Posted inଜାତୀୟ

ଜ୍ୟୋତି ମାଲହୋତ୍ରା SPY ମାମଲାରେ ବଡ଼ ଖୁଲାସା: ଏହି ଅବସରପ୍ରାପ୍ତ ପାକିସ୍ତାନୀ ସବ୍‌-ଇନ୍ସପେକ୍ଟରଙ୍କ ସହ ଲିଙ୍କ୍‌

ଇସଲାମାବାଦ,୭ା୬: ଭାରତର ସୁରକ୍ଷା ଏଜେନ୍ସିଗୁଡ଼ିକୁ ଏକ ଆଶ୍ଚର୍ଯ୍ୟଜନକ ସୁରାକ୍‌ ମିଳିଛି, ଯାହା ପାକିସ୍ତାନ ପୋଲିସର ଅବସରପ୍ରାପ୍ତ ସବ୍‌-ଇନ୍ସପେକ୍ଟର ନାସିର ଢିଲୋ ଏବଂ ଭାରତୀୟ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ମଧ୍ୟରେ ଲିଙ୍କ୍‌ ଥିବା ସ୍ପଷ୍ଟ ହୋଇଛି।

ସୂତ୍ର ଅନୁଯାୟୀ, ଜ୍ୟୋତି ମାଲହୋତ୍ରା ପାକିସ୍ତାନରେ ନାସିର ଢିଲୋଙ୍କ ସହ ଯୋଗାଯୋଗରେ ଥିଲେ ଏବଂ ସେ ତାଙ୍କ ସହିତ ଏକ ପଡକାଷ୍ଟ ସାକ୍ଷାତକାର ମଧ୍ୟ କରିଥିଲେ।

ପାକିସ୍ତାନ ପୋଲିସରୁ ଅବସର ନେବା ପରେ ନାସିର ଢିଲୋ ୟୁଟ୍ୟୁବ୍‌ରେ ସକ୍ରିୟ ହୋଇଥିଲେ। ତାଙ୍କ ଚ୍ୟାନେଲ କ୍ରମଶଃ ଲୋକପ୍ରିୟ ହୋଇଗଲା କିନ୍ତୁ ତଦନ୍ତରୁ ଜଣାପଡ଼ିଛି ଯେ, ସେ ଭାରତର ୟୁଟ୍ୟୁବରଙ୍କ ସହ ସମ୍ପର୍କ ସ୍ଥାପନ କରି ଆଇଏସ୍‌ଆଇ ଏବଂ ପାକିସ୍ତାନୀ ସେନା ପାଇଁ କାମ କରୁଥିଲେ।

ସୂତ୍ର ଅନୁଯାୟୀ, ନାସିର ଢିଲୋ ପ୍ରଥମେ ଭାରତୀୟ ୟୁଟ୍ୟୁବରଙ୍କ ସହିତ ବନ୍ଧୁତା କରୁଥିଲେ, ତା’ପରେ ସେମାନଙ୍କୁ ପାକିସ୍ତାନୀ ଆଇଏସ୍‌ଆଇ ଏଜେଣ୍ଟଙ୍କ ସହ ପରିଚିତ କରାଉଥିଲେ। ଏହା ପରେ ସେ ସେମାନଙ୍କୁ ଭାରତୀୟ ସେନା ଏବଂ ସୁରକ୍ଷା ପ୍ରତିଷ୍ଠାନ ସହିତ ଜଡ଼ିତ ଗୋପନୀୟ ସୂଚନା ସଂଗ୍ରହ କରିବାର କାମ ଦେଉଥିଲେ। ଏହି ପ୍ରକ୍ରିୟା ବହୁତ ସତର୍କତାର ସହ କରାଯାଉଥିଲା ଯାହା ଦ୍ୱାରା କୌଣସି ସନ୍ଦେହ ନ ହୁଏ।

ତଦନ୍ତ ଏଜେନ୍ସିଗୁଡ଼ିକ ନାସିର ଢିଲୋନ ଏବଂ ଭାରତୀୟ YouTuber ଦାନିଶଙ୍କ ମଧ୍ୟରେ ଯୋଗାଯୋଗର ପ୍ରମାଣ ମଧ୍ୟ ପାଇଛନ୍ତି। ବର୍ତ୍ତମାନ ଏହି ସମ୍ପର୍କର ଗଭୀରତା ଏବଂ ପ୍ରଭାବ ଯାଞ୍ଚ କରାଯାଉଛି କି ଏହି YouTubers ମାଧ୍ୟମରେ ପାକିସ୍ତାନକୁ ସମ୍ବେଦନଶୀଳ ସୂଚନା ଦିଆଯାଇଥିଲା କି ନାହିଁ।

ଭାରତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକ ସନ୍ଦେହ କରୁଛନ୍ତି, ପାକିସ୍ତାନ ପୋଲିସର ଶହଶହ ଅବସରପ୍ରାପ୍ତ ଅଧିକାରୀ ଏକ ସଂଗଠିତ ଗୁପ୍ତଚର ନେଟୱାର୍କର ଅଂଶ, ଯାହା ଭାରତର YouTubersଙ୍କୁ ଟାର୍ଗେଟ କରି ଗୁପ୍ତଚର ସଂଗ୍ରହ କରିବାରେ ନିୟୋଜିତ। ଏହି ସମ୍ପର୍କରେ ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗର ସମ୍ମୁଖୀନ ହେଉଥିବା ଜ୍ୟୋତିଙ୍କୁ ଜୁନ୍‌ ୯ ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର କରାଯିବ।

ଏହି ସମ୍ପୂର୍ଣ୍ଣ ମାମଲାକୁ ଭାରତର ଜାତୀୟ ସୁରକ୍ଷା ପାଇଁ ଏକ ବଡ଼ ବିପଦ ବୋଲି ବିବେଚନା କରାଯାଉଛି। ତଦନ୍ତ ଏଜେନ୍ସିଗୁଡ଼ିକ ଏବେ ଭାରତରେ ସକ୍ରିୟ ଅନ୍ୟ YouTubersଙ୍କ କାର୍ଯ୍ୟକଳାପ ଉପରେ ମଧ୍ୟ କଡ଼ା ନଜର ରଖିଛନ୍ତି, ଯେଉଁମାନଙ୍କର ପାକିସ୍ତାନୀ ଲିଙ୍କ୍‌ ଥିବା ସନ୍ଦେହ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

ଅକ୍ଟୋବର ୧୫ରୁ ବଦଳିଯିବ UPI ପେମେଣ୍ଟ କରିବାର ପଦ୍ଧତି; ଗ୍ୟାସ ସିଲିଣ୍ଡର ପାଇଁ ନଗଦ ଟଙ୍କା ଦେବାକୁ ପଡ଼ିବ ନା ନାହିଁ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୯: ସାରା ଦେଶରେ LPG ସିଲିଣ୍ଡରର ବହୁଳ ବ୍ୟବହାର ହୋଇଥାଏ; ତେଣୁ, ଯଦି ଆପଣ ମଧ୍ୟ ଘରେ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଏହି ସୂଚନା…

ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶରେ ୭ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇ…

୨୦୦୦ରୁ ଅଧିକ UPI ପେମେଣ୍ଟ ବନ୍ଦ? ପେଟ୍ରୋଲ ପମ୍ପ ଆଗରେ ଝୁଲିଲା ନୋଟିସ, ବଢ଼ିଲା ହଟଚମଟ!

ନୂଆଦିଲ୍ଲୀ,୧୯।୯: ଯଦି ଆପଣଙ୍କ ପକେଟରେ ମଧ୍ୟ କ୍ୟାସ (ନଗଦ ଟଙ୍କା) ରହୁନାହିଁ ଏବଂ ଆପଣ ୫ ଟଙ୍କାର ଚା’ଠାରୁ ଆରମ୍ଭ କରି ୫୦୦୦ ଟଙ୍କାର ସପିଂ କିମ୍ୱା…

ବଡ଼ ଦୁର୍ଘଟଣା: ବାଗଳାମୁଖୀରୁ ଫେରୁଥିବା ବେଳେ ନାଳରେ ଭାସିଯାଇ ୭ ଓଡ଼ିଆ ଶ୍ରଦ୍ଧାଳୁଙ୍କ ସମେତ ୮ମୃତ

ଇନ୍ଦୋର,୧୯।୯: ମଧ୍ୟପ୍ରଦେଶର ନାଲଖେଡା ସ୍ଥିତ ମା’ ବଗଳାମୁଖୀ ମନ୍ଦିର ନିକଟରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ କାରକୁ ଏକ ନାଳ ଭସାଇ ନେଇଥିଲା। ଏହି ଘଟଣାରେ କାରରେ…

Video: ଭାବ ବିହ୍ବଳ ହୋଇ ଖୁବ କାନ୍ଦିଲେ ଚରାଗ ପାଶଓ୍ବାନ

ମୁମ୍ବାଇ,୧୯।୯: ଭକ୍ତମାନଙ୍କ ପାଇଁ ଗଣପତି ବାପ୍ପାଙ୍କୁ ବିଦାୟ ଦେବାର ମୁହୂର୍ତ୍ତଟି ଅତ୍ୟନ୍ତ ଭାବପୂର୍ଣ୍ଣ ହୋଇଥାଏ। କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ)ର ନେତା ଚିରାଗ…

ଦିଲ୍ଲୀ ଗଣବଳାତ୍କାରକୁ ନେଇ ବର୍ଷିଲେ ରାହୁଲ-ପ୍ରିୟଙ୍କା, ପୋଲିସକୁ ଟାର୍ଗେଟ୍‌ କରି କହିଲେ ପ୍ରତିଦିନ…

ନୂଆଦିଲ୍ଲୀ,୧୯ା୯: ଦିଲ୍ଲୀର ସ୍ବରୂପ ନଗରରେ ଜଣେ ନାବାଳିକାଙ୍କୁ ପ୍ରଥମେ ବଳାତ୍କାର ଏବଂ ପରେ ନିର୍ମମ ଭାବରେ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ୧୯ ବର୍ଷୀୟ ଯୁବକ…

ଜଳବାୟୁ ସମ୍ମିଳନୀରେ ବଡ଼ ବାର୍ତ୍ତା ଦେଲେ ମୋଦି, କହିଲେ, ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୯।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ନୂଆଦିଲ୍ଲୀରେ ‘ପରିବେଶ ଏବଂ ଜଳବାୟୁ ଗତିଶୀଳତାର ଭବିଷ୍ୟତ’ (The Future of Environment and Climate Dynamics) ବିଷୟ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?