Categories: ଜାତୀୟ

ଶିକ୍ଷୟିତ୍ରୀଙ୍କୁ ହତ୍ୟା କଲେ ନାବାଳକ ପ୍ରେମିକ

ଲକ୍ଷ୍ନୌ ୪।୭: ଉତ୍ତରପ୍ରଦେଶ ଅଯୋଧ୍ୟା କୋତଓ୍ବାଲିରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଅନୈତିକ ସମ୍ପର୍କକୁ ନେଇ ଜଣେ ସ୍କୁଲ ଶିକ୍ଷୟିତ୍ରୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ଜଣେ ୧୭ ବର୍ଷୀୟ ବାଳକଙ୍କୁ ୟୁପି ପୋଲିସ ଗିରଫ କରିଛି।

ଗତ ୨ତାରିଖରେ କୋତଓ୍ବାଲିରୁ ୩୦ ବର୍ଷୀୟା ଗର୍ଭବତୀ ମହିଳାଙ୍କ ମୃତଦେହ ପୋଲିସ ଜବତ କରିଥିଲା। ହେଲେ ଗିରଫ ନାବାଳକ ଏବଂ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। ସେମାନଙ୍କ ଘର କୋତଓ୍ବାଲିରେ। ଅନ୍ୟପକ୍ଷେ ନାବାଳକ ଜଣକ ଶିକ୍ଷୟିତ୍ରୀଙ୍କ ସହ ସମ୍ପର୍କ ରଖିବାକୁ କହିଥିଲେ। ହେଲେ ଶିକ୍ଷୟିତ୍ରୀ ଜଣଙ୍କ ଏଥିରେ ରାଜି ହୋଇ ନ ଥିଲେ। ହେଲେ ନାବାଳକ ଜଣକ ଜୁନ୍‌ ୧ରେ ଶିକ୍ଷୟିତ୍ରୀଙ୍କ ଘରକୁ ଯାଇଥିଲେ। ସେତିକିବେଳେ ଉତ୍ୟକ୍ତ ହୋଇ ଏକ ଲୁହା ରଡ୍‌ରେ ତାଙ୍କୁ ହତ୍ୟା କରିଥିଲେ। ଏପରି କି ହତ୍ୟାକୁ ଏକ ଦୁର୍ଘଟଣାର ରୂପ ଦେବା ପାଇଁ ନାବାଳକ ଜଣଙ୍କ ଶିକ୍ଷୟିତ୍ରୀଙ୍କ ବେଡ୍‌ରୁମ୍‌ରେ ଥିବା ଲକର୍‌ ଭାଙ୍ଗି ୫୦ ହଜାର ଟଙ୍କା ସାଙ୍ଗକୁ କିଛି ମୂଲ୍ୟବାନ ଜିନିଷ ଧରି ଫେରାର ହୋଇଯାଇଥିଲେ। ପୋଲିସ ଘଟଣାର ତଦନ୍ତ ପରେ ହତ୍ୟାକାଣ୍ଡରେ ସମ୍ପୃକ୍ତ ନାବାଳକଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତ ନାବାଳକଙ୍କୁ ଜୁଭେନାଇଲ୍‌ ବୋର୍ଡ ପଠାଯିବ ବୋଲି ଥାନା ଅଧିକାରୀ ଶୌଳେଶ ପାଣ୍ଡେ ସୂଚନା ଦେଇଛନ୍ତି।

Share