Posted inରାଜ୍ୟ

ଉଭେଇଯାଉଛି ଝୋଟ ଚାଷ

ଭୁବନେଶ୍ୱର,୧୫ା୮(ବ୍ୟୁରୋ): ଅର୍ଥକରୀ ଫସଲ ଝୋଟଚାଷ ରାଜ୍ୟରୁ ଲୋପ ପାଇବାରେ ଲାଗିଛି। ଉପକୂଳବର୍ତ୍ତୀ କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କେନ୍ଦୁଝର ଆଦି ଜିଲାରେ ପ୍ରବଳ ମାତ୍ରାରେ ଝୋଟଚାଷ ହେଉଥିଲା। ଗତ କିଛିବର୍ଷ ହେବ ଏହି ସବୁ ଜିଲାରୁ ନଳିତାଚାଷ ଉଭାନ ହୋଇଗଲାଣି। ଝୋଟଚାଷ ହେଉଥିବା ଜମିକୁ ଅନ୍ୟ ଫସଲ ପାଇଁ ବ୍ୟବହାର କରିବା ଯୋଗୁ ଏହି ଫସଲର ଅସ୍ତିତ୍ୱ ହଜିବାରେ ଲାଗିଛି। ସରକାରୀ ପ୍ରୋତ୍ସାହନ ଅଭାବରୁ ଏହି ଚାଷରୁ ଚାଷୀମାନେ ମୁହଁ ଫେରାଇ ଦେଉଛନ୍ତି। ପ୍ରମୁଖ ଝୋଟ ଉତ୍ପାଦନକାରୀ ରାଜ୍ୟ ମଧ୍ୟରେ ଓଡ଼ିଶା ଅଗ୍ରଣୀ ସ୍ଥାନ ଅଧିକାର କରିଥିଲା। ଝୋଟରୁ କାର୍ପେଟ, ଅଖା, ବ୍ୟାଗ୍‌, ଦଉଡ଼ି ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ ହେଉଥିଲା। ଏହା ପରିବେଶ ଅନୁକୂଳ ଓ ସହଜରେ ନଷ୍ଟ ହେଉଥିବା ସାମଗ୍ରୀ ା କାଉଁରିଆ କାଠିକୁ ମଧ୍ୟ ଗ୍ରାମାଞ୍ଚଳରେ ପ୍ରମୁଖ ଜାଳେଣି ଭାବେ ବ୍ୟବହାର କରାଯାଉଥିଲା। ବଜାର ସୁବିଧା ଏବଂ ପ୍ରୋତ୍ସାହନ ଅଭାବରୁ ଝୋଟ ବା ନଳିତାଚାଷ କରୁଥିବା ଚାଷୀମାନେ ଦୁର୍ଦ୍ଦଶା ମଧ୍ୟକୁ ଠେଲିହୋଇ ଯାଇଛନ୍ତି। ଏଥିସହିତ ଝୋଟର ଅଭାବୀ ବିକ୍ରି ରାଜ୍ୟର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି।

କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ଝୋଟଚାଷ କମି କମି ଯାଉଛି। ୧୯୭୦ରୁ ୧୯୯୫ ଯାଏ ରାଜ୍ୟରେ ୨୦ ଲକ୍ଷ ହେକ୍ଟରରୁ ଅଧିକ ଜମିରେ ନଳିତାଚାଷ ହେଉଥିଲା। ୨୦୦୦ ମସିହା ପରଠାରୁ ଏହି ଚାଷ ଧୀରେ ଧୀରେ ସୀମିିତ ହେବାରେ ଲାଗିଛି। ୨୦୧୪-୧୫ରେ ରାଜ୍ୟରେ ୭.୫୬ ଲକ୍ଷ ହେକ୍ଟର ଜମିରେ ଝୋଟଚାଷ ହେଉଥିବା ବେଳେ ୨୦୧୫-୧୬ରେ ଏହା ୫.୬୩ ଲକ୍ଷ, ୨୦୧୬-୧୭ରେ ୩.୮୮ ଲକ୍ଷ, ୨୦୧୭-୧୮ରେ ୪.୩୭ ଲକ୍ଷ,୨୦୧୮-୧୯ରେ ୩.୯୯ ଲକ୍ଷ ଏବଂ ୨୦୧୯-୨୦ରେ ୩୬୬୦ ହେକ୍ଟରକୁ ଖସି ଆସିଛି। ଏହି ଚାଷ ପାଇଁ ରାଜ୍ୟ ସରକାର କୌଣସି ସ୍ବତନ୍ତ୍ର ବ୍ୟବସ୍ଥା କରୁନାହାନ୍ତି। ଧାନଚାଷ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ଏହି ଅର୍ଥକରୀ ଫସଲ ପାଇଁ ବଜେଟରେ କିମ୍ବା କୃଷିନୀତିରେ ସେପରି କୌଣସି ବ୍ୟବସ୍ଥା ନାହିଁ। ରାଜ୍ୟରେ ଝୋଟଚାଷ କମୁଥିବା ବିଷୟକୁ ସରକାର ସ୍ବୀକାର କରିଛନ୍ତି । ପଲିଥିନ ଓ ପ୍ଲାଷ୍ଟିକ୍‌ ନିଷେଧ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ନେଉଥିବାରୁ ଝୋଟର ଚାହିଦା ବଢିବାରେ ଲାଗିଛି। ଝୋଟଚାଷକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାରଙ୍କ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ ଅର୍ଥକରୀ ଫସଲ ମାଧ୍ୟମରେ ଚାଷୀଙ୍କୁ ଉନ୍ନତମାନର ଝୋଟ ଚାଷ ପାଇଁ ୨୦ ହଜାର, ଆଗଧାଡ଼ି ଚାଷୀ ପାଇଁ ହେକ୍ଟର ପିଛା ୯ହଜାର, ପ୍ରାମାଣିକ ବିହନ କିଲୋଗ୍ରାମ ପ୍ରତି ୧୦୦ ଟଙ୍କା ରିହାତି ଦେବାର ବ୍ୟବସ୍ଥା ରହିଛି।
ଏହାଛଡ଼ା ଘାସ ବାଛିବା ଯନ୍ତ୍ର ପାଇଁ ୧୦୦୦ଟଙ୍କା କିମ୍ବା ୫୦ ପ୍ରତିଶତ ରିହାତି ବ୍ୟବସ୍ଥା କରାଯାଇଛି। ବ୍ଲକ ସ୍ତରରେ ପ୍ରତି ୩୦ଜଣ ଚାଷୀଙ୍କ ପାଇଁ ତାଲିମ ବ୍ୟବସ୍ଥା କରାଯାଇଛି। ତେବେ ରାଜ୍ୟ ସରକାର ଏହି ଚାଷକୁ ପ୍ରୋତ୍ସାହନ ଯୋଗାଇବାକୁ ସେପରି କୌଣସି ବ୍ୟବସ୍ଥା କରିନାହାନ୍ତି। କେବଳ କେନ୍ଦ୍ର ଯୋଜନାରେ ଆସୁଥିବା କିଛି ଅର୍ଥ ସହାୟତା ଆକାରରେ ଯୋଗାଇ ଦେଉଛନ୍ତି।

ଜାତିସଂଘ ପ୍ଲାଷ୍ଟିକ ବଦଳରେ ପରିବେଶ ସୁରକ୍ଷା ପାଇଁ ଝୋଟ ତିଆରି ସାମଗ୍ରୀ ବ୍ୟବହାର ଉପରେ ଗୁରୁତ୍ୱ ଦେଉଛି। ଓଡ଼ିଶାର ଜଳବାୟୁ ଝୋଟଚାଷ ପାଇଁ ଅନୁକୂଳ ଥିବାରୁ ଆନ୍ତର୍ଜାତିକ ଚାହିଦା ପୂରଣ ପାଇଁ ରାଜ୍ୟରେ ଏହାକୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛ ବୋଲି କୃଷି ବିଶେଷଜ୍ଞ ମତ ଦେଉଛନ୍ତି ।

କୃଷି ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ରାଜ୍ୟରେ ଝୋଟଚାଷ କମି ଯାଉଥିଲା। ଗତ ଦୁଇ ବର୍ଷ ହେବ ଏଥିରେ ସୁଧାର ଆସିଛି। ୨୦୨୦ରେ ରାଜ୍ୟରେ ୩୯୬୦ ହେକ୍ଟର ଜମିରେ ଝୋଟଚାଷ ହୋଇଥିବା ବେଳେ ୨୦୨୧ରେ ୫୩୦୦ ହେକ୍ଟର ଜମିରେ ଚାଷ ପାଇଁ ପ୍ରୋତ୍ସାହନ ଦିଆଯାଉଛି। ହେକ୍ଟର ପିଛା ଝୋଟଚାଷ ପାଇଁ ୯ ହଜାର ଟଙ୍କା ସର୍ବାଧିକ ୨.୫ ଏକର ପାଇଁ ଚାଷୀମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି। ଏହାଛଡ଼ା ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା(ଆର୍‌କେଭିଓ୍ବାଇ)ରେ ଚଳିତ ବର୍ଷ କେନ୍ଦୁଝର, କଟକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲାରେ ନଳିତା ପଚାଇବା ପାଇଁ ୪୦ଟି କଂକ୍ରିଟ ପୋଖରୀ କରାଯିବ। ସରକାରୀ ଜାଗାରେ ଏହି ପୋଖରୀ ନିର୍ମାଣ ହେବ। ଫଳରେ ଚାଷୀମାନେ ନଳିତା ପଚାଇ ପାରିବେ। ଏହାଛଡ଼ା ଚାଷୀମାନଙ୍କ ଠାରୁ ଭାରତର ଝୋଟ ନିଗମ ସର୍ବନିମ୍ନ ସହାୟକ ମୂଲ୍ୟ ଦେଇ କ୍ରୟ କରିବ।
ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା କୃଷି ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ଯେ ଝୋଟର ଚାହିଦା କମିଯିବାରୁ ନଳିତାଚାଷ ରାଜ୍ୟରେ କମିଯାଇଛି। ସରକାରୀ ସ୍ତରରେ ଚାଷୀଙ୍କୁ ପ୍ରୋତ୍ସାହନ ଦେବା ସହ ସ୍ଥାୟୀ ବଜାର ସୁବିଧା ଦେଇପାରିଲେ ଝୋଟ ଚାଷ ପ୍ରତି ଆଗ୍ରହ ପ୍ରକାଶ ପାଇବ। ପଲିଥିନ ଓ ପ୍ଲାଷ୍ଟିକ ଉପରେ କଟକଣା ଲଗାଯାଇଥିବାରୁ ଝୋଟ ଭଳି ପ୍ରାକୃତିକ ତନ୍ତୁର ବ୍ୟବହାର ପୁଣି ବୃଦ୍ଧିପାଇଛି । ଝୋଟ ଓ ଅନ୍ୟାନ୍ୟ ତନ୍ତୁକୁ ମିଶାଇ ଶାଢ଼ି ତିଆରି କରାଯାଉଛି। ସରକାର ଏଥିପାଇଁ ସ୍ବତନ୍ତ୍ର ଯୋଜନା କରିବା ଦରକାର ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

ଅନଲାଇନ୍ ନିରାପତ୍ତା ଓ ସାଇବର ଅପରାଧ ନେଇ ସଚେତନତା   

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri