନ ବଦଳରେ ସିଲେକ୍ସନ

ଗୁଡ଼ାରି, ୯।୧୦ (ପ୍ରମୋଦ କୁମାର ପତି): ଗୁଡ଼ାରି ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଛାତ୍ର ସଂସଦର ବିଭିନ୍ନ ପଦବୀ ପାଇଁ ଶୁକ୍ରବାର…

ପ୍ରଥମେ ସୋସିଆଲ ମିଡିଆରେ ପୋଷ୍ଟ, ଏବେ ଭାଜପାରୁ ଇସ୍ତଫା ଦେଇ ଚମକାଇଲେ ଧର୍ମେନ୍ଦ୍ର

ଲକ୍ଷ୍ନୌ, ୯।୧୦: ଉତ୍ତର ପ୍ରଦେଶରେ ରାଜ୍ୟ ସଭା ନିର୍ବାଚନ ପାଇଁ ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ଭାରତୀୟ ଜନତା ପାର୍ଟିର ପୂର୍ବତନ MP ଧର୍ମେନ୍ଦ୍ର କଶ୍ୟପ…

କେତେ ପଢ଼ିଛନ୍ତି ଫେମସ ୟୁଟ୍ୟୁବର ଧ୍ରୁବ ରାଠୀ? ନେଟ୍ ୱର୍ଥ ଶୁଣିଲେ ଉଡ଼ିଯିବ ହୋସ୍

ଗତ କିଛି ବର୍ଷ ମଧ୍ୟରେ ଧ୍ରୁବ ରାଠିଙ୍କ ନାମ ଭାରତୀୟ ସୋସିଆଲ ମିଡିଆ ଜଗତରେ ଅଧିକ ଲୋକପ୍ରିୟ ହୋଇଛି। ପ୍ରାରମ୍ଭିକ ଦିନରେ ଟ୍ରାଭେଲ ଭିଡିଓ ଯୋଗୁଁ ଫେମସ…

ନନ୍ଦିଗ୍ରାମରେ ଭାଜପାର ବଡ଼ ବିଜୟ, ତାମିଲନାଡୁରେ ବିଜୟଙ୍କ TVKର ଜଲୱା!

ନୂଆଦିଲ୍ଲୀ,୯ା୧୦: ଦେଶର ବିଭିନ୍ନ ସ୍ଥାନରେ ୫ଟି ବିଧାନସଭା ଏବଂ ଗୋଟିଏ ଲୋକ ସଭା ଆସନରେ ଉପନିର୍ବାଚନ ହୋଇଥିଲା । ଆଜି ଭୋଟ ଗଣତି ଚାଲିଥିବା ବେଳେ, ଟ୍ରେଣ୍ଡ…

ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ମାନ, ଟ୍ରମ୍ପଙ୍କୁ ପୁଣି ଝଟ୍‌କା

ଷ୍ଟକହୋମ,୯।୧୦: ୨୦୨୬ ମସିହା ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି। ଦକ୍ଷିଣ ଆଫ୍ରିକାର ବିଚାରପତି ତଥା ଭାରତୀୟ ତାମିଲ ବଂଶୋଦ୍ଭବ ନାଭାନେଥେମ ‘ନାଭି’ ପିଲ୍ଲାଇଙ୍କୁ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?