Categories: ଜାତୀୟ

ନ୍ୟାୟ ନ ମିଳିବାରୁ ୨ ସନ୍ତାନଙ୍କ ସହ ପାଣି ଟାଙ୍କିରେ ଚଢ଼ିଲେ ମହିଳା

ଲକ୍ଷ୍ନୌ, ୯।୯: ଉତ୍ତର ପ୍ରଦେଶର ଭଦୋହୀ ଜିଲାରୁ ଚକିତ କଲା ଭଳି ଏକ ମାମଲା ସାମ୍ନାକୁ ଆସିଛି। ଜମିବାଡ଼ି ମାମଲାରେ ନ୍ୟାୟ ନ ମିଳିବାରୁ ଜଣେ ମହିଳା ନିଜର ୨ ସନ୍ତାନଙ୍କ ସହ ଜିଲାପାଳଙ୍କ ବାସଭବନ ନିକଟରେ ଥିବା ଏକ ପାଣିଟାଙ୍କି ଉପରକୁ ଚଢ଼ି ଯାଇଛନ୍ତି। ତେବେ ଘଟଣାସ୍ଥଳରେ ତୁରନ୍ତ ଜିଲା ପ୍ରଶାସନ ପହଞ୍ଚି ମହିଳାଙ୍କୁ କୌଣସି ପ୍ରକାର ବୁଝାଇ ସୁଝାଇ ତଳକୁ ଆଣିବାରେ ସଫଳ ହୋଇଥିଲା।
କହିଛନ୍ତି, ସେ ଗୋଟିଏ ଜମି କିଣିଥିଲେ। କିନ୍ତୁ ୪ ମାସ ଧରି ସେ ତହସିଲରେ ଚକ୍କର ମାରିଥିଲେ ତାଙ୍କୁ ଜମିବାଡ଼ି ସଂକ୍ରାନ୍ତୀୟ କାଗଜ ପତ୍ର ମିଳିପାରୁ ନ ଥିଲା। ତହସିଲ କର୍ମଚାରୀଙ୍କ ପକ୍ଷରୁ ତାଙ୍କୁ ଲାଞ୍ଚ ମଗାଯାଉଥିବା ମହିଳା ଅଭିଯୋଗ କରିଛନ୍ତି। ଶେଷରେ ନିରାଶ ହୋଇ ମହିଳାଜଣଙ୍କ ନିଜର ୨ ସନ୍ତାନଙ୍କ ସହ ପାଣି ଟାଙ୍କିରେ ଚଢ଼ି ଯାଇଥିଲେ। ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ବୁଝାଇ ସୁଝାଇ ତଳକୁ ଆଣିବାରେ ସଫଳ ହୋଇଥିଲେ। ପରେ ମହିଳାଙ୍କ ଜମି ସଂକ୍ରାନ୍ତୀୟ ମାମଲାର ସମାଧାନ ପାଇଁ ବରିଷ୍ଠ ପ୍ରଶାସନିକ ଅଧିକାରୀ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

Share