Posted inଖେଳ

ଜୁଭେଣ୍ଟସକୁ କ୍ରମାଗତ ୯ମ ଟାଇଟଲ

ରୋମ୍‌, ୨୮ା୭ (ଏପି)-ସାମ୍ପଡୋରିଆକୁ ୨-୦ ଗୋଲରେ ପରାସ୍ତ କରିବା ପରେ ଜୁଭେଣ୍ଟସ ଆଉ ଦୁଇଟି ଗେମ୍‌ ବାକି ଥାଇ ସିରି ଏ’ ଟାଇଟଲ ହାସଲ କରିଛି। ଦଳର ଏହା କ୍ରମାଗତ ୯ମ ଟାଇଟଲ, ଯାହାକି ପ୍ରତିଯୋଗିତାରେ ଏକ ନୂଆ ରେକର୍ଡ। କ୍ରିଷ୍ଟିଆନୋ ରୋନାଲ୍‌ଡୋ ଏହି ମ୍ୟାଚରେ ଗୋଲ ସ୍କୋର କରିଛନ୍ତି। ଫଳରେ ୫ଥର ବାଲନ ଡି’ଅର ପୁରସ୍କାର ବିଜେତା କ୍ରମାଗତ ୧୧ଟି ମ୍ୟାଚରେ ଗୋଲ ସ୍କୋର କରି ଏକ ରେକର୍ଡର ଅଧିକାରୀ ହୋଇପାରିଛନ୍ତି। ରବିବାର ସାମ୍ପଡୋରିଆ ବିପକ୍ଷରେ ସେ ପ୍ରଥମ ଗୋଲ୍‌ଟିକୁ ସ୍କୋର କରିଥିଲେ। ସେ ଆଉ ଗୋଟିଏ ଗୋଲ ସ୍କୋର କରିପାରିଲେ ଜୁଭେଣ୍ଟସ ତରଫରୁ ଗୋଟିଏ ସିଜନରେ ସର୍ବାଧିକ ଗୋଲ ସ୍କୋର କରିବା ରେକର୍ଡ ଭଙ୍ଗ କରିବେ। ଲିଗ୍‌ର ଗୋଟିଏ ସିଜନରେ ସର୍ବାଧିକ ଗୋଲ ସ୍କୋର କରିବା ରେକର୍ଡ ଫେଲିସି ବୋରେଲ୍‌ (୩୧ ଗୋଲ) ୧୯୩୩-୩୪ରେ ହାସଲ କରିଥିଲେ। ଲକ୍‌ଡାଉନ୍‌ ପରେ ରୋନାଲ୍ଡୋ ୧୦ଟି ଗୋଲ ସ୍କୋର କରିଛନ୍ତି। ଏହି ସମୟ ମଧ୍ୟରେ ୟୁରୋପର ୫ ଟପ୍‌ ଲିଗ୍‌ରେ କୌଣସି ଖେଳାଳି ଏତେ ସଂଖ୍ୟାରେ ଗୋଲ କରି ନାହାନ୍ତି। ମାଞ୍ଚେଷ୍ଟର ସିଟିିର ରହିମ୍‌ ଷ୍ଟର୍ଲିଂ ଓ ବେୟର୍ନ ମ୍ୟୁନିକ୍‌ର ରବର୍ଟ ଲିଓ୍ବାଣ୍ଡୋସ୍କି ପ୍ରତ୍ୟକେ ୯ଟି ଲେଖାଏଁ ଗୋଲ ସ୍କୋର କରିଛନ୍ତି। ରେକର୍ଡ ପ୍ରତିଷ୍ଠା କରିବା ସବୁବେଳେ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଦଳର ବିଜୟ ତାଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ରୋନାଲ୍ଡୋ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମେସିଙ୍କ ୭୦ଫୁଟ୍‌ର ପ୍ରତିମୂର୍ତ୍ତି ଉନ୍ମୋଚିତ

କୋଲକାତା, ୧୩ା୧୨: ଶନିବାର କୋଲକାତାର ଲେକ୍‌ ସହର ଅନ୍ତର୍ଗତ ଶ୍ରୀଭୂମି ସ୍ପୋର୍ଟିଂ କ୍ଲବ ପରିସରରେ ଷ୍ଟାର ଫୁଟ୍‌ବଲର ଲାୟୋନେଲ ମେସି ତାଙ୍କର ଏକ ୭୦ଫୁଟ୍‌ ଉଚ୍ଚତା...

ମେସିଙ୍କ କୋଲକାତା ଇଭେଣ୍ଟ, ଅଡୁଆରେ ପଡ଼ିଲେ ଅର୍ଗାନାଇଜର, ଗଠନ ହେଲା ତଦନ୍ତ କମିଟି

କୋଲକାତା,୧୩।୧୨: କୋଲକାତାରେ ଆର୍ଜେଣ୍ଟିନା ଫୁଟବଲ ତାରକା ଲିଓନେଲ ମେସିଙ୍କ କନସର୍ଟରେ ଘଟିଥିବା ବିଶାଳ ବିଶୃଙ୍ଖଳା ସମ୍ପର୍କରେ ପଶ୍ଚିମବଙ୍ଗ ଡିଜିପି ରାଜୀବ କୁମାର କହିଛନ୍ତି ଯେ କାର୍ଯ୍ୟକ୍ରମର...

କାହିଁକି ଷ୍ଟାଡ଼ିୟମରେ ହେଲା ହଙ୍ଗାମା, କାହିଁକି ରାଗିଲେ ମେସିଙ୍କୁ ଦେଖିବାକୁ ଆସିଥିବା ଦର୍ଶକେ, ସରକାର ନେଲେ କି…

କୋଲକାତା,୧୩।୧୨: ଶନିବାର ସକାଳେ ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କୁ ଦେଖିବା ପାଇଁ କୋଲକାତାର ସଲ୍ଟ ଲେକ ଷ୍ଟାଡିୟମରେ ପ୍ରଶଂସକମାନେ ଏକାଠି ହୋଇଥିଲେ। GOAT ଇଣ୍ଡିଆ...

ଭିନ୍ନ ଷ୍ଟାଇଲରେ ପୁଅ ସହ ମେସିଙ୍କୁ ଭେଟିଲେ ଶାହାରୁଖ, ଭିଡିଓ ଭାଇରାଲ

କୋଲକାତା,୧୩।୧୨: ଭାରତୀୟ ପ୍ରଶଂସକମାନେ ଏକ ସ୍ମରଣୀୟ ମୁହୂର୍ତ୍ତର ସାକ୍ଷୀ ହୋଇଥିଲେ ଯେତେବେଳେ ବଲିଉଡର ‘ବାଦଶାହା’ ଶାହରୁଖ ଖାନ ଏବଂ ଫୁଟବଲର ‘ବାଦଶାହା’ ଲିଓନେଲ ମେସିଙ୍କ ସାକ୍ଷାତ...

ମେସିଙ୍କୁ ଦେଖିବା ପାଇଁ ହଙ୍ଗାମା: କ୍ଷମା ମାଗିଲେ ମମତା

କୋଲକାତା,୧୩।୧୨: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କୁ ନେଇ କୋଲକାତାରେ ବିଶୃଙ୍ଖଳା ସୃଷ୍ଟି ହୋଇଛି। ମେସି ସଲ୍ଟ ଲେକ ଷ୍ଟାଡିୟମରେ ପହଞ୍ଚିବା ପରେ ଅଧିକ ମୂଲ୍ୟର...

ମେସିଙ୍କୁ ଦେଖିବାକୁ ହଙ୍ଗାମା, ଚେୟାର ଭାଙ୍ଗିଲେ.. ବୋତଲ ଫିଙ୍ଗିଲେ

ନୂଆଦିଲ୍ଲୀ,୧୩।୧୨: ଆର୍ଜେଣ୍ଟିନା ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସି ତିନି ଦିନିଆ ଭାରତ ଗସ୍ତରେ ଅଛନ୍ତି। ତାଙ୍କର ଗସ୍ତ କୋଲକାତାରୁ ଆରମ୍ଭ ହୋଇଛି। ମେସି ହେଉଛନ୍ତି ମିଳିତ...

ମାତ୍ର ୧ ବର୍ଷ ବୟସରେ ଇତିହାସ ରଚିଲେ ବେଦ ପରେଶ: ୮ ସେକେଣ୍ଡରେ କଲେ…

ନୂଆଦିଲ୍ଲୀ,୧୩।୧୨: ଏକ ବର୍ଷର ବେଦ ପରେଶ କ୍ରୀଡା ଜଗତରେ ଏକ ନୂତନ ରେକର୍ଡ ସ୍ଥାପନ କରିଛନ୍ତି। ମହାରାଷ୍ଟ୍ରର ରତ୍ନଗିରିର ବାସିନ୍ଦା, ବେଦ ଇଣ୍ଡିଆ ବୁକ ଅଫ...

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଘୋଷଣା, ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ କହିଲେ…

ନୂଆଦିଲ୍ଲୀ,୧୩।୧୨: ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ଅଣ୍ଡର୧୯ ଏସିଆ କପର ପ୍ରଥମ ମ୍ୟାଚରେ ୟୁଏଇ ବିପକ୍ଷରେ ୧୭୧ ରନର ଏକ ଚମତ୍କାର ଇନିଂସ ଖେଳି ପ୍ରଶଂସକଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri