ଜୁଭେଣ୍ଟିକା ସେଲ୍‌ ଉଦ୍‌ଘାଟିତ ପୁରୁଷୋତ୍ତମପୁର ଥାନାକୁ ଶିଶୁମିତ୍ର ଥାନା ଭାବରେ ଗଢି ତୋଳିବା ଲକ୍ଷ୍ୟ

ପୁରୁଷୋତ୍ତମପୁର/ଶେରଗଡ଼/ଛତ୍ରପୁର/ ଆସିକା ୮ା୫ (ସବିତା ମିଶ୍ର/ ସୂର୍ଯ୍ୟ ନାରାୟଣ ଦାଶ/ଦିଲୀପ ମିଶ୍ର/ ସୁରେନ୍ଦ୍ର ନାଥ ସାହୁ)
ଓଡିଶା ପୋଲିସ ପକ୍ଷରୁ ଶିଶୁଙ୍କ ସୁରକ୍ଷା ଲାଗି ଜୁଭେଣ୍ଟିକା ସେଲ୍‌କୁ ଭିଡିଓ କନଫେରେନ୍ସ ଡିଜିପି ୱାବି ଖୁରାନିଆ ଶିକ୍ରବାର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ପରିସରରେ ମହିଳା ଓ ଶିଶୁ ଡେକ୍ସ ଅଧକାରୀ ଶୁଶାନ୍ତ ମିଶ୍ରଙ୍କ ସଂଯୋଜନାରେ ହୋଇଥିବା କାର୍ଯ୍ୟକ୍ରମରେ ଆଇଆଇସି କୁଳମଣି ସେଠୀ ପୌରହିତ୍ୟ କରିଥିଲେ। ମହିଳା ଓ ଶିଶୁ ବିକାଶ ଅଧିକାରୀ ଲଳିତା ମଲ୍ଲିକ, ବ୍ଲକ ଅଧ୍ୟକ୍ଷା ପିଙ୍କି ବେହେରା ଉପସ୍ଥିତ ଥିଲେ। ଏହି ଅବସରରେ ଆଇଆଇସି ସେଠୀ ପୁରୁଷୋତ୍ତମପୁର ଥାନାକୁ ଶିଶୁମିତ୍ର ଥାନା ଭାବରେ ଗଢି ତୋଳିବା ଲକ୍ଷ୍ୟ ରହିଥିବା ପ୍ରକାଶ କରି କିଭଳି ପୋଲିସ ଆଉ ମହିଳା ଓ ଶିଶୁମାନଙ୍କ ମଧ୍ୟରେ ସୁସମ୍ପର୍କ ରହିପାରିବ, ପୋଲିକୁ କେହି ଭୟ କରିବାର ନାହିଁ, ନିଜର ବନ୍ଧୁ ଭାବି ନିଜ ଅସୁବିଧା ଓ ସମସ୍ୟା ଜଣାଇବାକୁ ପରାମର୍ଶ ଦେଇଥିଲେ। ଏଥିସହ ସାଇବର ଓ ମୋବାଇଲ ଆପ, ଇଣ୍ଟରନେଟରେ ହେଉଥିବା ଅପରାଧ ସମ୍ପର୍କରେ ସେ ଭିଡିଓ ଚିତ୍ର ମାଧ୍ୟମରେ ସଚେଚନ କରାଇଥିଲେ। ଏଥିରେ ବହୁ କିଶୋରୀ କିଶୋର, ଅଙ୍ଗନୱାଡି କର୍ମୀ,ମହିଳା ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।
ସେହିପରି ଶେରଗଡ଼ ଥାନାରେ ଆଭାସୀ ମାଧ୍ୟମରେ ଜୁଭେଣ୍ଟିକ ସେଲ ଉଦ୍‌ଘାଟିତ ହୋଇଛି। ଆୟୋଜିତ କାର୍ଯ୍ୟକ୍ରମରେ ସିଡ଼ିପିଓ ମମତାଞ୍ଜଳୀ ପଣ୍ଡା, ଥାନା ଅଧିକାରୀ ବିରେନ୍ଦ୍ର ସିଆଳ, ସେକେଣ୍ଡ ଅଫିସର ଜ୍ଞାନରଞ୍ଜନ ସେଠୀ ଉପସ୍ଥିତ ଥିଲେ। ପୋଲିସ ଓ ମହିଳା ଶିଶୁ ବିଭାଗ ମଧ୍ୟରେ ଉତ୍ତମ ସମ୍ପର୍କ ରକ୍ଷା, ପୋଲିସ ବନ୍ଧୁ ବୋଲି ଭାବି ଯେକୌଣସି ଘଟଣା ଦୁର୍ଘଟଣା ସମ୍ପର୍କରେ ଜଣାଇବାକୁ ଅବଗତ କରାଯାଇଥିଲା। ଥାନାରେ ଏହି ବିଭାଗ ଦାୟିତ୍ୱରେ ଏସଆଇ କୃଷ୍ଣଚନ୍ଦ୍ର ଦାସ ରହିଛନ୍ତି।
ଛତ୍ରପୁରରେ ଏହି କାର୍ଯ୍ୟକ୍ରମ ଚମାଖଣ୍ଡି ଓ ଛତ୍ରପୁର ଥାନା ପକ୍ଷରୁ ଅନୁଷ୍ଠିତ ହୋଇଛି। ବିଶେଷ ଭାବରେ ମହିଳା ଓ ଶିଶୁଙ୍କୁ ନେଇ ସଚେତନ କାର୍ଯ୍ୟକ୍ରମ କରାଯାଇଥିଲା। ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଓ ଚମାଖଣ୍ଡି ଥାନା ଅଧିକାରିଣୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି ଉପସ୍ଥିତ ଥିଲେ। ନାବାଳିକା, ମହିଳା ମାନଙ୍କ ପ୍ରତି କୌଣସି ଖରାପ ବ୍ୟବହାର ନ କରିବା, ସାଇବର ଠକେଇରୁ ଦୁରେଇ ରହିବା, ବାଲ୍ୟ ବିବାହ ରୋକିବା ଉପରେ ଆଲୋଚନା ବେଳେ ଗୁରୁତ୍ୱାରୋପ କରାଯାଇଥିଲା।
ଆସିକା ପୋଲିସ ପକ୍ଷରୁ ଶୁକ୍ରବାର ଅପରାହ୍ନରେ ଥାନା ପରିସରରେ ନାବାଳିକାଙ୍କୁ ନେଇ ଏକ ସାଇବର ସଚେତନତା କାଯର୍ର୍କ୍ରମ ଅନୁଷ୍ଠିତ ହୋଇଥିଲା ା ଅତିରିକ୍ତ ଥାନା ଅଧିକାରୀ ସୌମ୍ୟ ରଞ୍ଜନ ସ୍ବାଇଁ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ଶିଶୁ କଲ୍ୟାଣ ପୋଲିସ ଅଧିକାରୀ ଅଲିସ୍ମିତା ଜେନା, ଏସ୍‌ଆଇ କୈଳାସ ଚନ୍ଦ୍ର ସାହୁ, ଅଶୋକ ପଟ୍ଟନାୟକ, ସୁବାଶିଷ ସ୍ବାଇଁ ଉପସ୍ଥିତ ଥିଲେ। ଆସିକା ଥାନା ଇଲାକାର ମହିଳା ଓ ଶିଶୁ ବିକାଶ କାର୍ଯ୍ୟକ୍ରମରେ ନିୟୋଜିତ ଅଙ୍ଗନୱାଡି କର୍ମୀ ଓ ବିଭିନ୍ନ ସ୍ଥାନରୁ ବହୁ ନାବାଳିକା ସାମିଲ ଥିଲେ ା ଏହି ଅବସରରେ ପୋଲିସ ପକ୍ଷରୁ ବିଭିନ୍ନ ସମୟରେ ହେଉଥିବା ସାଇବର ଠକେଇ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା ା

Dharitri – Odisha’s No.1 Odia Daily

Share