ଜୀବିକା ପାଲଟିଛି ଝୋଟ ଶିଳ୍ପ

ବାଲେଶ୍ୱର ଅଫିସ,୧୩|୧୨: ବାଲେଶ୍ୱର ଜିଲାରେ ମିଶନ ଶକ୍ତି ଦ୍ୱାରା ପରିଚାଳିତ ମହିଳା ଉତ୍ପାଦକ ଗୋଷ୍ଠୀମାନଙ୍କୁ ଝୋଟ ଶିଳ୍ପର ବିକାଶ ନିମନ୍ତେ ସରକାର ବିଭିନ୍ନ ସହାୟତା ଯୋଗାଇ ଦେଉଛନ୍ତି। ବାହାନଗା ବ୍ଲକ ପଣପଣା ପଞ୍ଚାୟତ ଅନ୍ତର୍ଗତ ମାଳଦାପଡ଼ା ଗାଁରେ ୭ଟି ଏସ୍‌ଏଚ୍‌ଜି ଗ୍ରୁପ୍‌ର ୩୦ ସଦସ୍ୟାଙ୍କୁ ନେଇ ଈଶ୍ୱର ଉତ୍ପାଦକ ଗୋଷ୍ଠୀ ଝୋଟ ଶିଳ୍ପକୁ ନିଜର ଜୀବିକା ରୂପେ ଗ୍ରହଣ କରିନେଲେଣି। ଏହି ଉତ୍ପାଦକ ଗୋଷ୍ଠୀର ସଦସ୍ୟାମାନେ ୨୦୧୯ରୁ ଝୋଟ ଶିଳ୍ପ ସମ୍ପର୍କିତ ତାଲିମ ନେଇ ପାପୋଛ, ଡାଇନିଂ ସେଟ୍‌, ବିଭିନ୍ନ ପ୍ରକାର କଣ୍ଢେଇ, ୱାଲ୍‌ ହ୍ୟାଙ୍ଗିଙ୍ଗ୍‌, ବ୍ୟାଗ୍‌, ପେନ୍‌ଷ୍ଟାଣ୍ଡ ଭଳି ଆକର୍ଷଣୀୟ ଆସବାବପତ୍ର ପ୍ରସ୍ତୁତ କରୁଛନ୍ତି। ଯାହାକୁ ଓରମାସ, ମିଶନ ଶକ୍ତି ତଥା ପର୍ବପର୍ବାଣିରେ ଲାଗିଥିବା ମେଳାରେ ବିକ୍ରି କରୁଛନ୍ତି। ଏହି ଜିନିଷଗୁଡ଼ିକର ମୂଲ୍ୟ ୧୦ଟଙ୍କାରୁ ଆରମ୍ଭ କରି ୪ଶହ ଟଙ୍କା ପର୍ଯ୍ୟନ୍ତ ରହିଛି। ଏଥିରୁ ମହିଳାମାନେ ନିଜ ବଳକା ସମୟ ପ୍ରଦାନ କରି ମାସିକ ୨ହଜାରରୁ ୬ହଜାର ଟଙ୍କା ପର୍ଯ୍ୟନ୍ତ ଆୟ କରିପାରୁଛନ୍ତି। ଓରମାସ ପକ୍ଷରୁ ସରକାର ଉକ୍ତ ଉତ୍ପାଦକ ଗୋଷ୍ଠୀକୁ ସିପି ଆଇଭି ଫଣ୍ଡରୁ ପ୍ରଶିକ୍ଷଣ ସହ ଯାନ୍ତ୍ରିକ ସହାୟତା ଦେଇ ଦକ୍ଷ କାରିଗର ବନାଇଛନ୍ତି। ଏନ୍‌ଆର୍‌ଇଜିଏସ୍‌ରୁ ଓରମାସ ମାଧ୍ୟମରେ ସାଢ଼େ ୧୨ଲକ୍ଷ ଟଙ୍କାର ଏକ ୱାର୍କଶେଡ୍‌ (କାର୍ଯ୍ୟ କରିବା ପାଇଁ ଘର) ପ୍ରସ୍ତୁତ ଲାଗି ପ୍ରଦାନ କରାଯାଇଥିବା ସଂଘର ସଭାପତି ଜୟନ୍ତୀ ବେହେରା ଓ ସମ୍ପାଦିକା କୁମୁଦିନୀ ପାକଳ ପ୍ରକାଶ କରିଛନ୍ତି।
ଜିଲା ଓରମାସର ସିଇଓ ଜିତେନ୍ଦ୍ର କୁମାର ବିଶ୍ୱାଳ କୁହନ୍ତି, ପଲିଥିନ ବ୍ୟବହାର ଉପରେ ସରକାର କଟକଣା ଜାରି କରିବା ପରେ ଝୋଟ ଦ୍ୱାରା ପ୍ରସ୍ତୁତ ବ୍ୟାଗ୍‌, ଅଫିସ ଷ୍ଟେସନେରୀ ସହ ଘରୋଇ ସୌନ୍ଦର୍ଯ୍ୟକରଣର ଆସବାବପତ୍ର ତିଆରି ଉପରେ ଗୁରୁତ୍ୱ ଦିଆଯାଉଛି। ମିଶନ ଶକ୍ତି ଏବଂ ଓରମାସର ବିଭିନ୍ନ ମେଳାରେ ଏହାର ବ୍ୟାପକ ପ୍ରଚାର ଓ ପ୍ରସାର କରାଯାଉଛି। ଏହି ଝୋଟ ଶିଳ୍ପ ଉପରେ ଜିଲାର ୨ଟି ଉତ୍ପାଦକ ଗୋଷ୍ଠୀର ପାଖାପାଖି ୧୦୦ ମହିଳା କାରିଗର ଦକ୍ଷତା ହାସଲ କରିଛନ୍ତି। ସରକାରଙ୍କ ନିର୍ଦ୍ଦେଶରେ ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏକ ସ୍ବତନ୍ତ୍ର ବ୍ୟାନର ପ୍ରସ୍ତୁତ କରି ଏହାକୁ ଆନ୍ତର୍ଜାତିକ ସ୍ତରରେ ପହଞ୍ଚାଇବା ପାଇଁ ସ୍ବତନ୍ତ୍ର ଇ-ଫ୍ଲାଟଫର୍ମ ପ୍ରସ୍ତୁତ କରୁଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri