Categories: ଜାତୀୟ

ଜ୍ୟୋତି ଜଗତାପଙ୍କ ଜାମିନ ନାମଞ୍ଜୁର…

ମୁମ୍ବାଇ,୧୭।୧୦ : ବମ୍ବେ ହାଇକୋର୍ଟ ସୋମବାର ସାମାଜିକ କାର୍ଯ୍ୟକର୍ତ୍ତା ଜ୍ୟୋତି ଜଗତାପଙ୍କ ଜାମିନ ନାମଞ୍ଜୁର କରିଛନ୍ତି। ହାଇକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଏଲଗାର ପରିଷଦର ମାଓବାଦୀ ଲିଙ୍କ ମାମଲାରେ ଏନଆଇଏ ପକ୍ଷରୁ ତାଙ୍କ ବିରୋଧରେ ଦାଖଲ କରାଯାଇଥିବା ମାମଲା ଠିକ ଥିବା ଜଣାପଡିଛି।

ନିଷିଦ୍ଧ ସିପିଆଇ (ମାଓବାଦୀ) ର କାର୍ଯ୍ୟକଳାପକୁ ସହରାଞ୍ଚଳରେ ବିସ୍ତାର କରିବାରେ ଜଗତାପ ସମ୍ପୃକ୍ତ ବୋଲି ଏନଆଇଏ ଅଭିଯୋଗ କରିଛି। ୩୧ ଡିସେମ୍ବର ୨୦୧୭ ରେ ପୁଣେରେ ଏଲଗାର ପରିଷଦ ଆୟୋଜିତ ହୋଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ସରକାରଙ୍କୁ ବିରୋଧ କରିବା ଏବଂ ଘୃଣା ପ୍ରସାର କରିବା । ପରିଷଦ ସମ୍ମିଳନୀ ପାଇଁ ଦଳିତଙ୍କୁ ଉସୁକାଇବା ତଥା ସଂଗଠିତ କରିଥିବା ଅଭିଯୋଗରେ ଜ୍ୟୋତିଙ୍କ ବିରୋଧରେ ହୋଇଛି।

ବମ୍ବେ ହାଇକୋର୍ଟର ଦୁଇ ଜଣିଆ ବେଞ୍ଚର ଜଷ୍ଟିସ ଏସ ଗଡକରୀ ଏବଂ ଏମ.ଏନ ଯାଦବ ୩୪ ବର୍ଷିୟ ଜ୍ୟୋତି ଜଗତାପଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ଫେବୃଆରୀ ୨୦୨୨ରେ, ଜଗତାପ ତାଙ୍କ ଜାମିନ ନାମଞ୍ଜୁର ନେଇ ସ୍ବତନ୍ତ୍ର ଏନଆଇଏ କୋର୍ଟଙ୍କର ଆଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କର ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ କହିଛନ୍ତି ଯେ ଆମ ମତରେ ଏନଆଇଏ ପ୍ରିମା ଫେସୀ ମାମଲା ଠିକ ଥିବା ଜଣାପଡିଛି। ତେଣୁ ଏହି ଆବେଦନକୁ ଖାରଜ କରାଯାଉଛି ।

ଜ୍ୟୋତି ଜଗତାପଙ୍କୁ ସେପ୍ଟେମ୍ବର ୨୦୨୦ ରେ ଏଲଗାର ପରିଷଦ ପୁଣେ ସମ୍ମିଳନୀରେ ଉତ୍ତେଜନାମୂଳକ ସ୍ଲୋଗାନ ଅଭିଯୋଗରେ ଗିରଫ କରାଯାଇଥିଲା। ଏହା ପରେ ସେ ମୁମ୍ବାଇର ବାଇକୁଲ୍ଲା ମହିଳା ଜେଲରେ ରହିଥିଲେ। ଏନଆଇଏ ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ୩୧ ଡିସେମ୍ବର ୨୦୧୭ ରେ ଏଲଗର ପରିଷଦ ସମ୍ମିଳନୀରେ ଉତ୍ତେଜନାମୂଳକ ଭାଷଣ ଦିଆଯାଇଥିଲା। ଏହା ପରେ ୧ଜାନୁଆରୀ ୨୦୧୮ରେ ମହାରାଷ୍ଟ୍ରର ପୁଣେ ଜିଲାର କୋରେଗାଓଁ-ଭୀମାରେ ହିଂସା ଘଟିଥିଲା। ପୁଣେ ପୋଲିସ ପ୍ରାଥମିକ ଅନୁସନ୍ଧାନରେ ଦାବି କରିଥିଲା ଯେ ଏହି ସମ୍ମିଳନୀକୁ ମାଓବାଦୀମାନେ ସମର୍ଥନ କରିଥିଲେ।

Share