ଜୀବିକା ପାଲଟିଛି ଝୋଟ ଶିଳ୍ପ

ବାଲେଶ୍ୱର ଅଫିସ,୧୩|୧୨: ବାଲେଶ୍ୱର ଜିଲାରେ ମିଶନ ଶକ୍ତି ଦ୍ୱାରା ପରିଚାଳିତ ମହିଳା ଉତ୍ପାଦକ ଗୋଷ୍ଠୀମାନଙ୍କୁ ଝୋଟ ଶିଳ୍ପର ବିକାଶ ନିମନ୍ତେ ସରକାର ବିଭିନ୍ନ ସହାୟତା ଯୋଗାଇ ଦେଉଛନ୍ତି। ବାହାନଗା ବ୍ଲକ ପଣପଣା ପଞ୍ଚାୟତ ଅନ୍ତର୍ଗତ ମାଳଦାପଡ଼ା ଗାଁରେ ୭ଟି ଏସ୍‌ଏଚ୍‌ଜି ଗ୍ରୁପ୍‌ର ୩୦ ସଦସ୍ୟାଙ୍କୁ ନେଇ ଈଶ୍ୱର ଉତ୍ପାଦକ ଗୋଷ୍ଠୀ ଝୋଟ ଶିଳ୍ପକୁ ନିଜର ଜୀବିକା ରୂପେ ଗ୍ରହଣ କରିନେଲେଣି। ଏହି ଉତ୍ପାଦକ ଗୋଷ୍ଠୀର ସଦସ୍ୟାମାନେ ୨୦୧୯ରୁ ଝୋଟ ଶିଳ୍ପ ସମ୍ପର୍କିତ ତାଲିମ ନେଇ ପାପୋଛ, ଡାଇନିଂ ସେଟ୍‌, ବିଭିନ୍ନ ପ୍ରକାର କଣ୍ଢେଇ, ୱାଲ୍‌ ହ୍ୟାଙ୍ଗିଙ୍ଗ୍‌, ବ୍ୟାଗ୍‌, ପେନ୍‌ଷ୍ଟାଣ୍ଡ ଭଳି ଆକର୍ଷଣୀୟ ଆସବାବପତ୍ର ପ୍ରସ୍ତୁତ କରୁଛନ୍ତି। ଯାହାକୁ ଓରମାସ, ମିଶନ ଶକ୍ତି ତଥା ପର୍ବପର୍ବାଣିରେ ଲାଗିଥିବା ମେଳାରେ ବିକ୍ରି କରୁଛନ୍ତି। ଏହି ଜିନିଷଗୁଡ଼ିକର ମୂଲ୍ୟ ୧୦ଟଙ୍କାରୁ ଆରମ୍ଭ କରି ୪ଶହ ଟଙ୍କା ପର୍ଯ୍ୟନ୍ତ ରହିଛି। ଏଥିରୁ ମହିଳାମାନେ ନିଜ ବଳକା ସମୟ ପ୍ରଦାନ କରି ମାସିକ ୨ହଜାରରୁ ୬ହଜାର ଟଙ୍କା ପର୍ଯ୍ୟନ୍ତ ଆୟ କରିପାରୁଛନ୍ତି। ଓରମାସ ପକ୍ଷରୁ ସରକାର ଉକ୍ତ ଉତ୍ପାଦକ ଗୋଷ୍ଠୀକୁ ସିପି ଆଇଭି ଫଣ୍ଡରୁ ପ୍ରଶିକ୍ଷଣ ସହ ଯାନ୍ତ୍ରିକ ସହାୟତା ଦେଇ ଦକ୍ଷ କାରିଗର ବନାଇଛନ୍ତି। ଏନ୍‌ଆର୍‌ଇଜିଏସ୍‌ରୁ ଓରମାସ ମାଧ୍ୟମରେ ସାଢ଼େ ୧୨ଲକ୍ଷ ଟଙ୍କାର ଏକ ୱାର୍କଶେଡ୍‌ (କାର୍ଯ୍ୟ କରିବା ପାଇଁ ଘର) ପ୍ରସ୍ତୁତ ଲାଗି ପ୍ରଦାନ କରାଯାଇଥିବା ସଂଘର ସଭାପତି ଜୟନ୍ତୀ ବେହେରା ଓ ସମ୍ପାଦିକା କୁମୁଦିନୀ ପାକଳ ପ୍ରକାଶ କରିଛନ୍ତି।
ଜିଲା ଓରମାସର ସିଇଓ ଜିତେନ୍ଦ୍ର କୁମାର ବିଶ୍ୱାଳ କୁହନ୍ତି, ପଲିଥିନ ବ୍ୟବହାର ଉପରେ ସରକାର କଟକଣା ଜାରି କରିବା ପରେ ଝୋଟ ଦ୍ୱାରା ପ୍ରସ୍ତୁତ ବ୍ୟାଗ୍‌, ଅଫିସ ଷ୍ଟେସନେରୀ ସହ ଘରୋଇ ସୌନ୍ଦର୍ଯ୍ୟକରଣର ଆସବାବପତ୍ର ତିଆରି ଉପରେ ଗୁରୁତ୍ୱ ଦିଆଯାଉଛି। ମିଶନ ଶକ୍ତି ଏବଂ ଓରମାସର ବିଭିନ୍ନ ମେଳାରେ ଏହାର ବ୍ୟାପକ ପ୍ରଚାର ଓ ପ୍ରସାର କରାଯାଉଛି। ଏହି ଝୋଟ ଶିଳ୍ପ ଉପରେ ଜିଲାର ୨ଟି ଉତ୍ପାଦକ ଗୋଷ୍ଠୀର ପାଖାପାଖି ୧୦୦ ମହିଳା କାରିଗର ଦକ୍ଷତା ହାସଲ କରିଛନ୍ତି। ସରକାରଙ୍କ ନିର୍ଦ୍ଦେଶରେ ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏକ ସ୍ବତନ୍ତ୍ର ବ୍ୟାନର ପ୍ରସ୍ତୁତ କରି ଏହାକୁ ଆନ୍ତର୍ଜାତିକ ସ୍ତରରେ ପହଞ୍ଚାଇବା ପାଇଁ ସ୍ବତନ୍ତ୍ର ଇ-ଫ୍ଲାଟଫର୍ମ ପ୍ରସ୍ତୁତ କରୁଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri