ନାବାଳିକାଙ୍କୁ ବଳାତ୍କାର କଲେ ନାବାଳକ

ପାଟଣା,୩।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ରବିବାର ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ଘଟଗାଁ ପୋଲିସ ଘଟଣାରେ ସମ୍ପୃକ୍ତ ନାବାଳକଙ୍କୁ କେନ୍ଦୁଝର ସ୍ଥିତ ଜୁଭିନାଇଲ ଜଷ୍ଟିସ ବୋର୍ଡରେ ଉପସ୍ଥାପିତ କରିଥିଲା। ପରେ ତାଙ୍କୁ ରାଉରକେଲାସ୍ଥିତ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଥିବା ପୋଲିସ କହିଛି।

ମିଳିଥିବା ସୂଚନା ମୁତାବକ, ନାବାଳକ ଜଣକ ଶୁକ୍ରବାର ନାବାଳିକାଙ୍କୁ ଅନ୍ୟତ୍ର ନେଇ ୨ ଦିନ ରଖି ବଳାତ୍କାର କରିଥିଲେ। ଏହା ଜାଣି ନାବାଳିକଙ୍କ ପରିବାର ଲୋକେ ଘଟଗାଁ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା(ନଂ.୧୩୮/୨୧) ରୁଜୁ କରି ତଦନ୍ତ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଘଟଗାଁ ଥାନା ଅଧିକାରୀ ଅମିତ କୁମାର ଭୂୟାଁ ସୂଚନା ଦେଇଛନ୍ତି।