Posted inରାଜ୍ୟ

ଉଭେଇଯାଉଛି ଝୋଟ ଚାଷ

ଭୁବନେଶ୍ୱର,୧୫ା୮(ବ୍ୟୁରୋ): ଅର୍ଥକରୀ ଫସଲ ଝୋଟଚାଷ ରାଜ୍ୟରୁ ଲୋପ ପାଇବାରେ ଲାଗିଛି। ଉପକୂଳବର୍ତ୍ତୀ କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କେନ୍ଦୁଝର ଆଦି ଜିଲାରେ ପ୍ରବଳ ମାତ୍ରାରେ ଝୋଟଚାଷ ହେଉଥିଲା। ଗତ କିଛିବର୍ଷ ହେବ ଏହି ସବୁ ଜିଲାରୁ ନଳିତାଚାଷ ଉଭାନ ହୋଇଗଲାଣି। ଝୋଟଚାଷ ହେଉଥିବା ଜମିକୁ ଅନ୍ୟ ଫସଲ ପାଇଁ ବ୍ୟବହାର କରିବା ଯୋଗୁ ଏହି ଫସଲର ଅସ୍ତିତ୍ୱ ହଜିବାରେ ଲାଗିଛି। ସରକାରୀ ପ୍ରୋତ୍ସାହନ ଅଭାବରୁ ଏହି ଚାଷରୁ ଚାଷୀମାନେ ମୁହଁ ଫେରାଇ ଦେଉଛନ୍ତି। ପ୍ରମୁଖ ଝୋଟ ଉତ୍ପାଦନକାରୀ ରାଜ୍ୟ ମଧ୍ୟରେ ଓଡ଼ିଶା ଅଗ୍ରଣୀ ସ୍ଥାନ ଅଧିକାର କରିଥିଲା। ଝୋଟରୁ କାର୍ପେଟ, ଅଖା, ବ୍ୟାଗ୍‌, ଦଉଡ଼ି ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ ହେଉଥିଲା। ଏହା ପରିବେଶ ଅନୁକୂଳ ଓ ସହଜରେ ନଷ୍ଟ ହେଉଥିବା ସାମଗ୍ରୀ ା କାଉଁରିଆ କାଠିକୁ ମଧ୍ୟ ଗ୍ରାମାଞ୍ଚଳରେ ପ୍ରମୁଖ ଜାଳେଣି ଭାବେ ବ୍ୟବହାର କରାଯାଉଥିଲା। ବଜାର ସୁବିଧା ଏବଂ ପ୍ରୋତ୍ସାହନ ଅଭାବରୁ ଝୋଟ ବା ନଳିତାଚାଷ କରୁଥିବା ଚାଷୀମାନେ ଦୁର୍ଦ୍ଦଶା ମଧ୍ୟକୁ ଠେଲିହୋଇ ଯାଇଛନ୍ତି। ଏଥିସହିତ ଝୋଟର ଅଭାବୀ ବିକ୍ରି ରାଜ୍ୟର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି।

କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ଝୋଟଚାଷ କମି କମି ଯାଉଛି। ୧୯୭୦ରୁ ୧୯୯୫ ଯାଏ ରାଜ୍ୟରେ ୨୦ ଲକ୍ଷ ହେକ୍ଟରରୁ ଅଧିକ ଜମିରେ ନଳିତାଚାଷ ହେଉଥିଲା। ୨୦୦୦ ମସିହା ପରଠାରୁ ଏହି ଚାଷ ଧୀରେ ଧୀରେ ସୀମିିତ ହେବାରେ ଲାଗିଛି। ୨୦୧୪-୧୫ରେ ରାଜ୍ୟରେ ୭.୫୬ ଲକ୍ଷ ହେକ୍ଟର ଜମିରେ ଝୋଟଚାଷ ହେଉଥିବା ବେଳେ ୨୦୧୫-୧୬ରେ ଏହା ୫.୬୩ ଲକ୍ଷ, ୨୦୧୬-୧୭ରେ ୩.୮୮ ଲକ୍ଷ, ୨୦୧୭-୧୮ରେ ୪.୩୭ ଲକ୍ଷ,୨୦୧୮-୧୯ରେ ୩.୯୯ ଲକ୍ଷ ଏବଂ ୨୦୧୯-୨୦ରେ ୩୬୬୦ ହେକ୍ଟରକୁ ଖସି ଆସିଛି। ଏହି ଚାଷ ପାଇଁ ରାଜ୍ୟ ସରକାର କୌଣସି ସ୍ବତନ୍ତ୍ର ବ୍ୟବସ୍ଥା କରୁନାହାନ୍ତି। ଧାନଚାଷ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ଏହି ଅର୍ଥକରୀ ଫସଲ ପାଇଁ ବଜେଟରେ କିମ୍ବା କୃଷିନୀତିରେ ସେପରି କୌଣସି ବ୍ୟବସ୍ଥା ନାହିଁ। ରାଜ୍ୟରେ ଝୋଟଚାଷ କମୁଥିବା ବିଷୟକୁ ସରକାର ସ୍ବୀକାର କରିଛନ୍ତି । ପଲିଥିନ ଓ ପ୍ଲାଷ୍ଟିକ୍‌ ନିଷେଧ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ନେଉଥିବାରୁ ଝୋଟର ଚାହିଦା ବଢିବାରେ ଲାଗିଛି। ଝୋଟଚାଷକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାରଙ୍କ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ ଅର୍ଥକରୀ ଫସଲ ମାଧ୍ୟମରେ ଚାଷୀଙ୍କୁ ଉନ୍ନତମାନର ଝୋଟ ଚାଷ ପାଇଁ ୨୦ ହଜାର, ଆଗଧାଡ଼ି ଚାଷୀ ପାଇଁ ହେକ୍ଟର ପିଛା ୯ହଜାର, ପ୍ରାମାଣିକ ବିହନ କିଲୋଗ୍ରାମ ପ୍ରତି ୧୦୦ ଟଙ୍କା ରିହାତି ଦେବାର ବ୍ୟବସ୍ଥା ରହିଛି।
ଏହାଛଡ଼ା ଘାସ ବାଛିବା ଯନ୍ତ୍ର ପାଇଁ ୧୦୦୦ଟଙ୍କା କିମ୍ବା ୫୦ ପ୍ରତିଶତ ରିହାତି ବ୍ୟବସ୍ଥା କରାଯାଇଛି। ବ୍ଲକ ସ୍ତରରେ ପ୍ରତି ୩୦ଜଣ ଚାଷୀଙ୍କ ପାଇଁ ତାଲିମ ବ୍ୟବସ୍ଥା କରାଯାଇଛି। ତେବେ ରାଜ୍ୟ ସରକାର ଏହି ଚାଷକୁ ପ୍ରୋତ୍ସାହନ ଯୋଗାଇବାକୁ ସେପରି କୌଣସି ବ୍ୟବସ୍ଥା କରିନାହାନ୍ତି। କେବଳ କେନ୍ଦ୍ର ଯୋଜନାରେ ଆସୁଥିବା କିଛି ଅର୍ଥ ସହାୟତା ଆକାରରେ ଯୋଗାଇ ଦେଉଛନ୍ତି।

ଜାତିସଂଘ ପ୍ଲାଷ୍ଟିକ ବଦଳରେ ପରିବେଶ ସୁରକ୍ଷା ପାଇଁ ଝୋଟ ତିଆରି ସାମଗ୍ରୀ ବ୍ୟବହାର ଉପରେ ଗୁରୁତ୍ୱ ଦେଉଛି। ଓଡ଼ିଶାର ଜଳବାୟୁ ଝୋଟଚାଷ ପାଇଁ ଅନୁକୂଳ ଥିବାରୁ ଆନ୍ତର୍ଜାତିକ ଚାହିଦା ପୂରଣ ପାଇଁ ରାଜ୍ୟରେ ଏହାକୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛ ବୋଲି କୃଷି ବିଶେଷଜ୍ଞ ମତ ଦେଉଛନ୍ତି ।

କୃଷି ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ରାଜ୍ୟରେ ଝୋଟଚାଷ କମି ଯାଉଥିଲା। ଗତ ଦୁଇ ବର୍ଷ ହେବ ଏଥିରେ ସୁଧାର ଆସିଛି। ୨୦୨୦ରେ ରାଜ୍ୟରେ ୩୯୬୦ ହେକ୍ଟର ଜମିରେ ଝୋଟଚାଷ ହୋଇଥିବା ବେଳେ ୨୦୨୧ରେ ୫୩୦୦ ହେକ୍ଟର ଜମିରେ ଚାଷ ପାଇଁ ପ୍ରୋତ୍ସାହନ ଦିଆଯାଉଛି। ହେକ୍ଟର ପିଛା ଝୋଟଚାଷ ପାଇଁ ୯ ହଜାର ଟଙ୍କା ସର୍ବାଧିକ ୨.୫ ଏକର ପାଇଁ ଚାଷୀମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି। ଏହାଛଡ଼ା ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା(ଆର୍‌କେଭିଓ୍ବାଇ)ରେ ଚଳିତ ବର୍ଷ କେନ୍ଦୁଝର, କଟକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲାରେ ନଳିତା ପଚାଇବା ପାଇଁ ୪୦ଟି କଂକ୍ରିଟ ପୋଖରୀ କରାଯିବ। ସରକାରୀ ଜାଗାରେ ଏହି ପୋଖରୀ ନିର୍ମାଣ ହେବ। ଫଳରେ ଚାଷୀମାନେ ନଳିତା ପଚାଇ ପାରିବେ। ଏହାଛଡ଼ା ଚାଷୀମାନଙ୍କ ଠାରୁ ଭାରତର ଝୋଟ ନିଗମ ସର୍ବନିମ୍ନ ସହାୟକ ମୂଲ୍ୟ ଦେଇ କ୍ରୟ କରିବ।
ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା କୃଷି ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ଯେ ଝୋଟର ଚାହିଦା କମିଯିବାରୁ ନଳିତାଚାଷ ରାଜ୍ୟରେ କମିଯାଇଛି। ସରକାରୀ ସ୍ତରରେ ଚାଷୀଙ୍କୁ ପ୍ରୋତ୍ସାହନ ଦେବା ସହ ସ୍ଥାୟୀ ବଜାର ସୁବିଧା ଦେଇପାରିଲେ ଝୋଟ ଚାଷ ପ୍ରତି ଆଗ୍ରହ ପ୍ରକାଶ ପାଇବ। ପଲିଥିନ ଓ ପ୍ଲାଷ୍ଟିକ ଉପରେ କଟକଣା ଲଗାଯାଇଥିବାରୁ ଝୋଟ ଭଳି ପ୍ରାକୃତିକ ତନ୍ତୁର ବ୍ୟବହାର ପୁଣି ବୃଦ୍ଧିପାଇଛି । ଝୋଟ ଓ ଅନ୍ୟାନ୍ୟ ତନ୍ତୁକୁ ମିଶାଇ ଶାଢ଼ି ତିଆରି କରାଯାଉଛି। ସରକାର ଏଥିପାଇଁ ସ୍ବତନ୍ତ୍ର ଯୋଜନା କରିବା ଦରକାର ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri